ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ନିର୍ଦ୍ଧାରିତ ତାରିଖରେ ସ୍କୁଲ୍‍ ଖୋଲିବ ନା ନାହିଁ, ସେ ବିଷୟରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଯେଉଁ ସ୍ଥାନରେ ଅଧିକ ତାପମାତ୍ରା ଓ ହସହ୍ୟ ଗୁଳୁଗୁଳି ରହିଛି ସେଠାରେ   ଚାହିଁଲେ ଜିଲ୍ଲାପାଳମାନେ ସ୍କୁଲ୍‍ ଛୁଟି ଘୋଷଣା କରିପାରିବେ। ପୁଣି ଅନୁକୂଳ ଅଞ୍ଚଳରେ ସକାଳ ସାଢ଼େ ୬ଟାରୁ ସେଢ଼େ ୧୦ଟାଯାଏ ସ୍କୁଲ୍‍ ଖୋଲିବ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା  ପରେ ଏହା କୁହାଯାଇଥିଲେ ମଧ୍ୟ କେଉଁ ଜିଲ୍ଲାରେ ସ୍କୁଲ୍‍ ଖୋଲିବ ଆଉ କେଉଁଠି ବନ୍ଦ ତାହା ସୌ୍ପଷ୍ଟ ହୋଇପାରି ନାହିଁ।  


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ କୁହାଯାଇଛି ଯେ, ‘ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତନ କରିବେ । ଏହି ନିର୍ଦେଶ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।’ 


ପୁର୍ବ ନିର୍ଦ୍ଧାରଣ ଅନୁସାରେ ଆସନ୍ତା କାଲି ସ୍କୁଲ୍ଗୁଡ଼ିକା ଗ୍ରୀଷ୍ମ ଅବକାଶ ଶେଷ ହେଉଛି। ଏହିକ୍ରମରେ ସ୍କୁଲ୍‍ ଖୋଲିବା ଲାଗି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଆଜି ସକାଳେ ହଠାତ୍‍ କିଛି ଗଣମାଧ୍ୟମରେ ସ୍କୁଲ୍‍ ଛୁଟି ସମ୍ପ୍ରସାରିତ କରାଯାଇଥିବା ନେଇ ଖବର ପ୍ରକାଶ ପରେ ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା କରାଯିବ ଏବଂ ପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ସନ୍ଧ୍ୟାରେ ପ୍ରଥମେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଟି ପୃଥକ ବିଜ୍ଞପ୍ତିରେ ସ୍କୁଲ୍‍ ଛୁଟି ସମ୍ପରୀ୍କରେ ଜିଲ୍ଲାପାଳ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କୁହାଯାଇଛି। 


ତେବେ ଏହି ନିର୍ଦ୍ଦେଶ ଅନୁସାରେ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଥିବା ଘରୋଇ ଓ ସରକାରୀ ସ୍କୁଲ୍‍ ଗୁଡ଼ିକ ଲାଗି ଏହା କାର୍ଯ୍ୟକାରୀ ହେବ। କିନ୍ତୁ  କେଉଁ ଜିଲ୍ଲାରେ ଆସନ୍ତା କାଲି ସ୍କୁଲ୍‍ ଖୋଲିବ ତାହା ସ୍ପଷ୍ଟ ହୋଇ ନାହିଁ।