RBI Recruitment: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ରେ ଚାକିରି ପାଇଁ କରିବା ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। RBI ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। RBI ରେ B ଗ୍ରେଡ୍ ଅଫିସର ପଦବୀ ପୂରଣ ହେବା ପାଇଁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

 ଗ୍ରାଜୁଏସନ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ https://rbi.org.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ RBI Grade-B Officer recruitment Apply Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।


ଆବେଦନ ତାରିଖ:


ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ୨୫ ଜୁଲାଇରେ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।


ଖାଲି ପଦବୀ:


ଅଧିକାରୀ, ଗ୍ରେଡ୍ 'B' (DR), ସାଧାରଣ ପାଇଁ ୬୬ ଟି ପୋଷ୍ଟ୍‌ ଖାଲିଥିବା ବେଳେ ଅଧିକାରୀ, ଗ୍ରେଡ୍ 'B' (DR)  ଅର୍ଥନୈତିକ ଏବଂ ନୀତି ଅନୁସନ୍ଧାନ ବିଭାଗ (DEPR) ପାଇଁ ୨୧ଟି ପୋଷ୍ଟରେ ବାହାରିଛି ଚାକିରି। ସେହିପରି ଅଧିକାରୀ, ଗ୍ରେଡ୍ 'B' (DR) ପରିସଂଖ୍ୟାନ ଏବଂ ସୂଚନା ପରିଚାଳନା ବିଭାଗ (DSIM) ପାଇଁ ୭ଟି ପୋଷ୍ଟରେ ଚାକିରି ବାହାରିଛି। ଏହିପରି ଭାବେ ମୋଟ ୯୪ଟି ପଦବୀ ଖାଲି ପଡ଼ିଛି।


ଶିକ୍ଷାଗତ ଯୋଗ୍ୟତା:


ଅଧିକାରୀ, ଗ୍ରେଡ୍ 'B' ସାଧାରଣ ପୋଷ୍ଟରେ ଆବେଦନ ପାଇଁ ଅତିକମରେ ୬୦% ମାର୍କ ସହିତ ଯେକୌଣସି କ୍ଷେତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। SC / ST / PH ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ମାର୍କ ୫୦% ସହିତ ଯେକୌଣସି ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।


ଅଧିକାରୀ, ଗ୍ରେଡ୍ 'B' DEPR: ଅର୍ଥନୀତିରେ ମାଷ୍ଟର ଡିଗ୍ରୀ କିମ୍ବା PGDM / MBA


ଅଧିକାରୀ, ଗ୍ରେଡ୍ 'B' DSIM: ସମସ୍ତ ସେମିଷ୍ଟାର / ବର୍ଷରେ ଅତି କମରେ ୫୫% ମାର୍କ ସହିତ ପରିସଂଖ୍ୟାନ କିମ୍ବା ଗଣିତରେ ମାଷ୍ଟର ଡିଗ୍ରୀ


ବୟସ ସୀମା:


ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୨୦ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସସୀମା ୩୦ ବର୍ଷ ରଖାଯାଇଛି।


ମାସିକ ଦରମା:


ଅଫିସର୍(ସ୍ପୋର୍ଟ୍ସପର୍ସନ୍) – ୫୫,୨୦୦ଟଙ୍କା


କ୍ଲର୍କ(ସ୍ପୋର୍ଟ୍ସପର୍ସନ୍) – ୧,୨୨,୭୧୭ଟଙ୍କା


ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