ମାଛ ଏବଂ ମାଂସ ଦୋକାନରେ ଏନଫୋର୍ସମେଣ୍ଟ ଟିମର ଚଢାଉ
Advertisement

ମାଛ ଏବଂ ମାଂସ ଦୋକାନରେ ଏନଫୋର୍ସମେଣ୍ଟ ଟିମର ଚଢାଉ

ଗତକାଲି ସିଏମସି ପକ୍ଷରୁ ପ୍ରଚାରଗାଡି ମାଧ୍ୟମରେ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ମାଛ, ମାଂସ ନକାଟିବା ନେଇ ସତର୍କ କରାଯାଇଥିଲା । ଆଉ ଆଜି ଯେଉଁମାନେ ନିୟମ ନମାନି ରାସ୍ତା କଡରେ ସର୍ବସମ୍ମୁଖରେ ବେପାର ଚଳାଇଛନ୍ତି ସେମାନଙ୍କୁ ତାଗିଦ କରିଛି ଏନଫୋର୍ସମେଣ୍ଟ ଟିମ୍ ।

ମାଛ ଏବଂ ମାଂସ ଦୋକାନରେ ଏନଫୋର୍ସମେଣ୍ଟ ଟିମର ଚଢାଉ

କଟକ: ସିଏମସି ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଥିବା ମାଛ, ମାଂସ ଦୋକାନରେ ଚଢାଉ କରାଯାଇଛି । ଗତକାଲି ସିଏମସି (CMC) ପକ୍ଷରୁ ପ୍ରଚାରଗାଡି ମାଧ୍ୟମରେ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ମାଛ, ମାଂସ ନକାଟିବା ନେଇ ସତର୍କ କରାଯାଇଥିଲା । ଆଉ ଆଜି ଯେଉଁମାନେ ନିୟମ ନମାନି ରାସ୍ତା କଡରେ ସର୍ବସମ୍ମୁଖରେ ବେପାର ଚଳାଇଛନ୍ତି ସେମାନଙ୍କୁ ତାଗିଦ କରିଛି ଏନଫୋର୍ସମେଣ୍ଟ ଟିମ୍ ।

ଅଧିକାରୀ କହିଛନ୍ତି ଯେ, ହାଇକୋର୍ଟର ଅର୍ଡର ଅଛି । ମାଛ ମାଂସ କାଟିବାକୁ କାହାକୁ ବାରଣ ନାହିଁ କିମ୍ୱା କାହାର ବ୍ୟବସାୟରେ ପ୍ରତିବନ୍ଧକ ଲଗାଯାଇନାହିଁ । କିନ୍ତୁ ଏହି ପ୍ରତିବନ୍ଧକ ଲଗାଯାଇଛି ଯେ, ସେମାନେ ସର୍ବସମ୍ମୁଖରେ ମାଛ, ମାଂସ (Fish, meat) କାଟି ପାରିବେ ନାହିଁ । ବନ୍ଦ କୋଠରୀ ମଧ୍ୟରେ ଏସବୁ କାର୍ଯ୍ୟ କରିବେ । ଖୋଲାରେ ବ୍ୟବସାୟକୁ ବାରଣ କରାଯାଇଛି । ବ୍ୟବସାୟୀମାନେ କମଲାରୁ ମାଂସ କଟେଇକି ଆଣିବେ । ଯେଉଁ ବ୍ୟବସାୟୀଙ୍କର ଯେତେ ଆବଶ୍ୟକତା ରହିଛି ସେମାନେ ସେହି ହିସାବରେ ରସିଦ କାଟିବେ । ଏଥିସହିତ କମଲାରେ ମାଂସ କାଟି ଦୋକାନରେ ବ୍ୟବସାୟ କରିପାରିବେ ।

କଟକରେ ବାଦାମବାଡି, ଚାନ୍ଦିନଚୌକ ସମେତ ଦଶରୁ ଅଧିକ ସ୍ଥାନରେ ସିଏମସି ପକ୍ଷରୁ ଚଢାଉ କରାଯାଇଛି । ଛୋଟ ପିଲା କିମ୍ୱା ସାଧାରଣ ଲୋକଙ୍କ ଉପରେ ନକରାତ୍ମକ ପ୍ରଭାବ ନପକାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନଫୋର୍ସମେଣ୍ଟ ଟିମର ଚଢାଉ ଆଗକୁ ମଧ୍ୟ ଜାରି ରହିବ । ଯେଉଁ ବ୍ୟବସାୟୀମାନେ ନିୟମ ନମାରି ବ୍ୟବସାୟ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସପ୍ତାହରେ ୩ ଦିନ ବୁଧବାର, ଶୁକ୍ରବାର ଓ ରବିବାର ଦିନ ଏନଫୋର୍ସମେଣ୍ଟ୍ ଟିମ୍ (Enforcement Team) କଟକର ଗଳି କନ୍ଦିରେ ବୁଲି ବ୍ୟବସାୟୀଙ୍କ ଉପରେ ନଜର ରଖିବ । ଏଥିସହିତ ଲୋକଙ୍କୁ ପ୍ରଚାର ଗାଡି ମାଧ୍ୟମରେ ସଚେତନ କରାଯାଇଛି ।

Also Read- ପାକିସ୍ତାନରୁ ଭାରତ ସୀମାକୁ ଆସିଲା ପାରା, ଗୋଡରେ ଲେଖାଥିଲା...

Also Read- Sara Khan Breakup: ସାରାଙ୍କ ଜୀବନରୁ ପ୍ରେମିକଙ୍କ ବିଦାୟ, ହୋଇଥାନ୍ତା ବାହାଘର...