SBI Scheme: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ତରଫରୁ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ପ୍ରଦାନ କରାଯାଉଛି । ଆସନ୍ତୁ ଜାଣିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର(State bank Of India) ଏକ ଏପରି ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ୫ ହଜାର ଟଙ୍କା ଡିପୋଜିଟ୍ କଲେ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୫୫ ହଜାର ଟଙ୍କା ସୁଧ ପାଇପାରିବେ । ତେବେ ଆପଣ ଜାଣିଥିବେ ଯେ ଷ୍ଟେଟ ବ୍ୟାଙ୍କ ହେଉଛି ଏକ ସରକାରୀ ବ୍ୟାଙ୍କ, ଏଥିରେ ଆପଣ ଟଙ୍କା ଡିପୋଜିଟ୍ କଲେ ଆପଣଙ୍କୁ କୌଣସି ରିସ୍କ ଉଠାଇବାକୁ ପଡ଼ିବ ନାହିଁ।


COMMERCIAL BREAK
SCROLL TO CONTINUE READING

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ତରଫରୁ ଆରଡି(RD) ଓ ଏଫଡି(FD) ସୁବିଧା ପ୍ରଦାନ କରାଯାଉଛି । ଯେଉଁଥିରେ ଟଙ୍କା ଜମା କରି ଗ୍ରାହକମାନେ ଭଲ ହାରରେ ସୁଧ ପାଇପାରିବେ।ନିର୍ଦ୍ଧାରିତ ଏସବିଆଇ(SBI) ରିକରିଙ୍ଗ ଡିପୋଜିଟ ଉପରେ ଗ୍ରାହକଙ୍କୁ ୬.୮ ପ୍ରତିଶତ ଦରରେ ସୁଧର ଫାଇଦା ମିଳୁଛି । ଏଥିସହ ଏଥିରେ ସିନିୟର ସିଟିଜେନ୍ସଙ୍କୁ(Senior citizen) ୭.୫ ପ୍ରତିଶତ ଦରରେ ସୁଧ ମିଳୁଛି। ବ୍ୟାଙ୍କ ଗ୍ରାହକଙ୍କୁ ମ୍ୟାକ୍ସିମମ୍(Maximum) ୧୦ ବର୍ଷର ଅବଧି ପାଇଁ ଆରଡି( କରିବାକୁ ସୁଯୋଗ ଦେଉଛି । ଏସବିଆଇ ସରକାରୀ ବ୍ୟାଙ୍କ ଲିଷ୍ଟରେ ସବୁଠାରୁ ଉପରେ ରହିଛି। ଆପଣ ନିଜ ସୁବିଧା ହିସାବରେ ଭିନ୍ନ-ଭିନ୍ନ କାର୍ଯ୍ୟକାଳ ପାଇଁ ଆରଡି(RD) କରିପାରିବେ ।


ଯଦି ଆପଣଙ୍କୁ ୫୫ ହଜାର ଟଙ୍କାର ସୁଧ ଦରକାର ତେବେ ଆପଣ ପ୍ରତି ମାସରେ ୫ ହଜାର ଟଙ୍କାର ଆରଡି(RD) କରିବାକୁ ପଡିବ । ଏହା ବ୍ୟତୀତ ଏଥିରେ ଆପଣଙ୍କୁ ୫ ବର୍ଷ ଅବଧିର ଆରଡି କରିବାକୁ ପଡିବ । ଏଥିରେ ଆପଣଙ୍କୁ ବ୍ୟାଙ୍କ ତରଫରୁ ୬.୫ ପ୍ରତିଶତ ଦରରେ ସୁଧ ମିଳିବ । ପ୍ରତିବର୍ଷ କମ୍ପାଉଣ୍ଡ(Compound)ହୋଇ ସୁଧ ବଢିବ ଏବଂ ଆପଣଙ୍କୁ ୫ ବର୍ଷ ପରେ ୫୪,୯୫୭ ଟଙ୍କାର ସୁଧ ମିଳିବ ।


Also Read: PM Kisan Scheme: ପିଏମ୍ କିସାନ ଯୋଜନାର ବଦଳିଲା E-kyc ନିୟମ, ଜାଣନ୍ତୁ ଏବେ କେମିତି ଆକାଉଣ୍ଟକୁ ଆସିବ ଟଙ୍କା...