RRB NTPC Exam 2024: ୧୧ ହଜାରରୁ ଊର୍ଦ୍ଧ୍ୱ RRB NTPC ପଦବୀରେ ନିଯୁକ୍ତିକୁ ନେଇ ଆସିଲା ବଡ ଅପଡେଟ
ଏହି ନିଯୁକ୍ତି ଅଭିଯାନରେ ୧୧୫୫୮ ପଦବୀ ପାଇଁ ନିଯୁକ୍ତି ଦିଆଯିବ। ଯେଉଁଥିରେ ଗ୍ରାଜୁଏସନ ପାସ କରିଥିବା ଆଶାୟୀ ୮୧୧୩ ପଦ ପାଇଁ ଓ ସ୍ନାତକୋତ୍ତୋରଙ୍କ ପାଇଁ ୩୪୪୫ ପଦରେ ନିଯୁକ୍ତି ଦିଆଯିବ।
RRB NTPC Exam 2024: ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡ RRBର ଅଫିସିଆଲ୍ ୱେବସାଇଟରେ RRB NTPC 2024 ପରୀକ୍ଷା ତାରିଖ ଖୁବ ଶୀଘ୍ର ପ୍ରକାଶ କରିବ। UG, ସ୍ନାତକୋତ୍ତର ସ୍ତରର ପଦବୀ ପାଇଁ ପରୀକ୍ଷା ସୂଚୀ ସମସ୍ତ ପଞ୍ଜୀକୃତ ପ୍ରାର୍ଥୀମାନେ ଜାଣିପାରିବେ। ଆସନ୍ତା କିଛି ଦିନ ମଧ୍ୟରେ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ସମାନ ସୂଚନାରେ ସିଟି ସୂଚନା ସ୍ଲିପ୍ ତାରିଖ ଏବଂ ଆଡମିଟ୍ କାର୍ଡ ରିଲିଜ୍ ତାରିଖ ମଧ୍ୟ ଅନ୍ତର୍ଭୂକ୍ତ କରାଯିବ। ଏହି ପଦବୀ ପାଇଁ ପ୍ରାୟ ଏକ ଲକ୍ଷରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି।
୧୧୫୫୮ ପଦ ପାଇଁ ହେବ ପରୀକ୍ଷା
ଏହି ନିଯୁକ୍ତି ଅଭିଯାନରେ ୧୧୫୫୮ ପଦବୀ ପାଇଁ ନିଯୁକ୍ତି ଦିଆଯିବ। ଯେଉଁଥିରେ ଗ୍ରାଜୁଏସନ ପାସ କରିଥିବା ଆଶାୟୀ ୮୧୧୩ ପଦ ପାଇଁ ଓ ସ୍ନାତକୋତ୍ତୋରଙ୍କ ପାଇଁ ୩୪୪୫ ପଦରେ ନିଯୁକ୍ତି ଦିଆଯିବ। ୟୁଜି ଓ ଗ୍ରାଜୁଏଟ ସ୍ତରର ପଦ ପାଇଁ ଚୟନ ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟ ସାମିଲ ରହିଛି। ଗୋଟିଏ କମ୍ପ୍ୟୁଟର ଆଧାରିତ ଟେଷ୍ଟ (CBT) ଏହା ପରେ କମ୍ପ୍ୟୁଟର ଆଧାରିତ ଟାଇପିଂ କୌଶଳ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ।
ଏହି ପଦ ପାଇଁ ହେବ ନିଯୁକ୍ତି
କମର୍ସିଆଲ ସହକାରୀ ଟିକେଟ କ୍ଲର୍କ ପାଇଁ ୨୦୨୨ ପଦରେ ନିଯୁକ୍ତି ହେବ। ସେହିପରି ଆକାଉଣ୍ଟସ୍ କ୍ଲର୍କ କମ ଟାଇପିଷ୍ଟ ପାଇଁ ୩୬୧ ପଦବୀ, ଜୁନିଅର କ୍ଲର୍କ କମ ଟାଇପିଷ୍ଟ ପାଇଁ ୯୯୦ ପଦବୀ ଓ ଟ୍ରେନ୍ କ୍ଲର୍କ ୭୨ଟି ପଦ ପାଇଁ ନିଯୁକ୍ତି ଦିଆଯିବ। ସେହିପରି ମୁଖ୍ୟ କମର୍ସିଆଲ କମ ଟିକେଟ୍ ସୁପରଭାଇଜର ୧୭୩୬ ପଦରେ ନିଯୁକ୍ତି ଦିଆଯିବାକୁ ଥିବା ବେଳେ ୯୯୪ଟି ଷ୍ଟେସନ ମାଷ୍ଟର ପଦ ପାଇଁ, ୩୧୪୪ ଗୁଡସ ଟ୍ରେନ ମ୍ୟାନେଜର ପଦ ପାଇଁ. ୧୫୦୭ ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ କମ ଟାଇପିଷ୍ଟ ପଦ ପାଇଁ ଓ ୭୩୨ଟି ସିନିୟର କ୍ଲର୍କ କମ ଟାଇପିଷ୍ଟ ପଦ ପାଇଁ ନିଯୁକ୍ତି ଦିଆଯିବ।
କେବେ ଆସିବ ଆଡମିଟ କାର୍ଡ
RRB NTPCର ସରକାରୀ ୱେବସାଇଟ୍ https://indianrailways.gov.inରେ ପରୀକ୍ଷାର ୪ ଦିନ ପୂର୍ବରୁ RRB NTPC ଆଡମିଟ୍ କାର୍ଡ ୨୦୨୪ ରିଲିଜ୍ ହେବ। ଏଥିରେ ପ୍ରାର୍ଥୀଙ୍କ ନାମ, ରୋଲ ନମ୍ବର, ପରୀକ୍ଷା ତାରିଖ, ସମୟ ଏବଂ ସ୍ଥାନ ପରି ସୂଚନା ରହିଥିବ। ପ୍ରାର୍ଥୀମାନେ ସେମାନଙ୍କର ପଞ୍ଜୀକରଣ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଏହାକୁ ଡାଉନଲୋଡ୍ କରି ଏକ ବୈଧ ଫଟୋ ID ସହିତ ପରୀକ୍ଷା କେନ୍ଦ୍ରକୁ ଆଣିବାକୁ ପଡିବ।