JEE Main Results 2022: JEE ସେସନ୍-୧ ଜୁନ୍ ଫଳାଫଳ ପ୍ରକାଶିତ ହୋଇଛି। NTA ପକ୍ଷରୁ ସୋମବାର ଏହି ରେଜଲ୍ଟ ଆଉଟ କରାଯାଇଛି। ଫଳାଫଳ JEE Mainର ଅଫିସିଆଲ୍ ସାଇଟ jeemain.nta.nic.inରେ ଉପଲବ୍ଧ ହୋଇଛି। NTAର ଅଫିସିଆଲ୍ ସାଇଟ nta.ac.in ଓ ntaresults.nic.inରେ ମଧ୍ୟ ଉପଲବ୍ଧ ହେଉଛି।


COMMERCIAL BREAK
SCROLL TO CONTINUE READING

JEE ମେନ୍ ସେସନ୍ ୧ ଜୁନ୍ ପରୀକ୍ଷାଫଳ ଘୋଷଣା କରାଯାଇଛି। ପ୍ରାର୍ଥୀମାନେ ପରୀକ୍ଷାରେ ଦେଇଛନ୍ତି ସେମାନେ ସେମାନଙ୍କର ଫଳାଫଳକୁ JEE Main ର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରେ ଓ NTA ଅଫିସିଆଲ୍ ୱେବସାଇଟ nta.ac.in ଓ ntaresults.nic.inରେ ଦେଖି ପାରିବେ। 


Also Read: ରୁଚିକା ମହାନ୍ତି ଆତ୍ମହତ୍ୟା ଖିଅ କେଉଁଠି? ମନସ୍ତତ୍ତ୍ୱବିତଙ୍କ ସାହାଯ୍ୟ ନେଲା ତଦନ୍ତକାରୀ ଟିମ୍


 


କେମିତି ଡାଉନଲୋଡ କରିବେ  JEE Main 2022 Scorecard?


  • ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।

  • ହୋମପେଜରେ 'JEE Main 2021 session 1 results' ଲିଙ୍କରେ କ୍ଲିକ୍ କରନ୍ତୁ ।

  • ଆପଣଙ୍କର ଆପଲିକେସନ ନମ୍ବର, ଜନ୍ମ ତାରିଖ ଏବଂ ସେକ୍ୟୁରିଟି କୋଡ୍ ପ୍ରବେଶ କରନ୍ତୁ ।

  • ସବିଶେଷ ତଥ୍ୟ ପୂରଣ କରିବା ପରେ 'ସବମିଟ୍' ବଟନ୍ ଉପରେ କ୍ଲିକ୍ କରନ୍ତୁ ।

  • ଏବେ JEE Mainର ଫଳାଫଳ ସ୍କ୍ରିନରେ ପ୍ରଦର୍ଶିତ ହେବ।

  • ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ ଓ ଭବିଷ୍ୟତରେ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ନେଇ ରଖନ୍ତୁ ।


ଆବଶ୍ୟକ ଡକ୍ୟୁମେଣ୍ଟ


JEE Mains ସେଶନ ୧ ଫଳାଫଳ ଚେକ୍ କରିବାକୁ ଜରୁରୀ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖିବା ଆବଶ୍ୟକ । ପ୍ରାର୍ଥୀମାନଙ୍କୁ ସେମାନଙ୍କର JEE ମେନ୍ ଆଡମିଟ୍ କାର୍ଡ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ମାର୍କ ସିଟ୍ ଡାଉନଲୋଡ୍ କରିବାକୁ ସେମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର / ଆପ୍ଲିକେସନ୍ ନମ୍ବର ବ୍ୟବହାର କରିବାକୁ ପଡିବ ।


Also Read: ପୁରୁଷ ପେଟରେ ଗର୍ଭାଶୟ; ୨୦ ବର୍ଷ ଧରି ହେଉଥିଲା ଋତୁସ୍ରାବ, ମହିଳା ପ୍ରଜନନ ଅଙ୍ଗ ଥିବା କହିଲେ


JEE Main ସେସନ ୧ ପରୀକ୍ଷା ଚଳିତ ବର୍ଷ ଜୁନ୍ ୨୩, ୨୪, ୨୫, ୨୬, ୨୭, ୨୮ ଏବଂ ୨୯ରେ ଆୟୋଜିତ କରାଯାଇଥିଲା ।