ଭୁବନେଶ୍ୱର: ମେ ୩୧ ତାରିଖ ମଙ୍ଗଳବାର ଚଳିତ ବର୍ଷ ଜୁନ-ଜୁଲାଇ ମାସରେ ହେବାକୁ ଯାଉଥିବା ପରୀକ୍ଷାର କାର୍ଯ୍ୟସୂଚୀ ସପ୍ଲିମେଣ୍ଟାରୀ ଟେଣ୍ଟେଟିଭ୍ କ୍ୟାଲେଣ୍ଡର ପ୍ରକାଶ କରିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଓଏସଏସି। ସଦ୍ୟ ଓଏସଏସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଜୁନ ୧୦ ତାରିଖରେ ହେବାକୁ ଥିବା OSSC ଅଧୀନରେ ରିସେପ୍ସନିଷ୍ଟ ମୁଖ୍ୟ ଲିଖିତ ପରୀକ୍ଷାକୁ ସ୍ଥଗିତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଏହି ପରୀକ୍ଷା କେଉଁ ଦିନ ଅନୁଷ୍ଠିତ ହେବ ତାହାର ସଂଶୋଧିତ ତାରିଖ ଶୀଘ୍ର ଜଣାଇ ଦିଆଯିବ।  ସେହିଭଳି ଜୁନିଅର ଷ୍ଟେନୋଗ୍ରାଫର (HOD)-2016 ପାଇଁ ସାର୍ଟିଫିକେଟ୍ ଯାଞ୍ଚକୁ ସଂଶୋଧିତ କରାଯାଇଛି। ଜୁନ ୧୬ ତାରଖରୁ 18 ଜୁନ୍ ମଧ୍ୟରେ ହେବାକୁ ଥିବା ଯାଞ୍ଚ ବର୍ତ୍ତମାନ ଜୁନ ୧୭ ତାରିଖରେ କରାଯିବ। ସେହିପରି ଜୁନିଅର ଷ୍ଟେନୋଗ୍ରାଫର (HOD)-2017 ପାଇଁ ସାର୍ଟିଫିକେଟ୍ ଯାଞ୍ଚ ବର୍ତ୍ତମାନ ଜୁନ୍ ୬ ତାରିଖ ବଦଳରେ ୧୮ ଜୁନରେ ଅନୁଷ୍ଠିତ ହେବ।


ଅନ୍ୟାନ୍ୟ ବିବରଣୀ


  • ଜୁନିଅର ଷ୍ଟେନୋଗ୍ରାଫର (HOD) - 2019 ପାଇଁ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ସଂଶୋଧିତ ତାରିଖ ହେଉଛି ୨୭ ଜୁନ।

  • ଜୁନିଅର ଷ୍ଟେନୋଗ୍ରାଫର (HOD) - 2021 ପାଇଁ ସାର୍ଟିଫିକେଟ୍ ଯାଞ୍ଚ ୨୮ ଜୁନରେ ଅନୁଷ୍ଠିତ ହେବ।


ପରୀକ୍ଷା କାର୍ଯ୍ୟସୂଚୀ


  • ଟ୍ରାଫିକ୍ କନଷ୍ଟେବଳ ପଦ ପାଇଁ ପ୍ରଥମ ପର୍ଯ୍ୟାୟ ଲିଖିତ ପରୀକ୍ଷା ୨୦୨୨ ଜୁଲାଇ ୯ ଏବଂ ୧୦ ତାରିଖରେ ଅନୁଷ୍ଠିତ ହେବ। 

  • ୨୦୨୧ ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ଲିଖିତ ପରୀକ୍ଷା ୨୦୨୨ ଜୁଲାଇ ୧୭ ତାରିଖରେ ହେବାର କାର୍ଯ୍ୟକ୍ରମ ରହିଛି।

  • ୨୦୨୧ ଅବକାରୀ ସବ-ଇନ୍ସପେକ୍ଟର ଲିଖିତ ପରୀକ୍ଷା ୨୦୨୨  ଜୁଲାଇ ୨୩ ଏବଂ ୨୪ ତାରିଖରେ ଅନୁଷ୍ଠିତ ହେବ।