Born To Shine Scholarship, ନୂଆଦିଲ୍ଲୀ: ଜୀ ଏଣ୍ଟରଟେନମେଣ୍ଟ ଏବଂ ଗିଭ୍ ଇଣ୍ଡିଆ ପକ୍ଷରୁ ଏକ ନିଆରା ପଦକ୍ଷେପ ହାତକୁ ନିଆଯାଇଛି। CSRର ଅଂଶ ଭାବେ ଛାତ୍ରୀଙ୍କୁ ସେମାନଙ୍କ କଳାର ବିକାଶ ପାଇଁ ପୋତ୍ସାହନ ଦିଆଯାଇଛି। ରବିବାର ବର୍ନ ଟୁ ସାଇନ୍ ଅଭିଯାନ ମାଧ୍ୟମରେ ମୁମ୍ବାଇରେ ୩୦ ପ୍ରତିଭାଶାଳୀ ଛାତ୍ରୀଙ୍କୁ ସମ୍ମାନୀତ କରାଯାଇଛି। ଦେଶର ଆଠଟି ସହରରୁ ମନୋନୀତ ହୋଇଥିବା ୫ରୁ ୧୫ବର୍ଷର ୩୦ ବାଳିକାଙ୍କୁ ଚାରି ଲକ୍ଷ ଟଙ୍କା ଛାତ୍ରବୃତ୍ତି ଦିଆଯିବା ସହ ତିରିଶ ମାସ ପାଇଁ ମେଣ୍ଟରିଂ ମଧ୍ୟ ପ୍ରଦାନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଆୟୋଜକଙ୍କ କହିବାନୁସାରେ, ଗତ ବର୍ଷେ ମଧ୍ୟରେ ସାରା ଦେଶରେ କଳା କ୍ଷେତ୍ର ସହିତ ଜଡିତ ୫୦୦୦ରୁ ଅଧିକ ଛାତ୍ରୀ, ବର୍ଣ୍ଣ ଟୁ ସାଇନ୍ ସମ୍ମାନ ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ ବିଚାରକ ମଣ୍ଡଳି ୩୦ ଜଣ ପ୍ରତିଭାଶାଳୀ ଛାତ୍ରୀଙ୍କୁ ଚନୟ କରିଥିଲେ। ବିଚାରକ ମଣ୍ଡଳିରେ ପାଞ୍ଚ ଜଣ ଭେଟେରାନ ଲିଡର ଥିଲେ, ସେମାନ ହେଉଛନ୍ତି, ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିଃ.ର ପରିଚାଳନା ନିର୍ଦ୍ଦେଶକ, ପୁନିତ ଗୋଏଙ୍କା, ସ୍ୱେଦେଶୀ ଫାଉଣ୍ଡେସନର ନିର୍ଦ୍ଦେଶକ, ଜରିନା ସ୍କରୁୱାଲା, ସାପାର ମୁଖ୍ୟ ଡ. ବିନ୍ଦୁ ସୁବ୍ରମଣିୟମ, କ୍ୟାରିୟର ସିଇଓ, ସମାରା ମହିନ୍ଦ୍ରା ଓ ବ୍ରାହ୍ମଣ ସାଂସ୍କୃତିକ ସମାଜର ପ୍ରତିଷ୍ଠାତା ରୂପକ ମେହେଟ୍ଟା ଥିଲେ।


Also Read: Loan ସୁଝିବାକୁ ବାଧ୍ୟ କରିପାରିବ ନାହିଁ ବ୍ୟାଙ୍କ, ଜାଣନ୍ତୁ ଆପଣଙ୍କର କ'ଣ ରହିଛି ଅଧିକାର


ବିଜ୍ଞାନ, ଗଣିତ ଏବଂ କ୍ରୀଡା କ୍ଷେତ୍ରରେ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ଅନେକ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ରହିଛି। କିନ୍ତୁ କଳା କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରୁଥିବା ତଥା ସେମାନଙ୍କ ପ୍ରତିଭାର ବିକାଶ କରିବା ପାଇଁ ବର୍ଣ୍ଣ ଟୁ ସାଇନ୍ ହେଉଛି ଦେଶର ଏକ ଅନନ୍ୟ ପଦକ୍ଷେପ। ଗୋଟିଏ ପଟେ, ଯେଉଁଠାରେ ଆଜି ବି ଆମ ଦେଶର ଅଧିକାଂଶ ସ୍ଥାନରେ ଝିଅମାନଙ୍କର ଆକାଂକ୍ଷା, ବିଶେଷକରି କଳା ପ୍ରତି ସେମାନଙ୍କର ଆଗ୍ରହକୁ ଗୁରୁତ୍ୱ ଦିଆଯାଇନଥାଏ। କିନ୍ତୁ ବର୍ଣ୍ଣ ଟୁ ସାଇନ ପ୍ରତିଭାବାନ ପିଲାମାନଙ୍କୁ ଚିହ୍ନିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଚେଷ୍ଟା କରିଛି। 



କଳା କ୍ଷେତ୍ରରେ ପ୍ରତିଭାଶାଳୀ କୁନି କୁନି ଛାତ୍ରୀଙ୍କ ସ୍ୱପ୍ନରେ ଡେଣା ଲଗାଇବାକୁ ଜୀ ଏଣ୍ଟରଟେନମେଣ୍ଟ ଏବଂ ଗିଭ୍ ଇଣ୍ଡିଆ ପକ୍ଷରୁ ବର୍ଣ୍ଣ ଟୁ ସାଇନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଶା କରାଯାଉଛି ଯେ, ବର୍ଣ୍ଣ ଟୁ ସାଇନ ମାଧ୍ୟମରେ ଦେଶର ଭବିଷ୍ୟତପିଢିଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ଏକ ପ୍ଲାଟଫର୍ମ ସହ ଆର୍ଥିକ ସହାୟତା ମିଳିବ। ଏହା ବ୍ୟତୀତ ସେମାନେ ସଫଳତାର ଶୀର୍ଷରେ ପହଞ୍ଚି ଦେଶ ପାଇଁ ଗର୍ବ ଓ ଗୌରବ ଆଣିୂବେ।