Entertainment News: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ନୂଆ ବର୍ଷରୁ ଆରମ୍ଭ ହୋଇଥିବା ମେଗା ଧାରାବାହିକ ‘ମଧୁର ସଂସାର’ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି ।


COMMERCIAL BREAK
SCROLL TO CONTINUE READING

ମଧୁ ଖବର କାଗଜ଼ କମ୍ପାନୀରେ ସାମ୍ବାଦିକା ଭାବରେ ନିଯୁକ୍ତି ହେବା  ଭରଦ୍ୱାଜ ପରିବାରର କିଛି ସଦସ୍ୟଙ୍କୁ ଭଲ ଲାଗେ ନାହିଁ l କିନ୍ତୁ ସ୍ବର୍ଣ୍ଣ ଯେହେତୁ ମଧୁକୁ ସମର୍ଥନ କରେ, ତେଣୁ ମଧୁଙ୍କୁ ଏହି କାମ କରିବାକୁ କେହି ଅଟକାଇ ପାରନ୍ତି ନାହିଁ | ବୋମା ଫିଙ୍ଗି ନିଜ ଶ୍ୱଶୁର ଘରକୁ ଧମକ ଦେଇଥିବା ଗୁଣ୍ଡା ବିରୋଧରେ ପ୍ରମାଣ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥାଏ ମଧୁ । ଏଭଳି‌ କାର୍ଯ଼୍ୟ ପାଇଁ ମଧୁ ତାଙ୍କ ଶ୍ୱଶୁର, ଦିଅର ଏବଂ ନଣନ୍ଦଙ୍କ  ସାହାଯ୍ୟ ନିଅନ୍ତି l ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଗୁଣ୍ଡାଙ୍କ  ଘରେ ଛଦ୍ମବେଶରେ ପଶି ପ୍ରମାଣ ସଂଗ୍ରହ କରିବାରେ ଲାଗିପଡନ୍ତି | ତେବେ ସେମାନେ ଗୁଣ୍ଡାକୁ କଣ ଗିରଫ କରାଇବାରେ ସଫଳ ହେବେ? ମଧୁ ଙ୍କୁ କଣ ସମସ୍ତଙ୍କଠାରୁ ପ୍ରଶଂସା ମିଳିବ? ମାନସ କଣ ମଧୁ ଙ୍କ କାର୍ଯ୍ୟ ପାଇଁ ଗର୍ବ କରିବେ?  ସବୁପରେ ଯୌଥ ପରିବାର ମଧ୍ୟରେ ଥିବା ଅନ୍ୟ ଏକ ଆର୍ଥିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରେ ମଧୁ l ହେଲେ ମଧୁ କଣ ସଫଳ ହେଇପାରିଛି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ସୋମବାରରୁ ଶନିବାର  ସନ୍ଧ୍ୟା ୭ ଟା ରୁ ମେଗା ଧାରାବାହିକ "ମଧୁର ସଂସାର" ।


ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତା'ର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇ ଆସିଛି । ଏଥର ସେହିପରି ନୂଆ କାହାଣୀ "ମଧୁର ସଂସାର"ର ଆରମ୍ଭ ସହିତ ଜୀ-ସାର୍ଥକ ଜାରି ରଖିଛି ଓଡିଆ ଦର୍ଶକଙ୍କ ମନୋରଞ୍ଜନର ଯାତ୍ରା ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ଶ୍ରୀ ପ୍ରତୀକ ସିଲ୍।