ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆଜିଠାରୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅନଲାଇନ୍ ଆବେଦନ କରିପାରିବେ। ପ୍ରାର୍ଥୀମାନେ IOCLର ଅଫିସିଆଲ୍ ସାଇଟ୍, www.iocl.com ଏବଂ www.iocrefrecruit.inରେ ଅନ୍ଲାଇନ୍ ରେଜିଷ୍ଟ୍ରେସନ କରିପାରିବେ। ଏହି ଚାକିରି ପାଇଁ ମନୋନୀତ ପ୍ରାର୍ଥୀ ମାସକୁ ୨୫,୦୦୦ରୁ ୧,୦୫,୦୦୦ ଟଙ୍କା ବେତନ ପାଇବେ।

 

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆଜିଠାରୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅନଲାଇନ୍ ଆବେଦନ କରିପାରିବେ। ପ୍ରାର୍ଥୀମାନେ IOCLର ଅଫିସିଆଲ୍ ସାଇଟ୍, www.iocl.com ଏବଂ www.iocrefrecruit.inରେ ଅନ୍ଲାଇନ୍ ରେଜିଷ୍ଟ୍ରେସନ କରିପାରିବେ। ଏହି ଚାକିରି ପାଇଁ ମନୋନୀତ ପ୍ରାର୍ଥୀ ମାସକୁ ୨୫,୦୦୦ରୁ ୧,୦୫,୦୦୦ ଟଙ୍କା ବେତନ ପାଇବେ।

 

ମୋଟ ଖାଲି ପଦବୀ (୧୯)

-----------------

ଜୁନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ (ପ୍ରଡକ୍ଟସ୍)- ୧୮

ଜୁନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ(ଇନଷ୍ଟ୍ରୁମେଣ୍ଟେସନ୍)- ଗୋଟିଏ

 

ଶିକ୍ଷାଗତ ଯୋଗ୍ୟତା:

-------------------

ଜୁନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ (ପ୍ରଡକ୍ଟସ୍)-

 

କେମିକାଲ/ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ବା ସମ୍ପୃକ୍ତ ବିଷୟରେ ୩ ବର୍ଷିଆ ଡିପ୍ଲୋମା।

ଅଥବା ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ କିମ୍ବା ଶିଳ୍ପ ରସାୟନରେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ/ବିଶ୍ୱବିଦ୍ୟାଳୟରୁ ବି.ଏସ୍.ସି।

ଜେନେରାଲ୍ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ୫୦ % ମାର୍କ

ସଂରକ୍ଷିତ ପ୍ରାର୍ଥୀଙ୍କ କ୍ଷେତ୍ରରେ ୪୫% ମାର୍କ 

 

ଜୁନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ (ଇନଷ୍ଟ୍ରୁମେଣ୍ଟେସନ୍)-

 

ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଇନଷ୍ଟ୍ରୁମେଣ୍ଟେସନ୍/ଇନଷ୍ଟ୍ରୁମେଣ୍ଟେସନ୍ ଏବଂ ଇଲେକ୍ଟ୍ରୋନିକ୍ସ/ଇନଷ୍ଟ୍ରୁମେଣ୍ଟେସନ୍ ଏବଂ କଣ୍ଟ୍ରୋଲ୍ ଇଞ୍ଜିନିୟରିଂରେ ୩ ବର୍ଷିଆ ଡିପ୍ଲୋମା।

 

ବୟସ ସୀମା

-----------------

୨୦୨୨ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ 

 

ଆବେଦନ

-----------------

IOCLର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ।

'What's New  ଉପରେ କ୍ଲିକ୍ କରନ୍ତୁ।

ଏବେ PRPCରେ Requirement of Experienced Non-Executive Personnelକୁ ଯାଆନ୍ତୁ। 

"Detailed Advertisement" ଉପରେ କ୍ଲିକ୍ କରନ୍ତୁ।

"Apply" ଲିଙ୍କ ଉପରେ କ୍ଲିକ୍ କରନ୍ତୁ।

ଆବେଦନ ଫର୍ମରେ ଆବଶ୍ୟକୀୟ ତଥ୍ୟ ପୂରଣ କରନ୍ତୁ ଏବଂ ସବମିଟ କରି ତାହାର ଏକ ପ୍ରିଣ୍ଟ ଆଉଟ୍ ନିଅନ୍ତୁ।

 

ଅନଲାଇନ୍ ଆବେଦନ ଫର୍ମରେ ଫଟୋ ଲଗାଇ ଜୁନ୍ ୧୮ ସୁଦ୍ଧା ପୋଷ୍ଟାଲରେ ନିମ୍ନୋକ୍ତ ଠିକଣାରେ ପଠାଇବାକୁ ପଡିବ।

 

ଠିକଣା-

 

IOCL

ପୋଷ୍ଟ ବକ୍ସ ନମ୍ବର ୧୨୮

ପାନିପଥ ହେଡ ପୋଷ୍ଟ ଅଫିସ

ହରିୟାଣା- ୧୩୨୧୦୩

 

ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ଆବେଦନ ଫର୍ମର ଏକ ସ୍କାନ୍ କପି, ସମ୍ପୂର୍ଣ୍ଣ ସ୍ବାକ୍ଷରିତ ଓ ଆବଶ୍ୟକୀୟ କାଗଜପତ୍ର ସହ ମେଲ୍ କରିପାରିବେ।

 

ଜୁନ ୧୯ ସୁଦ୍ଧା prpcrecruitment@indianoil.inକୁ ମେଲ ଖୋଲା ରହିବ।