Endangered Species in India: ଦେଶରେ ୭୩ ପ୍ରଜାତି ଗୁରୁତର ଭାବେ ବିପଦରେ ରହିଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଗତ ୨୦୧୧ ବର୍ଷରେ ପ୍ରକୃତି ସଂରକ୍ଷଣ ପାଇଁ ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ଏକ ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପନ କରିଥିଲା। ଯେଉଁଥିରେ ଭାରତରେ ୪୭ ପ୍ରଜାତି ଉପରେ ବିପଦ ରହିଛି। ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ରିପୋର୍ଟ ଅନୁଯାୟୀ ଯେଉଁ ୭୩ ପ୍ରଜାତି ଉପରେ ବିପଦ ରହିଛି ତାହା ମଧ୍ୟରେ ୯ ସ୍ତନ୍ୟପାୟୀ, ୧୮ ପକ୍ଷୀ, ୨୬ ସରୀସୃପ ଏବଂ ୨୦ ଜୀବଜନ୍ତୁ ପ୍ରଜାତି ରହିଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କେନ୍ଦ୍ର ସରକାର ଏହି ପ୍ରଜାତି ଉପରେ ନଜର ରଖିଛି। ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ସ୍ୱାସ୍ଥ୍ୟ ଏବଂ ଜୈବ ବିବିଧତା ଉପରେ ବିଶ୍ୱସ୍ତରରେ ନଜର ରଖିଥାଏ। ସଂଘ ସେତେବେଳେ ଗୋଟିଏ ପ୍ରଜାତିକୁ ଗୁରୁତର ରୂପେ ସଂକଟଗ୍ରସ୍ତ  ଘୋଷଣା କରିଥାଏ ଯେତେବେଳେ ସେହି ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ରହିଥାଏ। ଗତ ୨୦୧୧ ସେପ୍ଟମ୍ବରରେ ଲୋକସଭାରେ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରା ଯାଇଥିବା ତଥ୍ୟ ଅନୁଯାୟୀ ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ, ସରୀସୃପ, ମାଛ ଏବଂ ଜୀବଜନ୍ତୁଙ୍କ ବର୍ଗରେ ୪୭ ପ୍ରଜାତି ଗୁରୁତର ଭାବେ ବିପଦରେ ପଡ଼ିଥିଲେ।


ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ରାଜ୍ୟସଭାରେ କଂଗ୍ରେସ ସାଂସଦ ମୁକୁଲ ୱାସନିକ ଏ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ। ଏହାର ଜବାବ ରଖି ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେକହିଛନ୍ତି ଯେ ସର୍ବୋଚ୍ଚ ସ୍ତରର ସୁରକ୍ଷା ଯୋଗାଇବା ପାଇଁ ସରକାର ବର୍ତ୍ତମାନ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨, ଅନୁସୂଚୀ ୧ ଅନୁସାରେ ସବୁଠାରୁ ଗୁରୁତର ବିଲୁପ୍ତପ୍ରାୟ ପ୍ରଜାତିଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିନ୍ତା କରୁଛନ୍ତି। 


ଗୁରୁତର ବିଲୁପ୍ତପ୍ରାୟ ପ୍ରଜାତି ପାଇଁ ସରକାରଙ୍କର କୌଣସି ଯୋଜନା ଅଛି ନା ନାହିଁ ବୋଲି କଂଗ୍ରେସ ସାଂସଦ ପ୍ରଶ୍ନ କରିଥିଲେ।  ଏହାର ଜବାବରେ ପରିବେଶ ମନ୍ତ୍ରୀ କହିଛନ୍ତି ଯେ ୯ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟରୁ ୮ ହେଉଛି ଏଣ୍ଡେମିକ୍ ଅର୍ଥାତ ଯାହାର ଅର୍ଥ ହେଉଛି ଦେଶର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ସେମାନଙ୍କ ସୀମିତ ଉପସ୍ଥିତି ରହିଛି।


ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟ ପ୍ରସ୍ତାବ ଦେଇଛି ଯେ ବିଲୁପ୍ତପ୍ରାୟ ପ୍ରଜାତିର ଚୋରା କାରାବାରକୁ ରୋକିବା ପାଇଁ ବନ୍ୟଜନ୍ତୁ ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ଅନ୍ତର୍ଜାତୀୟ ବ୍ୟାପାର ଉପରେ ନଜର ରଖାଯିବା ଆବଶ୍ୟକ। ଗତ ସପ୍ତାହରେ ମିଳିତ ଜାତିସଂଘର ଜୈବ ବିବିଧତା ସମ୍ମିଳନୀରେ ଗ୍ରହଣ କରାଯାଇଥିବା କୁନ୍ମିଙ୍ଗ-ମୋଣ୍ଟ୍ରିଆଲ୍ ଗ୍ଲୋବାଲ୍ ବାୟୋ ଜାଇଭରସିଟି ଉପରେ ପରିବେଶ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବେଶ ଗୁରୁତ୍ୱପୂର୍ଣ୍ଣ। ଏନେଇ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଜାତିସଂଘର ୧୯୬ ସଦସ୍ୟ ରାଷ୍ଟ୍ର ଆସନ୍ତା ୨୦୩୦ ପର୍ଯ୍ୟନ୍ତ ପ୍ରକୃତି ପାଇଁ ଦୁନିଆର ୩୦% ଅଂଶ ସଂରକ୍ଷଣ କରିବେ। ପରିବେଶ ପ୍ରତି କ୍ଷତିକାରକ ସବସିଡି ବର୍ଷକୁ ଅତି କମରେ ୫୦୦ ବିଲିୟନ ଡ଼ଲାରକୁ ହ୍ରାସ କରିବେ। ନଷ୍ଟ ହୋଇଯାଇଥିବା ପରିସଂସ୍ଥା ୩୦ ଅଂଶକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବା ପାଇଁ ସହମତ ହୋଇଛନ୍ତି।


ବିଶେଷଜ୍ଞଙ୍କ କହିବା କଥା ଭାରତର ଅଧିକାଂଶ ଜୈବ ବିବିଧତା ଦେଶର ସଂରକ୍ଷିତ ଅଞ୍ଚଳ ଠାରୁ ବାହାରେ ରହିଛି। ଯଦିଓ ବିଶ୍ୱ ସ୍ତରରେ ୩୦ ପରିସଂସ୍ଥାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ସହମତି ପ୍ରକାଶ ପାଇଛି ହେଲେ ଏହାକୁ କୌଣସି ଦେଶରେ ଲାଗୁ କରାଯାଇନାହିଁ। ଭାରତ ଭଳି ଦେଶରେ ଯେଉଁଠି ବାୟୋମ ପାଇଁ ଅଞ୍ଚଳ ସୀମିତ ରହିଛି ସେଠାରେ ୧୦୦% ସଂରକ୍ଷଣ କରିବାକୁ ହେବ। ଏହା ଅତ୍ୟଧିକ ବିପଦପୂର୍ଣ୍ଣ ମଧୁର ଜଳରେ ବସବାସ କରୁଥିବା ଜୀବ ଏବଂ ନଦୀର ପରିସଂସ୍ଥାର ସଂରକ୍ଷଣ କରିବା ପାଇଁ ୩୦ ପ୍ରତିଶତରୁ ଅଧିକ ନଦୀ ଉପରେ ଡ୍ୟାମ୍ ଏବଂ ବ୍ୟାରେଜ୍ ପରିଚାଳନା ମାଧ୍ୟମରେ ପରିବେଶ ପ୍ରବାହ ଏବଂ ପଙ୍କ ବ୍ୟବସ୍ଥାକୁ ପୁନସ୍ଥାପନ କରିବାକୁ ହେବ।