Indian Navy Recruitment 2024: ଭାରତୀୟ ନୌସେନା (Indian Navy) ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ଆବେଦନ କରିବା ପାଇଁ ଚାହୁଁଛନ୍ତି ତେବେ Indian Navyର ଅଫିସିଆଲ୍ ୱେବ୍‌ସାଇଟ୍‌ joinindiannavy.gov.in କୁ ଯାଇ ଆବେଦନ କରିପାରିବେ। ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Navy Recruitment 2024 Apply for Medical Assistance posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ:


ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ବେଳେ ଆଗ୍ରହୀ ପ୍ରାର୍ଥୀମାନେ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।


ଶିକ୍ଷାଗତ ଯୋଗ୍ୟତା:


ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ (PCM) ସହିତ ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଆବଶ୍ୟକ।


ବୟସ ସୀମା:


ପ୍ରାର୍ଥୀଙ୍କ ଜନ୍ମ ୦୧।୧୧।୨୦୦୩ ରୁ ୩୦।୦୪।୨୦୦୭ ମଧ୍ୟରେ ହୋଇଥିବା ଆବଶ୍ୟକ।


ମାସିକ ଦରମା:


ସର୍ବନିମ୍ନ ଦରମା ୨୬,୯୦୦ ଟଙ୍କା ରହିଥିବା ବେଳେ ସର୍ବାଧିକ ଦରମା ୭୪,୩୦୦ ଟଙ୍କା।


ଚୟନ ପ୍ରକ୍ରିୟା:


-ସଟ୍‌ଲିଷ୍ଟ୍


-ଶାରିରୀକ ଟେଷ୍ଟ୍


-ଲିଖିତ ପରୀକ୍ଷା


-ମେଡିକାଲ୍ ଟେଷ୍ଟ୍


-ଡକ୍ୟୁମେଣ୍ଟ୍ ଯାଞ୍ଚ