Railway Recruitment 2024: ରେଳବାଇ ନିଯୁକ୍ତି ବୋର୍ଡ (RRB) ତରଫରୁ ଜୁନିଅର ଇଞ୍ଜିନିୟର, ଆରପିଏଫ କନଷ୍ଟେବଳ ଓ ଏସଆଇ ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ବିଜ୍ଞପ୍ତି ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବରୁ ୨ ରୁ ୫ ଡିସେମ୍ବର ମଧ୍ୟରେ ଆରପିଏଫ୍ ନିଯୁକ୍ତି ପରୀକ୍ଷା ହେବାରଥିଲା। ଯାହା ବର୍ତ୍ତମାନ ୨ ରୁ ୧୨ ଡିସେମ୍ବର ୨୦୨୪ ମଧ୍ୟରେ କରାଯିବ।


COMMERCIAL BREAK
SCROLL TO CONTINUE READING

ଏହା ବ୍ୟତୀତ ଜୁନିଅର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ପରୀକ୍ଷା ୬ ରୁ ୧୩ ଡିସେମ୍ବର ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା, ଯାହା ବର୍ତ୍ତମାନ ୧୩ ରୁ ୧୭ ଡିସେମ୍ବର ୨୦୨୪ ରେ ପରିବର୍ତ୍ତନ କରାଯାଇଛି।


ପଦବୀ ଅନୁଯାୟୀ ନିଯୁକ୍ତି ପରୀକ୍ଷା ପାଇଁ ନୂଆ ତାରିଖ
RPF SI, କନଷ୍ଟେବଲ୍ ନିଯୁକ୍ତି ପରୀକ୍ଷା: ୨ ଡିସେମ୍ବର ରୁ ୧୨ ଡିସେମ୍ବର ୨୦୨୪
RRB ଟେକ୍ନିସିଆନ ନିଯୁକ୍ତି ପରୀକ୍ଷା: ୧୮ ରୁ ୧୯ ଡିସେମ୍ବର ୨୦୨୪
RRB JE ଏବଂ ଅନ୍ୟାନ୍ୟ ପୋଷ୍ଟଗୁଡିକ ପାଇଁ ପରୀକ୍ଷା ତାରିଖ: ୧୩ ରୁ ୧୭ ଡିସେମ୍ବର ୨୦୨୪
RRB ALP ନିଯୁକ୍ତି ପରୀକ୍ଷା: ୨୫ ରୁ ୨୯ ନଭେମ୍ବର ୨୦୨୪


ଅନ୍ୟପଟେ ୫୦୬୬ ଆପ୍ରେଣ୍ଟିସିପ୍ ପଦବୀ ପାଇଁ ରେଳବାଇ ରେଳବାଇ ସେଲ୍ (RRC) ପଶ୍ଚିମ ରେଳବାଇ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୩ ସେପ୍ଟେମ୍ବରରୁ ୨୨ ଅକ୍ଟୋବର ୨୦୨୪ ମଧ୍ୟରେ ସମାପ୍ତ ହେବାରଥିଲା। କିନ୍ତୁ ବର୍ତ୍ତମାନ ଏହି ନିଯୁକ୍ତି ପାଇଁ ପଞ୍ଜୀକରଣ ୱିଣ୍ଡୋ RRC ଦ୍ୱାରା ୨୪ ଅକ୍ଟୋବରରୁ ପୁଣି ଥରେ ଖୋଲାଯାଇଛି। ଯେଉଁ ପ୍ରାର୍ଥୀମାନେ ପୂର୍ବ ନିର୍ଦ୍ଧାରିତ ତାରିଖରେ ଏହି ନିଯୁକ୍ତିରେ ଯୋଗଦେବାକୁ ଆବେଦନ କରିପାରି ନାହାଁନ୍ତି, ସେମାନେ ବର୍ତ୍ତମାନ ୨୯ ଅକ୍ଟୋବର ୨୦୨୪ ମଧ୍ୟରେ ନିଜର ଆବେଦନ ପ୍ରକ୍ରିୟା ଶେଷ କରିପାରିବେ।