Cyclone Dana: ନୂଆଦିଲ୍ଲୀ: ୧୯୯୯ ମସିହା ମହାବାତ୍ୟା ପରେ ରାଜ୍ୟ ଦେଖିବାକୁ ଯାଉଛି ଆଉ ଏକ ମହାବାତ୍ୟା। ମହାବାତ୍ୟାର ରୂପ ନେଉଛି ସାମୁଦ୍ରିକ ଝଡ 'ଦାନା'। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), ରେଳବାଇ ସମେତ ସମସ୍ତ ସମ୍ପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି। ଇଷ୍ଟକୋଷ୍ଟ ରେଳବାଇ (ECOR) ବାତ୍ୟା ଦାନା' ପାଖେଇ ଆସୁଥିବାରୁ ୮୫ଟି ଅପ ଟ୍ରେନ୍ ଏବଂ ୯୩ଟି ଡାଉନ୍ ଟ୍ରେନ୍ ସମେତ ୧୭୮ଟି ଟ୍ରେନ୍ ବାତିଲ କରିବାକୁ ଘୋଷଣା କରିଛି। ୨୪ ଅକ୍ଟୋବର ରାତିରେ କିମ୍ବା ୨୫ ଅକ୍ଟୋବର ସକାଳେ ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ମଙ୍ଗଳବାର ସନ୍ଧ୍ୟାରେ ବଙ୍ଗୋପସାଗର ଉପରେ ଚାପ ତୀବ୍ର ହୋଇଛି ଏବଂ ଏହା ଏକ ଘୂର୍ଣ୍ଣିବଳୟ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

IMD ଅନୁଯାୟୀ, ଏହା ଅକ୍ଟୋବର ୨୫ରେ ସକାଳେ ଓଡିଶା-ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ୧୦୦ ରୁ ୧୧୦ ମିଲିମିଟର ବେଗରେ ବହିବ। ଏହି ସମୟ ମଧ୍ୟରେ ପବନର ବେଗ ୧୨୦ ମିଲିମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଚାପ ବଢ଼ିବା ସହିତ ଓଡିଶା, ପଶ୍ଚିମବଙ୍ଗ, ତଟରକ୍ଷୀ ବାହିନୀ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳର ଅଧିକାରୀମାନେ ସଜାଗ ରହିଛନ୍ତି। ସାମୁଦ୍ରିକ ଝଡ଼ ଦାନା ହେଉ କିମ୍ବା ଏହା ପୂର୍ବରୁ ଆସୁଥିବା ଝଡ, ପଶ୍ଚିମବଙ୍ଗ ଏବଂ ଓଡିଶା ପାଇଁ ଏହା ଅଧିକ ବିପଜ୍ଜନକ। ତେବେ ଆସନ୍ତୁ ଜାଣିବା କାହିଁକି ସମସ୍ତ ଝଡ ଏହି ଦୁଇଟି ରାଜ୍ୟ ପାଇଁ ସତର୍କ ଘଣ୍ଟି ସାଜିଛି...


ଓଡ଼ିଶାକୁ କାହିଁକି ଆସୁଛି ଏତେ ମାତ୍ରାରେ ବାତ୍ୟା
ଭୌଗୋଳିକ ସ୍ଥିତି: ସର୍ବପ୍ରଥମେ ଆସନ୍ତୁ ଭୌଗୋଳିକ ଅବସ୍ଥାନ ବିଷୟରେ ଆଲୋଚନା କରିବା। ଉଭୟ ଓଡିଶା ଏବଂ ବଙ୍ଗଳା ହେଉଛି ରାଜ୍ୟ ଯାହାକି ସମୂଦ୍ର କୂଳରେ ଅବସ୍ଥିତ। ଯେଉଁଥିପାଇଁ ଉଭୟ ରାଜ୍ୟ ସାମୁଦ୍ରିକ ଝଡ଼ ପାଇଁ ସମ୍ବେଦନଶୀଳ ରାଜ୍ୟ। ବଙ୍ଗୋପସାଗରରେ ଝଡ଼ ସୃଷ୍ଟି ହେବା ଏବଂ ଏହାର ତୀବ୍ରତା ବୃଦ୍ଧି ପାଇଁ ଏକ ଆଦର୍ଶ ପରିବେଶ ଯୋଗାଏ। ସମୂଦ୍ର ଉତ୍ତପ୍ତ ଜଳରାଶି ଓ ଥଣ୍ଡା ବାୟୁମଣ୍ଡଳ ସାମୁଦ୍ରିକ ଝଡକୁ ଜନ୍ମ ଦେଇଥାଏ। ଯାହାକୁ ସାମ୍ନା କରିଥାଏ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ। 


