ପୁରୁଷ ପେଟରେ ଗର୍ଭାଶୟ; ୨୦ ବର୍ଷ ଧରି ହେଉଥିଲା ଋତୁସ୍ରାବ, ମହିଳା ପ୍ରଜନନ ଅଙ୍ଗ ଥିବା କହିଲେ ଡାକ୍ତର
Advertisement

ପୁରୁଷ ପେଟରେ ଗର୍ଭାଶୟ; ୨୦ ବର୍ଷ ଧରି ହେଉଥିଲା ଋତୁସ୍ରାବ, ମହିଳା ପ୍ରଜନନ ଅଙ୍ଗ ଥିବା କହିଲେ ଡାକ୍ତର

ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶର ଚିଙ୍ଗ୍ ଅନିୟମିତ ପରିସ୍ରା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୌବନ କାଳରେ ଏକ ଅପରେସନ୍ କରିଥିଲେ। ସେବେଠାରୁ ସେ ତାଙ୍କ ପରିସ୍ରାରେ ରକ୍ତ ପଡିବା ସହ ପେଟ ଯନ୍ତ୍ରଣା ଅନୁଭବ କରୁଥିଲେ।

ପ୍ରତିକାତ୍ମକ ଫଟୋ

ବେଜିଂ: ଚୀନରୁ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଜଣେ ଚୀନର ଜଣେ ବ୍ୟକ୍ତି ତାଙ୍କ ପରିସ୍ରାରେ ରକ୍ତ ପଡିବା ଏବଂ ପେଟରେ ନିୟମିତ ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଏବଂ ତାଙ୍କର ଡିମ୍ବାଣୁ ଏବଂ ଗର୍ଭାଶୟ ଥିବା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୩୩ ବର୍ଷିୟ ଚିଙ୍ଗ୍ (ଛଦ୍ମନାମ)  ଧରି ଜଣେ ପୁରୁଷ ଭାବରେ ପରିଚିତ ଥିଲେ। କିନ୍ତୁ କ୍ରୋମୋଜୋମ୍ ଆନାଲିସିସ୍ ପରୀକ୍ଷା କରିବା ପରେ ସେ ଜୈବଗତ ଭାବରେ ମହିଳା ବୋଲି ଡାକ୍ତରମାନେ କହିଥିଲେ।

ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶର ଚିଙ୍ଗ୍ ଅନିୟମିତ ପରିସ୍ରା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୌବନ କାଳରେ ଏକ ଅପରେସନ୍ କରିଥିଲେ। ସେବେଠାରୁ ସେ ତାଙ୍କ ପରିସ୍ରାରେ ରକ୍ତ ପଡିବା ସହ ପେଟ ଯନ୍ତ୍ରଣା ଅନୁଭବ କରୁଥିଲେ। ଥରେ ଚାରି ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏହାର ଚିକିତ୍ସା କରୁଥିବା ଜଣେ ଡାକ୍ତର ତାଙ୍କୁ Appendicitis ରୋଗରେ ଆକ୍ରାନ୍ତ ହୋଇଥିବା କହିଥିଲେ। ଚିଙ୍ଗଙ୍କୁ ଚିକିତ୍ସା କରାଯାଇଥିଲା, ତଥାପି ଲକ୍ଷଣ ବନ୍ଦ ହେଲା ନାହିଁ।

