RRB Recruitment 2024: ଆଶାୟୀଙ୍କ ପାଇଁ ଖୁସି ଖବର। ଯେଉଁମାନେ ରେଳବାଇରେ ନିଜ କ୍ୟାରିୟର କରିବାକୁ ଇଚ୍ଛା ରଖିଛନ୍ତି । ସେମାନଙ୍କ ପାଇଁ ଏହି ଖବରଟି ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ବିଭିନ୍ନ ପଦବୀ ପାଇଁ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ,ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ ଏବଂ ସିଗ୍‌ନାଲ୍ ପଦବୀ ପୂରଣ ହେବ। ତେବେ, ଆମେ ଏଠାରେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ,  ଏହି ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।   ଯଦି  ଆପଣ ଗ୍ରାଜୁଏସନ କରିଥିବେ, ନିଶ୍ଚିତ ଭାବେ ଏହି ପଦବୀ ପାଇଁ ଆପ୍ଲାଏ କରିପାରିବେ। 


COMMERCIAL BREAK
SCROLL TO CONTINUE READING

ଆବେଦନ କରିବା ତାରିଖ:
ଆଶାୟୀ ପ୍ରାର୍ଥୀମାନେ ମାର୍ଚ୍ଚ ୯,୨୦୨୪ ରୁ ଅନଲାଇନରେ ଆବେଦନ କରିପାରିବେ। ଏବଂ ସେହିପରି,  ଏପ୍ରିଲ୍ ୮,୨୦୨୪ ଆବେଦନ କରିବାର ଶେଷ ତାରିଖ ରହିଛି। 


ଖାଲି ପଡିଥିବା ପଦବୀ ସଂଖ୍ୟା 
-ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୧୧୦୦ ପୋଷ୍ଟ୍‌
-ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୭୯୦୦ ପୋଷ୍ଟ୍‌
-ମୋଟ୍ ପଦବୀ – ୯୦୦୦ ପୋଷ୍ଟ୍


ବୟସ ସୀମା:
1-ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୧୮ ରୁ ୩୬ ବର୍ଷ
2-ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୧୮ ରୁ ୩୩ ବର୍ଷ


ଦରମା:
1-ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୨୯,୨୦୦ ଟଙ୍କା
2-ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୧୯,୯୦୦ ଟଙ୍କା


ଆବେଦନ ଶୁଳ୍କ:
ଅନୁସୂଚିତ ଜାତି/ଜନଜାତି ,EMS,PwBD, OBC, ମହିଳା, ଦିବ୍ୟାଙ୍ଗ, ଟ୍ରାନ୍ସଜେଣ୍ଡର, ଅଳ୍ପସଂଖ୍ୟକ –୨୫୦ ଟଙ୍କା, ଅନ୍ୟମାନେ – ୫୦୦ ଟଙ୍କା ଦେବା ବାଧ୍ୟକା ମୂଳକ । 


ଏମିତି କରନ୍ତୁ ଆବେଦନ:
 ଆରଆରବି (RRB)ର ଅଫିସିଆଲ୍ ୱେବ୍‌ସାଇଟ୍ https://indianrailways.gov.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।