Mass Copying, ଲକ୍ଷ୍ନୌ: ପରୀକ୍ଷାରେ କପି କରି ଫସି ଯାଇଛନ୍ତି ଗୋଟିଏ ବିଶ୍ୱବିଦ୍ୟାଳୟର ୯୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷେ ପାଇଁ ପରୀକ୍ଷାରୁ ବାରଣ କରାଯାଇଛି। ଏହି ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ପ୍ରଫେସର ରାଜେନ୍ଦ୍ର ସିଂହ ବିଶ୍ୱବିଦ୍ୟାଳୟ ବା PRSUରେ ଘଟିଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ଶୁକ୍ରବାର ସୂଚନା ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ ରାଜ୍ୟରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ମାଲପ୍ରାକ୍ଟିସରେ ଅଭିଯୁକ୍ତ କରାଯାଇଛି ଏବଂ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ପ୍ରୟାଗରାଜସ୍ଥିତ ପ୍ରଫେସର ରାଜେନ୍ଦ୍ର ସିଂହ ବିଶ୍ୱବିଦ୍ୟାଳୟର ୨୦୨୧-୨୨ ଶିକ୍ଷାବର୍ଷ ବୋର୍ଡ ପରୀକ୍ଷା ଗତ ମେ-ଜୁନ ମାସରେ ହୋଇଥିଲା। ଏହି ପରୀକ୍ଷାରେ ବିଭିନ୍ନ କଲେଜର ୯୮୪୯ ଜଣ ଛାତ୍ରଛାତ୍ରୀ କପି କରି ଧରାପଡିଛନ୍ତି। ମାଲପ୍ରାକ୍ଟିସ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷେ ପାଇଁ ପରୀକ୍ଷାରୁ ବାସନ୍ଦ କରାଯାଇଛି। ଗୁରୁବାର PRSUର ପରୀକ୍ଷା କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। PRSUର କୂଳପତିଙ୍କ କହିବା ଅନୁସାରେ ବି.କମ୍ ଶେଷବର୍ଷର ୨୦୧, ବି.ଏର ୧୦୭୫ ଏବଂ ବି.ଏସସିର ୮୫୭୩ ଜଣ ଛାତ୍ରଛାତ୍ରୀ କପି କରିଥିବା ଜଣାପଡିଛି।


Also Read: 'ମୁଁ ଆଉ ଏକୁଟିଆ ଲଢିପାରୁନି, ମୋତେ ବଞ୍ଚାନ୍ତୁ', ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅସହାୟ ଛାତ୍ରୀ


 


ବିଶ୍ୱବିଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ ଶ୍ରୀବାସ୍ତବ କହିଛନ୍ତି, 'BA, BSc ଏବଂ BCom ପ୍ରଥମ ଏବଂ ଦ୍ୱିତୀୟ ବର୍ଷ ପରୀକ୍ଷାଗୁଡ଼ିକର ମୂଲ୍ୟାଙ୍କନ କାର୍ଯ୍ୟ ଏବେବି ଚାଲିଛି। ପରୀକ୍ଷାରେ କପି କରିବା ତଥା ଅନୈତିକ ଉପାୟ ଅବଲମ୍ବନ କରିଥିବା ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।' ଅଧିକାରୀମାନେ କହିଛନ୍ତି ଯେ, ଅତ୍ୟାଧୁନିକ ଜ୍ଞାନକୌଶଳ ସଜ୍ଜିତ ସିସିଟିଭି ଲାଗିଥିବା ପରୀକ୍ଷା ରୁମ ଏବଂ ଫ୍ଲାଇଙ୍ଗ ସ୍କ୍ୱାଡ ମାଧ୍ୟମରେ ବିଭିନ୍ନ ସେମିଷ୍ଟାର ପରୀକ୍ଷା ସମୟରେ PRSU ପ୍ରଶାସନ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ କଲେଜଗୁଡ଼ିକରେ ସର୍ପ୍ରାଇଜ୍ ଚେକିଂ କରିଥିଲା।


ପ୍ରୟାଗରାଜ, କୌଶମ୍ବୀ, ଫତେହପୁର, ପ୍ରତାପଗଡକୁ ନେଇ ଗଠିତ ଡିଭିଜନ ପାଇଁ PRSU ଏକ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ ଭାବରେ ପ୍ରତିଷ୍ଠା କରାଯାଇଛି। PRSU ପୂର୍ବରୁ ଆହ୍ଲାବାଦ ଷ୍ଟେଟ୍ ୟୁନିଭରସିଟି ଭାବରେ ଜଣାଶୁଣା ଥିଲା।  ଏହା ୨୦୧୬ ମସିହାରେ ସ୍ଥାପିତ ହୋଇଥିଲା। ଏହା ସହ ଅନୁବନ୍ଧିତ ୬୫୩ଟି କଲେଜ ମଧ୍ୟରୁ ୩୩୯ଟି ପ୍ରୟାଗରାଜ, ୭୫ଟି କୌଶମ୍ବୀରେ, ୭୬ଟି ଫତେହପୁରରେ ଏବଂ ୧୬୩ଟି ପ୍ରତାପଗଡ ଜିଲ୍ଲାରେ ଅଛି। ପ୍ରାୟ ଚାରି ଲକ୍ଷ ଅଠର ହଜାର ଛାତ୍ରଛାତ୍ରୀ ବର୍ତ୍ତମାନ ସଂପୃକ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ନାମ ଲେଖାଇଛନ୍ତି।


Also Read: Modi vs Kejriwal: ୨୦୨୪ ରେ ମୋଦି ବନାମ କେଜ୍ରିୱାଲ, AAP ର ଘୋଷଣା ପରେ ବିଜେପି ଖୁସି?


ବିଶ୍ୱବିଦ୍ୟାଳୟର ଏଭଳି ପଦକ୍ଷପକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି। ମାଲପ୍ରାକ୍ଟିସ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ନେଲେ ପିଲାଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ ଓ ସେମାନେ କପି ଉପରେ ଭରସା ନକରି ପାଠ ପଢିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରୟାଗରାଜସ୍ଥିତ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗଣକପି ମାମଲାରେ ଶିକ୍ଷାନୁଷ୍ଠାନ ଗୁଡିକର କର୍ମଚାରୀ ଓ କିଛି ଶିକ୍ଷକଙ୍କ ହାତ ଥିବା ମଧ୍ୟ କୁହାଯାଉଛି। ଯାହାର ତଦନ୍ତ ଚାଲିଛି।