Govt Job: ସରକାରୀ ଚାକିରି ପାଇଁ ଉତ୍ସୁକ ଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ପକ୍ଷରୁ ନିଯୁକ୍ତି ପାଇଁ ପ୍ରକାଶ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଇବିରେ ଚାକିରି କରିବା ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ।ମୋଟ ୯୯୫ଟି ପୋଷ୍ଟ ପାଇଁ ବାହାରିଛି ଚାକିରି। ପ୍ରାର୍ଥୀଙ୍କୁ ୯୯୫ଟି ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର (ACIO)- ଗ୍ରେଡ ୨/ ଏଗ୍ଜିକ୍ୟୁଟିଭ୍ ପଦରେ ମିଳିବ ନିଯୁକ୍ତି ସୁଯୋଗ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ:


ଆବେଦନ ପ୍ରକ୍ରିୟା ନଭେମ୍ବର ମାସ ୨୫ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ପ୍ରାର୍ଥୀମାନେ ଆଇବିର ଅଫିସିଆଲ ୱେବସାଇଟକୁ ଭିଜିଟ୍ କରି ଆବେଦନ କରିପାରିବେ।


ବୟସ ସୀମା:


ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST) ଓ ଅନ୍ୟ ପଛୁଆ ବର୍ଗ (OBC) ପ୍ରାର୍ଥୀଙ୍କ ପାଇଁ ନିୟମ ଅନୁଯାୟୀ ବୟସ କୋହଳ କରାଯିବ।


ଶିକ୍ଷାଗତ ଯୋଗ୍ୟତା:


ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ।


ସିଟ୍ ସଂଖ୍ୟା:


ୟୁଆରଙ୍କ ପାଇଁ ୩୭୭ଟି, ଆର୍ଥିକ ପଛୁଆ ଶ୍ରେଣୀ (EWS)ଙ୍କ ପାଇଁ ୧୨୯ଟି, ଓବିସିଙ୍କ(OBC) ପାଇଁ ୨୨ଟି, ଏସସିଙ୍କ ପାଇଁ ୧୩୪ଟି ଓ ଏସଟିଙ୍କ ପାଇଁ ୧୩୩ଟି ପଦ ସଂରକ୍ଷିତ ରହିଛି। ସମସ୍ତ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ପ୍ରୋସେସିଂ ଚାର୍ଜ ୪୫୦ ଟଙ୍କା ରଖାଯାଇଛି। ୟୁଆର(UR), ଇଡବ୍ଲ୍ୟୁଏସ ଓ ଓବିସି ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଅତିରିକ୍ତ ଚାର୍ଜ ରଖାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।


ଅନଲାଇନ୍ ଆବେଦନ ଲିଙ୍କ: Available on 25.11.2023


ଅଫିସିଆଲ ୱେବସାଇଟ୍: https://www.mha.gov.in/en


Also Read: Bank Jobs 2023: ୫୦୦୦ ରୁ ଅଧିକ ପଦବୀରେ ଚାକିରି ଦେବ SBI, ସ୍ନାତକ ହୋଇଥିଲେ କରିପାରିବେ ଆବେଦନ, ପଢ଼ନ୍ତୁ ଡିଟେଲ୍ସ