Sushmita Sen Talks her Marriage Plan:  ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ୱିକ୍ । ଏହି ସମୟରେ ଅନେକ ଟିଭି ସେଲିବ୍ରେଟ୍ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ବଲିଉଡ଼ର ଜଣେ ଅଭିନେତ୍ରୀଙ୍କ ବିବାହକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଗତ କିଛି ଦିନ ହେବ ନିଜର ଅପକମିଙ୍ଗ୍ ସିରିଜ  'ଆର୍ଯ୍ୟ ଅନ୍ତିମ୍ ବାର' ('Aarya Antim Vaar') ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟ୍ ରେ ଥିବା ଅଭିନେତ୍ରୀ ସୁସ୍ମିତା ସେନ୍ ଖୁବଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତି କି, ବ୍ରୟଫ୍ରେଣ୍ତ ରୋହମାନ ଶଲଙ୍କ ସହ ପ୍ୟାଚ୍ଅପ୍ ଖବର ମଧ୍ଯ ସାମ୍ନାକୁ ଆସିଛି। ଦୁହେଁ ଖୁବଶୀଘ୍ର ନିଜ ସମ୍ପର୍କକୁ ବିବାହ ନାଁ ଦେଇପାରନ୍ତି ବୋଲି କୁହାଯାଉଥିଲା ।  ସଦ୍ୟତମ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ସୁସ୍ମିତା ଓ ରୋହମାନଙ୍କ ପ୍ୟାଚ୍ ପରେ ସେମାନଙ୍କ ବିବାହ ନେଇ ଖବର ସାମ୍ନାକୁ ଆସିଥିଲା । ନିକଟରେ ଏହି ଚର୍ଚ୍ଚା ଉପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ଅଭିନେତ୍ରୀ । 'ଆର୍ଯ୍ୟ ଅନ୍ତିମ୍ ବାର' ର ପ୍ରମୋସନ ସମୟରେ ସୁସ୍ମିତା କହିଛନ୍ତି , 'ମୁଁ ଜାଣେ ସମସ୍ତ ଚାହୁଁଛନ୍ତି ଯେ ମୁଁ ଏ ବିଷୟରେ ଚିନ୍ତା କରେ । ଏହି ପରିସ୍ଥିତିରେ ଆସି ମୋତେ ସେଷ୍ଟେଲ ହୋଇଯିବା ଉଚିତ୍, କିନ୍ତୁ ମୁଁ ଧ୍ୟାନ ଦେବାକୁ ଚାହେଁ ନାହିଁ ‘। ସେ ଆହୁରି କହିଛନ୍ତି, 'ମୁଁ ବିବାହକୁ ବିଶ୍ୱାସ କରେ ଓ ସମ୍ମାନ ମଧ୍ଯ କରେ । ମୁଁ ସାଥୀତା ଏବଂ ବନ୍ଧୁତା ଉପରେ ଅଧିକ ବିଶ୍ୱାସ କରେ । ଯଦି ଏସବୁ ଅଛି ତେବେ ବିବାହ ହୋଇପାରିବ, କିନ୍ତୁ ସେହି ସମ୍ମାନ ଓ ବନ୍ଧୁତା ସହ ସ୍ୱାଧୀନତା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ମୋର ସ୍ୱାଧୀନତା ପ୍ରତି ଅଧିକ ଧ୍ୟାନ ଦେଉଛି’।


୨୦୧୮ରୁ ସୁସ୍ମିତା ସେନ୍ ଓ ରୋହମାନ ଶାଲ୍ ପରସ୍ପରକୁ ଡେଟ୍ କରୁଛନ୍ତି। ମଝିରେ ଉଭୟଙ୍କ ବ୍ରେକଅପକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ପ୍ୟାଚ୍ଅପ୍ ହୋଇଥିବା କୁହାଯାଉଛି ।  ଉଭୟଙ୍କୁ ଅନେକ ସମୟରେ ଏକାଠି ସ୍ପଟ୍ କରାଯାଇଛି । ପ୍ରଶଂସକଙ୍କ ଆଶାକୁ ଖଣ୍ଡନ କରି ଅଭିନେତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବର୍ତ୍ତମାନ ସେ ବିବାହ କରିବା ମୁଡ଼ରେ ନାହାଁନ୍ତି। ପ୍ରକାଶ ଥାଉ କି, ବର୍ତ୍ତମାନ ଅଭିନେତ୍ରୀ ନିଜର ବହୁ ପ୍ରତୀକ୍ଷିତ ୱେବ ସିରିଜ 'ଆର୍ଯ୍ୟ ଅନ୍ତିମ୍ ବାର' ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହା OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ଆସନ୍ତା ୯ ଫେବୃଆରୀରେ ରିଲିଜ ହେବ । ଏହା ପୂର୍ବରୁ ଏହି ସିରିଜର ଦୁଇଟି ପାର୍ଟକୁ ବେଶ ପସନ୍ଦ କରିଥିଲେ ପ୍ରଶଂସକ ।