Crime News: ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ
Advertisement
Article Detail0/zeeodisha/odisha2459295

Crime News: ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ

ପୂର୍ବରୁ ୭ ହଜାର ନେଇଥିବା ବେଳେ ଏବେ ପୁଣି ଟଙ୍କା ନେଉଥିଲେ ବୋଲି ଅଭିଯୋଗ ରହିଛି । ହରେକୃଷ୍ଣଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ।

Crime News: ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ

ପାଟଣାଗଡ଼: ଲାଞ୍ଚ ନେଇ ଧରାପଡିଲେ ପାଟଣାଗଡ଼ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ । ମନରେଗା କାର୍ଯ୍ୟ ବିଲ କରାଇଦେବାକୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପୂର୍ବରୁ ୭ ହଜାର ନେଇଥିବା ବେଳେ ଏବେ ପୁଣି ଟଙ୍କା ନେଉଥିଲେ ବୋଲି ଅଭିଯୋଗ ରହିଛି । ହରେକୃଷ୍ଣଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ସୂଚନା ମୁତାବକ, ମନରେଗା କାର୍ଯ୍ୟ ବିଲ କରାଇଦେବା କହି ଜଣେ ବ୍ୟକ୍ତଙ୍କୁ ଲାଞ୍ଚ ହିସାବରେ ୧୪ ହଜାର ଟଙ୍କା ମାଗିଥିଲେ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ । କିଛି ଦିନ ପୂର୍ବରୁ ବ୍ୟକ୍ତିଜଣକ ୭ ହଜାର ଟଙ୍କା ଦେଇଥିଲେ ମଧ୍ୟ କାମ କରାଇ ଦେଇନଥିଲେ । ହରେକୃଷ୍ଣ କହିଥିଲେ ଯେ, ପୁରା ଟଙ୍କା ଦେବା ପରେ ଯାଇ କାମ କରିବେ । ଏନେଇ ବ୍ୟକ୍ତିଜଣକ ଭିଜିଲାନ୍ସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୂ୍ର୍ବ ଯୋଜନା ଅନୁଯାୟୀ, ବ୍ୟକ୍ତିଜଣକ ଆଜି ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ବାକି ୭ ହଜାର ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ମାଡି ବସିଥିଲା । ଏହାପରେ ତହରେକୃଷ୍ଣଙ୍କ ମୋଟ ତିନିଟି ଠିକଣାରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଉଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରାଯାଉଛି ।

Also Read- ବିମାନବନ୍ଦରକୁ ଉଡାଇଦେବାକୁ ଧମକ, CISFକୁ ଆସିଲା ଚିଠି

Also Read- Dantewada: ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା, ୭ ମାଓବାଦୀ ନିପାତ