OTET Result 2022: ମାଧ୍ୟମିକ ଶିକ୍ଷା ପରିଷଦ ୨୦୨୨ ରେ ହୋଇଥିବା OTET ପରୀକ୍ଷା ଫଳ ପ୍ରକାଶ ପାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଆପଣ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ଭିଜିଟ୍ କରି ପରୀକ୍ଷାର୍ଥୀ ନିଜ ରେଜଲ୍ଟ ଦେଖିପାରିବେ । 


COMMERCIAL BREAK
SCROLL TO CONTINUE READING

କହିରଖୁଛୁ ଶିକ୍ଷାରେ ଡିପ୍ଲୋମା ବା ସ୍ନାତକୋତ୍ତର କରିଥିବା ଛାତ୍ରଛାତ୍ର ଏହି ପରିକ୍ଷା ଦେଇଥାନ୍ତି । OTET କୁ ଥରେ କ୍ଲିୟର କଲେ ଏହି ପରୀକ୍ଷା ପୁର୍ନବାର ଆଉ ଦେବାକୁ ପଡ଼ି ନଥାଏ । ପୂର୍ବରୁ OTETର ବୈଧତା ୭ ବର୍ଷ ରହିଥିଲା କିନ୍ତୁ ପରେ  ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ୍ କରିଦେଇଥିଲେ ।


ଏପରି ଦେଖିପାରିବେ ରେଜଲ୍ଟ
ରେଜଲ୍ଟ ଦେଖିବା ପାଇଁ ପ୍ରଥମେ ଆପଣ ଆପଣଙ୍କୁ BSE ର ଅଫିିସିଆଲ ୱେବସାଇଟ୍ www.bseodisha.ac.in ଭିଜିଟ୍ କରନ୍ତୁ 
ଏହା ପରେ ରେଜଲ୍ଟ ଅପ୍ସନରେ କ୍ଲିକ୍ କରନ୍ତୁ
ଏହା ପରୋ ରୋଲ୍ ନମ୍ବର ଓ ମୋବାଇଲ୍ ନମ୍ବର ଏଣ୍ଟ୍ରି କରି ଲଗ୍ ଇନ୍ କରନ୍ତୁ
ଏହାପରେ ଆପଣଙ୍କ ସ୍କ୍ରୀନରେ ରେଜଲ୍ଟ ଦେଖାଯିବ
ଏହାକୁ ପ୍ରିଣ୍ଟ କରି ଭବିଷ୍ୟତ ପାଇଁ ରଖି ନିଅନ୍ତୁ 


ଏଠାରେ କ୍ଲିକ୍ କରି ସିଧାସଳଖ ଦେଖିପାରିବେ ରେଜଲ୍ଟ


ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ OTET ପାସ୍ କରିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ଓଡ଼ିଶାର ସରକାରୀ, ବେସରକାରୀ କିମ୍ବା ସହାୟକ ବିଦ୍ୟାଳୟରେ I ରୁ VIII ଶ୍ରେଣୀର ଶିକ୍ଷକ ହେବାକୁ ଯୋଜନା କରୁଥିବା ପ୍ରାର୍ଥୀଙ୍କ ଯୋଗ୍ୟତାକୁ ମୂଲ୍ୟାଙ୍କନ କରିବା ପାଇଁ OTET ପରୀକ୍ଷା କରାଯାଏ ।


ଏହା ବି ପଢ଼ନ୍ତୁ: Railway Recruitment 2023: ୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରିକଲା ଭାରତୀୟ ରେଳବାଇ, ଫଟାଫଟ୍ କରନ୍ତୁ ଆବେଦନ


ଏହା ବି ପଢ଼ନ୍ତୁ: Govt Bank Jobs: ସରକାରୀ ବ୍ୟାଙ୍କରେ ୩୦୨୯ ପଦବୀ ପାଇଁ ବାହାରିଲା ବମ୍ପର ନିଯୁକ୍ତି, ଏହି ଲିଙ୍କ୍ ମାଧ୍ୟମରେ କରନ୍ତୁ ଆବେଦନ