Also Read: ଛୋଟ ଆଖିର ଫାଇଦା କହିଲେ ରାଜ୍ୟ ବିଜେପି ମୁଖ୍ୟ

ଗତ ବର୍ଷ ଏକ ଚେକ୍ ଅପ୍ ସମୟରେ ଚିଙ୍ଗଙ୍କ ଶରୀରରେ ମହିଳା ଯୌନ କ୍ରୋମୋଜୋମ୍ ଥିବା ଜଣାପଡିଥିଲା। ଅନ୍ୟ ଏକ ମେଡିକାଲ ଟେଷ୍ଟରୁ ଜଣାପଡିଛି ଯେ, ତାଙ୍କର ଗର୍ଭାଶୟ ଏବଂ ଡିମ୍ବାଣୁ ସମେତ ମହିଳା ପ୍ରଜନନ ଅଙ୍ଗ ଅଛି। ପୁରୁଷ ଯୌନ ହରମୋନ୍ ଆଣ୍ଡ୍ରୋଜେନର ସ୍ତର ହାରାହାରିରୁ କମ୍ ଥିବାବେଳେ ମହିଳା ଯୌନ ହରମୋନ୍ ଏବଂ ଓଭାରିନ୍ ଆକ୍ଟିଭିଟି ସ୍ତର ସୁସ୍ଥ ବୟସ୍କ ମହିଳାମାନଙ୍କ ତୁଳନାରେ କମ ଥିଲା। ଶେଷରେ ଏହା ଜଣାପଡିଲା ଯେ, ଚିଙ୍ଗ ଉଭୟ ପୁରୁଷ ଏବଂ ମହିଳା ପ୍ରଜନନ ଅଙ୍ଗ ସହିତ ଜନ୍ମଗ୍ରହଣ କରିଥିଲେ। ଏହାର ଅର୍ଥ ହେଉଛି ଯେ, ଋତୁସ୍ରାବ ହେତୁ ଚିଙ୍ଗଙ୍କ ପରିସ୍ରାରେ ରକ୍ତ ପଡିବା ପେଟରେ ଯନ୍ତ୍ରଣା ହୋଇଥିଲା।

ନିଜ ଶରୀରରେ ଦୁଇଟି ପ୍ରଜନନ ଅଙ୍ଗ ଥିବା ଜାଣିବା ପରେ ଚିଙ୍ଗ୍ ତାଙ୍କର ମହିଳା ପ୍ରଜନନ ଅଙ୍ଗକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଗତ ମାସରେ ସେ ଏକ ଡାକ୍ତରଖାନାରେ ତିନି ଘଣ୍ଟିଆ ଅସ୍ତ୍ରୋପଚାର କରିଥିଲେ। South China Morning Postରେ ଅନୁସାରେ, ଅସ୍ତ୍ରୋପଚାର ଦିନଠାରୁ ଚିଙ୍ଗ ଜଣେ ପୁରୁଷ ଭାବରେ ନିଜ ଜୀବନ ବଞ୍ଚାଇ ପାରିବେ, କିନ୍ତୁ ସେ ବାପା ହୋଇପାରିବେ ନାହିଁ କାରଣ ତାଙ୍କର ଶୁକ୍ରାଣୁ ଉତ୍ପାଦନ ହେବ ନାହିଁ। ଡାକ୍ତର କହିଛନ୍ତି ଯେ, ପ୍ରାୟତଃ କିଶୋର ଅବସ୍ଥାରେ ଏହି ଭଳି ସମସ୍ୟା ଜଣା ପଡିଥାଏ। ଏହା ଶାରୀରିକ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପକାଏ ନାହିଁ, କିନ୍ତୁ ମାନସିକ ଆଘାତ ଦେଇପାରେ।

Also Read: ସଡ଼କ ଦୁର୍ଘଟଣାରେ ବିଧାୟକଙ୍କ PA ସମେତ ୩ ସମ୍ପର୍କୀୟ ମୃତ, ଦୁଇ ଗୁରୁତର

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚରେ ଚିଙ୍ଗଙ୍କ ପରି ଏକ ସମାନ ଘଟଣା ସାମନାକୁ ଆସିଥିଲା। ଚୀନର ଜଣେ ୨୫ ବର୍ଷ ବୟସ୍କା ମହିଳା ଗୋଡରେ ଆଘାତ ଲାଗିବାରୁ ଡାକ୍ତରଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର କ୍ରମୋଜନ ପରୀକ୍ଷା ପରେ ସେ ପୁରୁଷ କ୍ରୋମୋଜୋମ ସହିତ ଜନ୍ମ ହୋଇଥିବା ଜଣାପଡିଥିଲା। ତେବେ ମହିଳା ସ୍ୱୀକାର କରିଛନ୍ତି ଯେ, ତାଙ୍କର ଋତୁସ୍ରାବ ହେଉନଥିଲା ଏବଂ ଲଜ୍ଜାଜନକ କାରଣରୁ ଏହି ତଥ୍ୟକୁ ସେ ଲୁଚାଇ ରଖିଥିଲେ।