Odia TV Serial: ଜୀ-ସାର୍ଥକ ଓଡି଼ିଶାରେ ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ହୋଇପାରିଛି କେବଳ ଦର୍ଶକଙ୍କୁ ସର୍ବଦା ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ପାଇଁ । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ଜୀ-ସାର୍ଥକ ସବୁବେଳେ ଚେଷ୍ଟାରତ । ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ ଦର୍ଶକଙ୍କ ମନ ଜିତିବା ସହ ସଫଳତାର ସହ ୩୦୦ ଅଧ୍ୟାୟରେ ପହଞ୍ଚି ସାରିଛି।


COMMERCIAL BREAK
SCROLL TO CONTINUE READING

ବିଭିନ୍ନ ଅପ୍ରତ୍ୟାଶିତ ମୋଡ ଦେଇ କାହାଣୀ ଗତି କରୁଥିବା ବେଳେ କାହାଣୀର ମୁଖ୍ୟ ନାୟକ, ଏଜେ ସମୟକ୍ରମେ ଜେଲରେ ପହଞ୍ଚିଛି ଓ ଅମ୍ବିକା ଦ୍ବାରା ପ୍ରରୋଚିତ ହୋଇ କାହାଣୀର ମୁଖ୍ୟ ନାୟିକା, ମାନିନୀକୁ ଦୋଷୀ ଭାବିଛି ଓ ପ୍ରତିଶୋଧ ନେବାକୁ ମନ କରିଛି । ସେପଟେ ମାନିନୀ ମନେ ମନେ ଭଲ ପାଇ ବସିଛି ଏଜେକୁ ଓ ପ୍ରପୋଜ କରିବା ଦିନ ହିଁ ଏଜେ ମାନିନୀକୁ ବହୁତ ଅପମାନ ଦେଇଛି ଓ ଘରୁ ଚାଲିଯିବା ପାଇଁ କହିଛି ଏପରିକି ତିନି ବୋହୁ ଅମ୍ବିକା, ଲକ୍ଷ୍ମୀ ଓ ସରସ୍ବତୀ ମିଶି ମାନିନୀକୁ ହଇରାଣ କରିଛନ୍ତି । ମାନିନୀ ମଧ୍ୟ ନିଜକୁ ଦୋଷୀ ଭାବି ସେଠାରୁ ପଳେଇଛି ହେଲେ କାହାଣୀରେ ପୁଣି ଆସିଛି ଆଉ ଏକ ଅପ୍ରତ୍ୟାଶିତ ମୋଡ । ଘର ଛାଡିବା ପୂର୍ବରୁ ମାନିନୀ ଏଜେ ପାଇଁ ଲେଖିଥିବା ଚିଠିଟି ମିଳିଛି ଶାଶୁ ସୁହାସିନୀଙ୍କୁ ସେ ମାନିନୀକୁ ସତ ବୁଝାଇ ଘରକୁ ଫେରାଇ ଆଣିଛନ୍ତି ହେଲେ ଏଥର ଫେରିଥିବା ମାନିନୀ ପରିବର୍ତ୍ତନ ହୋଇଛି ମାନିନୀ ୨.୦ ରେ ଯିଏ ନିଜେ ନ କାନ୍ଦି ଅନ୍ୟକୁ କନ୍ଦେଇବା ଶିଖିଛି ଓ ନିଜ ସ୍ଵାମୀକୁ ଫେରି ପାଇବା ପାଇଁ ସବୁ କିଛି କରିବାକୁ ଚେଷ୍ଟା କରୁଛି । ତେବେ କଣ ହେବ ଆଗକୁ ମାନିନୀ କଣ ପ୍ରତିଶୋଧ ନେଇପାରିବ ? ପୁଣି ନିଜ ସ୍ବାମୀ ଏଜେକୁ ଫେରି ପାଇବ ? କଣ ହେବ କାହାଣୀରେ ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସିଛି ‘ତୁ ଖରା ମୁଁ ଛାଇ’ ।


ଜୀ-ସାର୍ଥକର ସଦା ସର୍ବଦା ଓଡ଼ିଶାର ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ସହିତ ଓଡିଆ ଘରର କାହାଣୀକୁ ନେଇ ରାଜ୍ୟର ଦର୍ଶକଙ୍କ ମନୋରଞ୍ଜନ କରିଆସିଛି ଯେଉଁଥିପାଇଁ ଆପଣ ମାନେ ଏହି ଚ୍ଯାନେଲ କୁ ସବୁବେଳେ ଏକ ନମ୍ବର ଚ୍ଯାନେଲ କରି ରଖିଛନ୍ତି । ଆଗକୁ ମଧ୍ୟ ଏହି ମେଗା ଧାରାବାହିକରେ ଆହୁରି ନୂଆ ନୂଆ ଅପ୍ରତ୍ୟାଶିତ ମୋଡ ଆସିବ ଯାହା ନିଶ୍ଚିତ ଭାବରେ ଆମ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଜୀ-ସାର୍ଥକ ଚିଫ୍ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।


Also Read- ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ


Also Read- ମାଛ ଏବଂ ମାଂସ ଦୋକାନରେ ଏନଫୋର୍ସମେଣ୍ଟ ଟିମର ଚଢାଉ