India Post Payments Bank Recruitment 2023: ଯୋଗାଯୋଗ ମନ୍ତ୍ରଣାଳୟ ଅଧିନସ୍ଥ ଡାକ ବିଭାଗ ଅଧିନସ୍ଥ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ଚୁକ୍ତି ଭିତ୍ତିରେ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରୁଛି। ଏହି ପଦବୀ ପାଇଁ ଆଗ୍ରହୀ ରହିଥିବା ପ୍ରାର୍ଥୀ ଯେଉଁମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି ସେମାନେ ୨୦୨୩ ଜୁଲାଇ ୨୬ ତାରିଖରୁ ୨୦୨୩ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ପଦ ପାଇଁ ଆବେଦନ କରିପାରିବେ। ଏହି ପଦ ପାଇଁ ପ୍ରାର୍ଥୀ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ଅଫିସିଆଲ୍ ୱେବସାଇଟ୍ www.ippbonline.com ପରିଦର୍ଶନ କରି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ନିଯୁକ୍ତି ବିବରଣୀ


  • ମୋଟ ପଦବୀ ସଂଖ୍ୟା: ୧୩୨

  • ଅଣସଂରକ୍ଷିତ: ୫୬ 

  • ଅର୍ଥନୈତିକ ଦୁର୍ବଳ ବର୍ଗ: ୧୩

  • ପଛୁଆ ବର୍ଗ: ୩୫

  • ଅନୁସୂଚିତ ଜାତି: ୧୯

  • ଅନୁସୂଚିତ ଜନଜାତି: ୯


ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ 
ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ କୌଣସି ବିଭାଗରେ ସ୍ନାତକ କରିଥିବା ଆବଶ୍ୟକ। ଏହା ସହିତ ଆର୍ଥିକ ଦ୍ରବ୍ୟର ବିକ୍ରୟ/କାର୍ଯ୍ୟରେ ପୂର୍ବ ଅଭିଜ୍ଞତା ରହିଥିବା ପ୍ରାର୍ଥୀଙ୍କୁ ପସନ୍ଦ କରାଯିବ।


ବୟସ ସୀମା (୦୧-୦୬-୨୦୨୩ ପର୍ଯ୍ୟନ୍ତ)
ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ନିଶ୍ଚିତ ଭାବରେ ୨୧ ବର୍ଷର ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୫ ବର୍ଷ ହୋଇଥିବା ଆବଶ୍ୟକ।


ଚୟନ ପ୍ରକ୍ରିୟା
ଅନଲାଇନ୍ ଟେଷ୍ଟ ଏବଂ ଗ୍ରୁପ୍ ଡିସକସନ୍ ଏବଂ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ଚୟନ କରାଯିବ। କେବଳ ଯୋଗ୍ୟତା ମାନଦଣ୍ଡକୁ ସନ୍ତୁଷ୍ଟ କରିବା ସାକ୍ଷାତକାର/ ଗୋଷ୍ଠୀ ଆଲୋଚନା କିମ୍ବା ଅନଲାଇନ୍ ପରୀକ୍ଷା ପାଇଁ କୌଣସି ପ୍ରାର୍ଥୀଙ୍କୁ ଅଧିକାର ପ୍ରଦାନ କରେନାହିଁ।


ଦରମା ଏବଂ ଭତ୍ତା
ବ୍ୟାଙ୍କ ନିୟମ ଅନୁଯାୟୀ ରିହାତି ସହିତ ମାସକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ।


ଆବେଦନ ଶୁଳ୍କ


  • ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି ସହ ଦିବ୍ୟାଙ୍ଗ (କେବଳ ପ୍ରବେଶ ଶୁଳ୍କ): ୧୦୦ ଟଙ୍କା

  • ଅନ୍ୟ ସମସ୍ତଙ୍କ ପାଇଁ: ୩୦୦ ଟଙ୍କା 


ଗୁରୁତ୍ୱପୂର୍ଣ୍ଣ ତାରିଖ 


  • ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ ପାଇଁ ଆବେଦନ ତାରିଖ ଆରମ୍ଭ: ୨୬/୭/୨୦୨୩, ସମୟ ସକାଳ: ୧୦:୦୦ 

  • ଅନଲାଇନ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ (ପ୍ରବେଶ ଶୁଳ୍କ ସହିତ): ୧୬/୮/୨୦୨୩, ସମୟ ରାତି ୧୧:୫୯