ବାୟୁମଣ୍ଡଳର ପ୍ରଭାବ
ପ୍ରତିବର୍ଷ ଖରାଦିନ ପରେ ମୌସୂମୀ ଆସିବା ସମୟରେ (ଏପ୍ରିଲରୁ ନଭେମ୍ବର), ପଶ୍ଚିମବଙ୍ଗର ତଟସ୍ଥ ସମୂଦ୍ରର ତାପମାତ୍ରା ଅତ୍ୟଧିକ ରହିଥାଏ। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ। ଯାହା ଘୂର୍ଣ୍ଣିଝଡ଼କୁ ଜନ୍ମ ଦେଇଥାଏ। ଲଘୁଚାପ ଘୂର୍ଣ୍ଣିଝଡ଼ରେ ପରିବର୍ତ୍ତିତ ହେବା ପରେ ପୂର୍ବ ଉପକୂଳକୁ ଗତି କରିଥାଏ। ଏଭଳି ଗତି କରିବା ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ମାଡ ହୋଇଥାଏ। 


ଦକ୍ଷିଣ ଏସିଆ ମୌସୂମୀ ବାୟୁ
ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରବାହ ମଧ୍ୟ ଘୂର୍ଣ୍ଣିବଳୟର ଦିଗ ଏବଂ ତୀବ୍ରତା ଉପରେ ପ୍ରଭାବ ପକାଇଥାଏ। ମୌସୁମୀ ସମୟରେ ଏବଂ ପରେ ବଙ୍ଗୋପସାଗରରେ ଉତ୍ପନ୍ନ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ଦିଗକୁ ଗତି କରି ଓଡିଶା ଏବଂ ବଙ୍ଗଳାର ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁରୁତର ପ୍ରଭାବ ପକାଇଥାଏ।


ପବନର ପ୍ରଭାବ
ଉପର ବାୟୁମଣ୍ଡଳୀୟ ପବନର ଦିଗ ଓ ସ୍ରୋତ ଝଡ଼ ସୃଷ୍ଟି କରିବାରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥାଏ। ଏପରିକି ବାତ୍ୟାର ଦିଗ ମଧ୍ୟ ନିର୍ଦ୍ଧାରଣ କରିଥାଏ। ତେବେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଅନୁକୂଳ ରହୁଥିବାରୁ ଅଧିକାଂଶ ସାମୁଦ୍ରିକ ଝଡ଼ ଏହି ଦୁଇ ରାଜ୍ୟ ଉପକୂଳରେ ମାଡ଼ ହୋଇଥାଏ। 


କିପରି ହୋଇଥାଏ ନାମକରଣ
ଏହି ବାତ୍ୟାର ନାମକରଣ କିପରି ହୋଇଥାଏ ବୋଲି ପ୍ରଶ୍ନ ସ୍ୱତଃ ମନକୁ ଆସେ। ଏଭଳି ଅଜବ ଗଜବ ନାମ କିଏ ରଖିଥାଏ ଓ କିପରି ରଖିଥାଏ। ଏଠାରେ କହି ରଖୁ କି ୨୦୦୦ ମସିହାରେ ପାଣିପାଗ ବିଭାଗ ସଂଗଠନ ଓ ସଂଯୁକ୍ତ ରାଷ୍ଟ୍ର, ଏସିୟ ଆର୍ଥିକ ଓ ସାମାଜିକ ଆୟୋଗ ତଥା ପ୍ରଶାନ୍ତ ତଥା ESCAP ନାଁ ରଖିବାର ପ୍ରଥା ଆରମ୍ଭ କରିଥିଲେ। ଏହି ଗୃପରେ ଭାରତ ବ୍ୟତୀତ ପାକିସ୍ତାନ, ବାଂଲାଦେଶ,  ମାଳଦୀପ, ମିଆଁମାର, ଓମାନ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ସାମିଲ ରହିଛନ୍ତି। ଯଦିଓ ୨୦୧୮ ମସିହାରେ ଇରାନ, କତାର, ସାଉଦୀ ଆରବ, ସଂଯୁକ୍ତ ଆରବ ଏମିରଟ ଓ ୟେମେନ ଏହାର ଅଂଶ ବିଶେଷ ରହିଥିଲେ। 


କିଏ କରିଛି ନାମକରଣ ଓ ଏହାର ଅର୍ଥ କଣ
ବାତ୍ୟା ଦାନାର ନାମକରଣ କତାର କରିଛି। ଦାନା ହେଉଛି ଆରବ ଭାଷାର ଏକ ଶବ୍ଦ ଯାହାର ଅର୍ଥ ଉଦାରତା। ତେବେ ଏଠାରେ କହି ରଖୁ କି ଏହି ନାମକରଣ କରିବା ପଛରେ ନିର୍ଦ୍ଦିଷ୍ଟ କିଛି ନୀତିନିୟମ ରହିଛି। ଏହି ନାମକରଣ ସମୟରେ ଧର୍ମ କିମ୍ବା ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରହି ନାମକରଣ କରିବାକୁ ହୋଇତାଏ।