COMMERCIAL BREAK
SCROLL TO CONTINUE READING

NIRF India Ranks 2022: ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NIRF India Ranks 2022 ରିଲିଜ କରିଛନ୍ତି। ୟୁଟ୍ୟୁବ ମାଧ୍ୟମରେ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ତାଲିକା (ବୁକଲେଟ୍ ମାଧ୍ୟମରେ) ଘୋଷଣା କରାଯାଇଛି। ସପ୍ତମ ଏଡିସନରେ ମୋଟ ୧୧ଟି ବର୍ଗରେ ଏହି ତାଲିକା ଘୋଷଣା ହୋଇଛି। ତେବେ ବିଡମ୍ବାନା ଏହି କି ଯେ ଶିକ୍ଷାମନ୍ତ୍ରୀ ମନ୍ତ୍ରୀଙ୍କ ଗୃହରାଜ୍ୟରୁ ଗୋଟିଏ ବି ଶିକ୍ଷାନୁଷ୍ଠାନ କୌଣସି ବର୍ଗର ଶୀର୍ଷରେ ନାହାନ୍ତି।


ବିଭିନ୍ନ ମାନଦଣ୍ଡ ଆଧାରରେ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ୨୦୨୨ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଶିକ୍ଷାଦାନ, ଶିକ୍ଷା ଏବଂ ସମ୍ବଳ, ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ, ସ୍ନାତକୋତ୍ତର ଫଳାଫଳ, ସମୃଦ୍ଧ, ସମାବେଶିତା ଏବଂ ଧାରଣାକୁ ବିଶେଷ ମାନଦଣ୍ଡ ଭାବରେ ବିଚାରକୁ ନିଆଯାଇଛି।


Also Read: ଅତି ଉତ୍ସାହିତ ହୋଇ ଏହି ଭୁଲ କରିଦେଲେ IPL ଫାଉଣ୍ଡର, ଭାଇର ପିଠି ପଛରେ ଏମିତି କାମ କରୁଥିଲେ ପୂର୍ବ


ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ


Overall Category-  IIT Madras 


Universitie- IISc Bengaluru


Management- IIM Ahmedabad 


Engineering College- IIT Madras


Architecture College- IIT Roorkee


Medical College- AIIMS Delhi


Dental College- Saveentha Institute of Medical and Technical Science, Chennai


Colleges In Pharmacy- Jamia Hamdard


Law- National Law School Of India University, Bengaluru


Research Institution- IISc Bangalore


College- Miranda House


Also Read: ବିଦେଶରୁ ଆସୁଥିବା ଲୋକଙ୍କ ଠାରୁ ରୁହନ୍ତୁ ସାବଧାନ, ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରିକଲା ଗାଇଡଲାଇନ


NIRFର ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର କୌଣସି କଲେଜ ସ୍ଥାନ ପାଇନାହିଁ। ଇଂଜିନିୟରିଂରେ NITକୁ ୧୫, ସୋଚକୁ ୨୭, IIT ଭୁବନେଶ୍ୱରକୁ ୩୬ ରାଙ୍କ ମିଳିଥିବା ବେଳେ କିଟ୍‌କୁ ୪୨ ଓ ସିଭିରମଣକୁ ୯୮ତମ ସ୍ଥାନ ମିଳିଛି। ବିଶ୍ୱବିଦ୍ୟାଳୟରେ ସୋଆ ୧୬, କିଟ୍ ୨୦, ଉତ୍କଳ ବିଶ୍ୱବିଦ୍ୟାଳୟ ୮୮ ସ୍ଥାନରେ ରହିଛି। ସେହିପରି ମ୍ୟାନେଜମେଣ୍ଟରେ XIM ୩୫, କିଟ୍ ୪୮, IIM ୬୬, IMIBକୁ ୭୦ ମାନ୍ୟତା ଦିଆଯାଇଛି।


ଅନ୍ୟପଟେ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ୨୦୨୨ର ମେଡିକାଲ ଶିକ୍ଷାରେ ସୋଆ ୧୮, ଏମ୍ସ ୨୬, କିଟ୍ ୩୦, ଏସ୍ସିବିକୁ ୪୪ ମାନ୍ୟତା ମିଳିଛି। ରାଜ୍ୟରେ SOA ଶୀର୍ଷରେ ରହିଛି। ଶ୍ରେଷ୍ଠ ୧୦୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ୩୦, କିଟ୍ ୩୪, ରାଉରକେଲା NITକୁ ୩୯ ଓ ଭୁବନେଶ୍ୱର IIT ୬୫ ସ୍ଥାନ ହାସଲ କରିଛି।