ଖରସ୍ରୋତା ନଦୀର ରାଜଘାଟ ବ୍ରିଜ ଉପରୁ ନଦୀକୁ ଡେଇଁ ଯୁବତୀ ନିଖୋଜ
Advertisement
Article Detail0/zeeodisha/odisha2436852

ଖରସ୍ରୋତା ନଦୀର ରାଜଘାଟ ବ୍ରିଜ ଉପରୁ ନଦୀକୁ ଡେଇଁ ଯୁବତୀ ନିଖୋଜ

Kharasrota river: ବ୍ରିଜ୍ ଉପରୁ ସ୍କୁଟି, ଜୋତା, ମୋବାଇଲ ଫୋନ୍ ଜବତ ହୋଇଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ତଦନ୍ତ କରୁଛି। 

ଖରସ୍ରୋତା ନଦୀର ରାଜଘାଟ ବ୍ରିଜ ଉପରୁ ନଦୀକୁ ଡେଇଁ ଯୁବତୀ ନିଖୋଜ

ଯାଜପୁର: ଖରସ୍ରୋତା ସେତୁରୁ ନଦୀକୁ ଡେଇଁ ପଡ଼ିଲେ ଯୁବତୀ। ସେତୁ ଉପରେ ସ୍କୁଟି, ମୋବାଇଲ୍ ଓ ଚପଲ ରଖି ଡେଇଁ ପଡ଼ି ନିଖୋଜ ଅଛନ୍ତି ଯୁବତୀ। ସଦର ଥାନା ବରୁହାଁ ନିକଟ ସେତୁରୁ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ମହିଳା ଜଣଙ୍କ ମଧୁବନ କୃଷ୍ଣପୁର ଅଞ୍ଚଳର ବୋଲି ଜଣାପଡିଛି। ତେବେ ମହିଳାଙ୍କ ସ୍କୁଟିରେ କେତେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ମୋବାଇଲ୍ ଫୋନ୍ ଜୋତାକୁ ପୋଲିସ ଜବତ କରିଛି।

ନିଖୋଜ ଯୁବତୀ ହେଲେ କୁଆଖିଆ ଥାନା ଅବଦଲପୁର ଅଞ୍ଚଳର ମନୀଷା ବେହେରା। ବ୍ରିଜ୍ ଉପରୁ ସ୍କୁଟି, ଜୋତା, ମୋବାଇଲ ଫୋନ୍ ଜବତ ହୋଇଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ତଦନ୍ତ କରୁଛି।