National Book Trust Jobs 2025: ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ (NBT)ରେ ବାହାରିଲା ନିଯୁକ୍ତି। ୧୦ଟି ପଦବୀ ପାଇଁ ଆବେଦନ କରିପାବିରେ ଇଚ୍ଛୁକ ବ୍ୟକ୍ତିବିଶେଷ। ଖାଲି ଥିବା ପଦବୀଗୁଡିକ ପାଇଁ ଡେପୁଟେସନ୍ ଆଧାରରେ ପୂରଣ କରାଯିବ। ଅଫଲାଇନ୍ ମୋଡ୍ ମାଧ୍ୟମରେ ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଯଦି ଆପଣ NBTର ଏହ ପଦବୀ ପାଇଁ ଆବେଦନ କରିବାକୁ ଆଗ୍ରହୀ ତେବେ ଏହି ସବୁ ଯୋଗ୍ୟତା ରହିଥିବା ନିତ୍ୟାନ୍ତ ଜରୁରୀ। 


COMMERCIAL BREAK
SCROLL TO CONTINUE READING

ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଭାରତ ସମ୍ପାଦକ ସହାୟକ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ବିବରଣୀ ୱେବସାଇଟରୁ ପାଇପାରିବେ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ସରକାରୀ ୱେବସାଇଟରୁ ବିଜ୍ଞପ୍ତିକୁ ଡାଉନଲୋଡ୍ କରିପାରିବେ।



ଆବଶ୍ୟକ ଯୋଗ୍ୟତା
ଇଚ୍ଛୁକ ଆବେଦନକାରୀ ଏହି ପଦବୀ ପାଇଁ ଆବଶ୍ୟକ ସ୍ନାତକ ଡିଗ୍ରୀ ହାସଲ କରିଥିବା ନିତ୍ୟାନ୍ତ ଜରୁରୀ।


ଅଭିଜ୍ଞତା
ପ୍ରକାଶନ ଅନୁଷ୍ଠାନରେ ସମ୍ପାଦନା କ୍ଷେତ୍ରରେ ଅତି କମରେ ଗୋଟିଏ ବର୍ଷର କାର୍ଯ୍ୟ କରିବାର କ୍ଷମତା ରଖିଥିବା ଜରୁରୀ। 


ଜରୁରୀ ଯୋଗ୍ୟତା
ଯେଉଁ ଭାଷା ପାଇଁ ଆପଣ ଆବେଦନ କରିବେ ସେହି ଭାଷାରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ନିତ୍ୟାନ୍ତ ଜରୁରୀ। 


ବୟସ ସୀମା
ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଜରୁରୀ। ୪୦ କିମ୍ବା ତାହା ଠାରୁ କମ ବୟସର ବ୍ୟକ୍ତିବିଶେଷ ଏହି ପଦ ପାଇଁ ଆବେଦନ କରିପାରିବେ।


ବେତନ
ଏହି ପଦବୀ ପାଇଁ ଏନବିଟି ପକ୍ଷରୁ ୪୦ ରୁ ୫୦ ହଜାର ଟଙ୍କା ଦରମା ଦିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। 


ଚୟନ ପ୍ରକ୍ରିୟା
ଏହି ପଦ ପାଇଁ ଉଭୟ ଲିଖିତ ଓ ବ୍ୟକ୍ତିଗତ ସାକ୍ଷାତକାର ବା ଇଣ୍ଟରଭ୍ୟୁ ଜରିଆରେ ଚୟନ କରାଯିବ। 


 



କିପରି କରିବେ ଆବେଦନ
ଯୋଗ୍ୟ ମାନଦଣ୍ଡ ପୂରଣ କରୁଥିବା ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ନେହରୁ ଭବନ, ୫, ଇନଷ୍ଟିଚ୍ୟୁସନାଲ ଏରିଆ, ସେକେଣ୍ଡ ଫେଜ, ବସନ୍ତ କୁଞ୍ଜ, ନୂଆଦିଲ୍ଲୀ - 110070 ରେ ଥିବା ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ଜଏଣ୍ଟ ଡାଇରେକ୍ଟର (ଏ ଆଣ୍ଡ ଏଫ) ପଦ ପାଇଁ ଆବେଦନ କରିପାରିବେ। ଆବେଦନ ଦରଖାସ୍ତ ନ୍ୟାସନାଲ ବୁକ୍ ଟ୍ରଷ୍ଟ www.nbtindia.gov.in ୱେବସାଇଟରେ ଉପଲବ୍ଧ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନପତ୍ର ଦାଖଲ ହେବା ଉଚିତ।


Disclamer:ନ୍ୟାସନାଲ ବୁକ ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉପରୋକ୍ତ ତଥ୍ୟ ପ୍ରଦାନ କରାଯାଇଛି। ଏହା Zee Odisha Newsର ନିଜସ୍ୱ ମତ ନୁହେଁ। ଆବେଦନ କରିବା ପୂର୍ବରୁ NBTର ସରକାର ୱେବସାଇଟରେ ଥିବା ସୂଚନାକୁ ଭଲକରି ପଢି ଆବେଦନ କରନ୍ତୁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।