Employment news: ୫୦୦ ପଦରେ ବାହାରିଲା ସରକାରୀ ଚାକିରି, କରନ୍ତୁ ଏପରି ଆବେଦନ
ନୂଆଦିଲ୍ଲୀ: ଇସ୍ୟୁରାନ୍ସ ସେକ୍ଟରରେ ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାରଙ୍କ ଅଧିନସ୍ଥ କମ୍ପାନୀ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସରେ ସହକାରୀ ପଦ ପାଇଁ ବାହାରିଲା ନିଯୁକ୍ତି ବିଜ୍ଞପ୍ତି। ୫୦୦ ସହକାରୀ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ସରକାରୀ ଇନସ୍ୟୁରାନ୍ସ କମ୍ପାନୀରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ।
1/7
ପଦବୀ ବିବରଣୀ : ୫୦୦
2/7
ଜରୁରୀ ତାରିଖ : ଆବେଦନ କରିବାର ପ୍ରକ୍ରିୟା ଆସନ୍ତା ୧୭ ତାରିଖ ଠାରୁ ଆରମ୍ଭ ହେଉଛି। ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ପହିଲା ବା ୦୧.୦୧.୨୦୨୫ ରହିଛି। ଏଥିପାଇଁ ଆପଣଙ୍କୁ କେବଳ ଅନଲାଇନରେ ଆବେଦନ କରିବାକୁ ହେବ।
3/7
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନେ ସରକାରୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଉନ୍ନିତ ହୋଇଥିବା ଜରୁରୀ। ଏହା ସହିତ ଯେଉଁ ରାଜ୍ୟ ପାଇଁ ଆବେଦନ କରିବେ ସେହି ରାଜ୍ୟର ଆଞ୍ଚଳିକ ଭାଷାରେ ମଧ୍ୟ ଦକ୍ଷତା ରହିଥିବା ଜରୁରୀ।
4/7
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୨୧ ବର୍ଷରୁ ସର୍ବାଧିକ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ଶ୍ରେଣୀଙ୍କୁ ଛାଡ୍ ମିଳିବ ।
5/7
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୪୦,୦୦୦ ଟଙ୍କା ମିଳିବ ।
6/7
କେମିତି ହେବ ଚୟନ : ଚୟନ ପାଇଁ ପ୍ରିଲିମ୍ସ ପରୀକ୍ଷା, ମେନ ପରୀକ୍ଷା, ଇଣ୍ଟରଭ୍ୟୁ ଦେବାକୁ ହେବ ।