Job Vacancy: ବର୍ତ୍ତମାନ ଦେଶର ଲୋକ ସଂଖ୍ୟା ଯେଉଁ ମାତ୍ରାରେ ବଢ଼ି ଚାଲିଛି ସେହି ଅନୁପାତରେ ଚାକିରିର(Job) ଅଭାବ ମଧ୍ୟ ବଢ଼ୁଥିବା ଦେଖିବାକୁ ମିଳୁଛି। ଆମ ଦେଶରେ ଏବେ ଅନେକ ଯୁବପୀଢ଼ି ଏବେ ପାଠ-ସାଠ ପଢ଼ି ବେକାର ହୋଇ ବୁଲୁଛନ୍ତି। ସରକାରୀ ଚାକିରୀ ପ୍ରତି ଲୋକଙ୍କ ଆଗ୍ରକହ ବଢ଼ୁଥିବା ବେଳେ ସରକାରୀ ଚାକିରୀ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳୁଛି l କରୋନା ପରେ ଅନେକ ଯୁବକ ଯୁବତୀଙ୍କର(Youth) ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ନପାଇ ବେକାର ହୋଇ ବୁଲୁଛନ୍ତି l 


COMMERCIAL BREAK
SCROLL TO CONTINUE READING

ତେବେ ଚାକିରୀ ପାଇଁ ଆଶାୟୀ ଥିବା ଯୁବପୀଢ଼ିଙ୍କ ପାଇଁ ଏକ ଖୁସି ଖବର। ଡିଆରଡିଓରେ(DRDO) ବାହାର କରିଛି ନିଯୁକ୍ତି ସୁଯୋଗ ଏବଂ ଆବେଦନର ତାରିଖ ମଧ୍ୟ ଘୋଷଣା ହୋଇସାରିଛି। ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଚାହିଁଲେ ଏଥିପାଇଁ ଆବେଦନ କରିପାରିବେ। ସେପ୍ଟେମ୍ବର ୮ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲୁ ରହିବ। ଯଦି ଆବେଦନ କରିବା ପାଇଁ ଆପଣ ଇଛୁକ ଥାଆନ୍ତି ତେବେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ www.ada.gov.in. କୁ ଯାଇ ଚାକିରି ପାଇଁ ଆବେଦନ କରିପାରିବେ। 


ଏରୋନଟିକାଲ ଡେଭଲପ୍‌ମେଣ୍ଟ ଏଜେନ୍ସି ଅଧିନରେ ଥିବା ଡିଆରଡିଓ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି ।ତେବେ ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପାଇଁ ଖାଲି ପଡ଼ିଥିବା ମୋଟ ପଦବୀ ସଂଖ୍ୟା ହେଉଛି ୫୩ ରହିଛି । ପ୍ରୋଜେକ୍ଟ ଇଞ୍ଜିନିୟର- ୧ (ଲେଭେଲ ପିଇ ୧) ପାଇଁ ୪୦ ପଦବୀ ରହିଛି ସେହିପରି ପ୍ରୋଜେକ୍ଟ ଇଞ୍ଜିନିୟର-୨ (ଲେଭେଲ ପିଇ ୨) ପାଇଁ ୯ ପଦବୀ ରହିଛି ଓ ପ୍ରୋଜେକ୍ଟ ଇଞ୍ଜିନିୟର-୩ (ଲେଭେଲ ପିଇ ୩ ) ପାଇଁ ୪ ପଦବୀ ରହିଛି । ଏହି ସବୁକୁ ମିଶାଇଲେ ସର୍ବମୋଟ ୫୩ ଟି ପଦବୀ ଖାଲି ପଡ଼ିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।


ଜାଣନ୍ତୁ ଆବେଦନ ପ୍ରକ୍ରିୟା-


-ପ୍ରଥମେ ଅଫିସିଆଲ୍ ୱେବ୍‌ସାଇଟ୍‌କୁ www.ada.gov.in ଗସ୍ତ କରନ୍ତୁ।


-ଏହା ପେର ହୋମପେଜ୍‌ରେ ଲାଟେଷ୍ଟ ନ୍ୟୁଜ୍‌ ଟ୍ୟାବ୍‌ ତଳେ ଥିବା ଆପ୍ଲିକେସନ୍‌ ଫର୍ ଦ ପ୍ରୋଜେକ୍ଟ ଇଞ୍ଜିନିଅର (PE) ଉପରେ କ୍ଲିକ୍‌ କରନ୍ତୁ ।


-ତା ପରେ ସେଠାରେ ଥିବା ଆପ୍‌ଲିକେସନ୍‌ ଫର୍ମ ମାଧ୍ୟମରେ ରେଜିଷ୍ଟର କରନ୍ତୁ ।


- ଆପ୍ଲିକେସନ୍‌ରେ ଆବଶ୍ୟକ ଥିବା ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ ସେଠାରେ ଅପ୍‌ଲୋଡ୍‌ କରନ୍ତୁ,  ସବୁ ଡକୁମେଣ୍ଡ ସବ୍‌ମିଟ୍‌ ପରେ ସବମିଟ୍ ବଟମ୍ ଉପରେ କ୍ଲିକ୍ କରନ୍ତୁ।


-ଶେଷରେ ଆପ୍ଲିକେସନ୍‌ର ପ୍ରିଣ୍ଟଆଉଟ୍ ବାହାର କରି ରଖନ୍ତୁ ।


Also Read: Post Office Recruitment 2023: ଦଶମ ପାସ୍ କରିିଥିବା ପ୍ରାର୍ଥୀଙ୍କ ପୋଷ୍ଟ ଅଫିସରେ ବମ୍ଫର ନିଯୁକ୍ତି, ଜାଣନ୍ତୁ ରାଜ୍ୟରେ କେତେ ପଦବୀ ରହିଛି ଖାଲି?