IITians NDA Dream: ଏନଡିଏ ସ୍ୱପ୍ନ ପୂରଣ ପାଇଁ ଆଇଆଇଟି କ୍ଷେତ୍ରରେ ପାଇଥିବା ସଫଳତାକୁ ଲୁଚାଇ ରଖିବାକୁ ପଛେଇ ନାହାଁନ୍ତି ଜଣେ ସ୍ୱର୍ଣ୍ଣ ପଦକ ବିଜେତା। ଗୌରବ ଯାଦବଙ୍କ ଯାଦବଙ୍କ  କ୍ଷେତ୍ରରେ ଜେଖିବାକୁ ମିଳିଛି ଏହାର ଉଦାହରଣ। ସଶସ୍ତ୍ର ବାହିନୀରେ କ୍ୟାରିୟର ପାଇଁ ସେ ଆଇଆଇଟି ସଫଳତାକୁ ଲୁଚାଇ ରଖିଛନ୍ତି। ଯିଏ ଏବେ ପୁଣେ ନିକଟସ୍ଥ ଖାଡକୱାସଲା ଠାରେ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀ ଠାରେ ପ୍ରବେଶ କରିଛନ୍ତି। ବୁଧବାର ଦିନ ସେ ଏନଡିଏ ୧୪୩ ତମ ପାଠ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକ ବିଜେତା ଭାବେ ଉଭା ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନ ଅଲୱର ଜିଲ୍ଲାର ଜାଜୋର ବାସ ଗ୍ରାମର ଜଣେ କୃଷକଙ୍କ ପୁଅ ହେଉଛନ୍ତି ଗୌରବ ଯାଦବ। ସଶସ୍ତ୍ର ବାହିନୀରେ କ୍ୟାରିୟର କରିବା ପାଇଁ ସେ ଆଇଆଇଟି କ୍ଷେତ୍ରରେ ପାଇଥିବା ସଫଳତାକୁ ନିଜର ପରିବାର ଠାରୁ ଲୁଚାଇବାକୁ ପଛେଇ ନାହାଁନ୍ତି। ଯିଏ ଆଇଆଇଟି ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେ ତାଙ୍କର ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏନଡିଏ ସ୍ୱପ୍ନକୁ ସାକାର କରିବା ବେଳେ ଦିଲ୍ଲୀସ୍ଥିତ ଏକ କଲେଜରେ ମଧ୍ୟ ଯୋଗ ଦେଇଥିଲେ। ଗୌରବ ୨ ଥର ଏନଡିଏ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ ସର୍ଭିସ ସିଲେକସନ୍ ବୋର୍ଡ ସାକ୍ଷାତକାର ପର୍ଯ୍ୟାୟରେ ବିଫଳ ହେବା ପରେ ଏନଡିଏ ଅନୁଷ୍ଠାନରେ ପ୍ରବେଶ କରିବାରେ ଅସମର୍ଥ ହୋଇଥିଲେ। ତାଙ୍କର ଏହି ବିଫଳତା ତାଙ୍କ ଲାଗି ତୃତୀୟ ଥର ପାଇିଁ ଚମତ୍କାର ବୋଲି ପ୍ରମାଣିତ ହୋଇଥିଲା। 


ନିଜେ ପାଇଥିବା ସଫଳତା ପାଇଥିବା ପ୍ରତିକ୍ରିୟା ରଖିଛନ୍ତି ଗୌରବ ଯାଦବ। ଏନେଇ ସେ କହିଛନ୍ତି  ମୁଁ ମୋ ଘରେ କାନ୍ଥ ସାମ୍ନାରେ ଠିଆ ହୋଇ ଏସଏସବି ପ୍ୟାନେଲ ଦ୍ୱାରା ସାକ୍ଷାତକାର ଗ୍ରହଣ କରିବା ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାର ଅଭ୍ୟାସ କରୁଥିଲି। ବୁଧବାର ଏନଡିଏର ପ୍ୟାରେଡ ଇଭେଣ୍ଟ କାର୍ଯ୍ୟକ୍ରମରେ ତାଙ୍କୁ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକର ସମ୍ମାନିତ କରାଯାଇଛି। 


ସ୍ୱର୍ଣ୍ଣ ପଦକ ବିଜେତା ଗୌରବଙ୍କ ଭାଇ ବିନୀତ ମଧ୍ୟ ସଶସ୍ତ୍ର ବାହିନୀରେ କାର୍ଯ୍ୟରତ ଅଛନ୍ତି। ଗୌରବଙ୍କ ଭାଇ ବିନୀତ କହିଛନ୍ତି ଯେ ତାଙ୍କ ପାଇଁ ପରିବାର ଏକ ସମୟରେ ଚିନ୍ତିତ ରହିଥିଲେ। ଯେତେବେଳେ ସେ ତାଙ୍କ ଭାଇଙ୍କୁ ତାଙ୍କର ଆଇଆଇଟି ଫଳାଫଳ ବିଷୟରେ ପଚାରିଥିଲେ, ସେତେବେଳେ ଦାବି କରିଥିଲେ ଯେ ସେ ଏହାକୁ କ୍ଲିୟର କରି ପାରିନଥିଲେ। ମୁଁ ତାଙ୍କ କଥାକୁ ବିଶ୍ୱାସ କରିଥିଲି। କେବଳ ଏନଡିଏ ପାଇଁ ମନୋନୀତ ହେବା ପରେ ସେ ଆମକୁ କହିଥିଲେ ଯେ ସେ ଆଇଆଇଟି ପ୍ରବେଶିକା ପରୀକ୍ଷା କ୍ଲିୟର କରିଛନ୍ତି। ଏବେ ସେ ଏକ ଅସାଧାରଣ ସଫଳତା ହାସଲ କରି ନିଜକୁ ଠିକ୍ ପ୍ରମାଣିତ କରିଛନ୍ତି। ଆମେ ତାଙ୍କ ପାଇଁ ଗର୍ବିତ। ଏହା ତାଙ୍କର ସାମରିକ କ୍ୟାରିୟର ପାଇଁ ଏକ ଉଜ୍ୱଳମୟ ଆରମ୍ଭ।


ଏନଡିଏ କ୍ଷେତ୍ରରେ ପ୍ରବେଶ କରିବା ଲାଗି ନିଜର ତୃତୀୟ ପ୍ରୟାସରେ ଗୌରବ ଅନେକ ପରିଶ୍ରମ କରିଥିଲେ। ଏନେଇ ସେ ସମସ୍ତ ଏକାଡେମିକ୍ କିମ୍ବା ସାମରିକ ତାଲିମକୁ ଉନ୍ନତ କରି ନିଜକୁ ପ୍ରସ୍ତୁତ କରିଥିଲେ। ମୁଁ କେବେ ଏନଡିଏ ଏକାଡେମୀ ସହ ଯୋଡ଼ି ହେବି ତାହା ଜାଣିନଥିଲି। ମୁଁ ଏକାଡେମୀ ତାଲିମ କାର୍ଯ୍ୟସୂଚୀକୁ ସାମ୍ନା କରିବା ପାଇଁ ପ୍ରଥମେ ଅନେକ ସଂଘର୍ଷ କରିଥିଲି। ସାମରିକ ତାଲିମ ବିଷୟରେ ମୁଁ ଜାଣିନଥିଲି। ହେଲେ ମୁଁ ମୋ ନିଜକୁ ତାଲିମ ଭିତରକୁ ଠେଲି ଦେଇଥିଲି ବୋଲି କହିଛନ୍ତି ଗୌରବ ଯାଦବ।