Maharashtra Ministry: ମହାରାଷ୍ଟ୍ରରେ ବଣ୍ଟାହେଲା ମନ୍ତ୍ରୀ-ମଣ୍ଡଳର ଦାୟିତ୍ୱ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରଖିଲେ ଏହି ବିଭାଗ...
Advertisement
Article Detail0/zeeodisha/odisha2569333

Maharashtra Ministry: ମହାରାଷ୍ଟ୍ରରେ ବଣ୍ଟାହେଲା ମନ୍ତ୍ରୀ-ମଣ୍ଡଳର ଦାୟିତ୍ୱ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରଖିଲେ ଏହି ବିଭାଗ...

Maharashtra Ministry: ପଙ୍କଜା ମୁଣ୍ଡେଙ୍କୁ ପରିବେଶ, ଉଦୟ ସାମନ୍ତଙ୍କୁ ଶିଳ୍ପ, ମାଣିକ୍ ରାଓ କୋକେଟେଙ୍କୁ କୃଷି ବିଭାଗ ଦିଆଯାଇଛି। ସେହିପରି ଧନଞ୍ଜୟ ମୁଣ୍ଡେଙ୍କୁ ଖାଦ୍ୟ ଏବଂ ନାଗରିକ ବିଭାଗ, ଅଶୋକ ଉଇକେଙ୍କୁ ଆଦିବାସୀ ବିକାଶ, ଆଶିଷ ଶେଲାରଙ୍କୁ ଆଇଟି ଏବଂ ସଂସ୍କୃତି ବିଭାଗ ମିଳିଛି। 

Maharashtra Ministry: ମହାରାଷ୍ଟ୍ରରେ ବଣ୍ଟାହେଲା ମନ୍ତ୍ରୀ-ମଣ୍ଡଳର ଦାୟିତ୍ୱ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରଖିଲେ ଏହି ବିଭାଗ...
Maharashtra Ministry: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ସରକାରରେ ସମସ୍ତ ବିଭାଗ ବଣ୍ଟନ ହୋଇଛି। ଦୀର୍ଘ ସମୟ ଆଲୋଚନା ପରେ ସିଏମ୍ ଫଡନାଭିସ୍ ଗୃହ ବିଭାଗକୁ ନିଜ ପାଖରେ ରଖିଛନ୍ତି। ଏନସିପି ନେତା ଅଜିତ ପାୱାରଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି ଏବଂ ପୂର୍ବତନ ସିଏମ ତଥା ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ସହରାଞ୍ଚଳ ବିକାଶ ବିଭାଗ ଦିଆଯାଇଛି। ବାୱାନକୁଲେ ରାଜସ୍ୱ ବିଭାଗର ଦାୟିତ୍ୱ ନେଇଛନ୍ତି, ରାଧାକୃଷ୍ଣ ବିକାଶ ପାଟିଲଙ୍କୁ ଜଳ ସମ୍ପଦ, ହାସନ ମୁଶ୍ରିଫଙ୍କୁ ଡାକ୍ତରୀ ଓ ଶିକ୍ଷା ବିଭାଗ ମିଳିଛି। ସେହିପରି ଚନ୍ଦ୍ରକାନ୍ତ ପାଟିଲ ଉଚ୍ଚ ଏବଂ ବୈଷୟିକ ଶିକ୍ଷା, ଗଣେଶ ନାୟକଙ୍କୁ ଜଙ୍ଗଲ, ଦାଦା ଭୁସେ ସ୍କୁଲ ଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି।
 
ପଙ୍କଜା ମୁଣ୍ଡେଙ୍କୁ ପରିବେଶ, ଉଦୟ ସାମନ୍ତଙ୍କୁ ଶିଳ୍ପ, ମାଣିକ୍ ରାଓ କୋକେଟେଙ୍କୁ କୃଷି ବିଭାଗ ଦିଆଯାଇଛି। ସେହିପରି ଧନଞ୍ଜୟ ମୁଣ୍ଡେଙ୍କୁ ଖାଦ୍ୟ ଏବଂ ନାଗରିକ ବିଭାଗ, ଅଶୋକ ଉଇକେଙ୍କୁ ଆଦିବାସୀ ବିକାଶ, ଆଶିଷ ଶେଲାରଙ୍କୁ ଆଇଟି ଏବଂ ସଂସ୍କୃତି ବିଭାଗ ମିଳିଛି। 
 
 
ଡିସେମ୍ବର ୫ ତାରିଖ ମହାରାଷ୍ଟ୍ରରେ ନୂଆ ସରକାର ଶପଥ ଗ୍ରହଣ କରିଥିଲେ। ଡିସେମ୍ବର ୧୫ରେ ଶୀତ ଅଧିବେଶନ ପୂର୍ବରୁ ୩୯ ଜଣ ମନ୍ତ୍ରୀ ମନ୍ତ୍ରୀ ପରିଷଦରେ ଅନ୍ତର୍ଭୁକ୍ତ ହୋଇଥିଲେ। ନଭେମ୍ବର ୨୦ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି, ଶିବସେନା ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ଏକ ସହଯୋଗୀ 'ମହାମେଣ୍ଟ'  କରି ୨୮୮ଟି ଆସନ ମଧ୍ୟରୁ ୨୩୦ଟି ଜିତିଥିଲା।