Nick Jonas: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପପଷ୍ଟାର ସ୍ୱାମୀ ନିକ ଜୋନାସ ପ୍ରତିଦିନ ହେଡଲାଇନରେ ରହିଥାନ୍ତି। ଆଜିକାଲି ନିକ ଜୋନାସ ତାଙ୍କ କନସର୍ଟ ହେତୁ ଲାଇମ ଲାଇଟରେ ଅଛନ୍ତି । ପପ୍ ଷ୍ଟାର ନିକ୍ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ପରେ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢିଛି । ବାସ୍ତବରେ, ନିକ ଜୋନାସ ଏବଂ ତାଙ୍କ ଭାଇମାନେ ମେକ୍ସିକୋରେ ଆୟୋଜିତ ହେବାକୁ ଥିବା ଶୋ’କୁ ସ୍ଥଗିତ ରଖିଛନ୍ତି ଏବଂ ଏହା ପଛର କାରଣ ହେଉଛି ଗାୟକଙ୍କ ବିପଜ୍ଜନକ ରୋଗ।


COMMERCIAL BREAK
SCROLL TO CONTINUE READING

ପପଷ୍ଟାର ନିକ ଜୋନାସ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଥିଲେ ଯେ ସେ ଅନେକ ଦିନ ଧରି ଅସୁସ୍ଥ ଅଛନ୍ତି ଏବଂ ଏହି କାରଣରୁ ତାଙ୍କୁ ତାଙ୍କର କନସର୍ଟ ଟୁର୍ କୁ ସ୍ଥଗିତ ରଖିବାକୁ ପଡିବ। ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ନିକ କହିଛନ୍ତି, 'ହେଲୋ ଗାଇଜ୍ ଆଇ ଆମ୍ ନିକ୍ । ଆଜି ମୁଁ ଏକ ଖବର ସେୟାର କରିବାକୁ ଯାଉଛି ଯାହା ଆଦୌ ମଜାଦାର ନୁହେଁ, କିନ୍ତୁ ଆପଣଙ୍କୁ କହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛି ସେଥିପାଇଁ ମୁଁ ଏହି ଭିଡିଓ ସେୟାର କରୁଛି। 


ନିକ କହିଛନ୍ତି ଯେ ସେ ବିପଜ୍ଜନକ ଇନଫ୍ଲୁଏଜା କବଳରେ ସେ ଅଛନ୍ତି।ପପଷ୍ଟାର ନିକ୍ ଆହୁରି କହିଛନ୍ତି, ଯେ 'କିଛି ଦିନ ପୂର୍ବରୁ, ମୁଁ କିଛି ଅଦ୍ଭୁତ ଅନୁଭବ କରିବାକୁ ଲାଗିଲି, ଯେତେବେଳେ ମୁଁ ଉଠିଲି, ମୋର ଭଏସ ଖୋଲୁନଥିଲା  ବା ମୁଁ କଥା ହେବାକୁ ସକ୍ଷମ ନଥିଲି। ସେହି ରାତିରେ ମୁଁ କନସର୍ଟ ପାଇଁ ଅଭ୍ୟାସ କରୁଥିଲି । ଗତ ଅଢେଇ ଦିନରେ ମୋ ଅବସ୍ଥା ଧୀରେ ଧୀରେ ଖରାପ ହୋଇଗଲା । ମୋତେ ହାଇ ଫିଭର, ଶରୀରରେ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ଭୋଗୁଛି ବୋଲି କହିଛନ୍ତି ନିକ୍ । 


 



ଭିଡିଓ ଶେଷରେ ନିକ ଜୋନାସ କହିଛନ୍ତି ଯେ ସେ ଏସବୁ ସେୟାର କରି ସେ ଆଦୌ ଭଲ ଅନୁଭବ କରୁନାହାଁନ୍ତି। ସେ କହିଛନ୍ତି, ଯେ 'ମୁଁ ତୁମକୁ ଆଦୌ ଫ୍ୟାନ୍ସଙ୍କୁ ନିରାଶ କରିବାକୁ ପସନ୍ଦ କରେ ନାହିଁ। ଆପଣମାନେ ଆମକୁ ସମର୍ଥନ କରିବା ପାଇଁ ବହୁତ କିଛି କରନ୍ତି ଏବଂ ମୁଁ ଜାଣେ ଯେ ଅନେକ ଲୋକ ମଧ୍ୟ ମୋ କନସର୍ଟ ଦେଖିବାକୁ ଦେଶରୁ ଦେଶ ସହରରୁ ସହର ଟ୍ରାଭେଲ କରିଛନ୍ତି, କିନ୍ତୁ ମୋତେ ସୋ ବାତିଲ୍ କରିବାକୁ ପଡିବ ଏବଂ ମୁଁ ଏଥିପାଇଁ ବହୁତ ଦୁଃଖିତ। 


Also Read: Rahul Gandhi Property: ୨୦ କୋଟିର ମାଲିକ ରାହୁଲ ଗାନ୍ଧୀ, ଜାଣନ୍ତୁ କେଉଁଠୁ ପାଆନ୍ତି କେତେ ଟଙ୍କା?


Also Read: Gajakesari Yoga 2024: ୧୦୦ ବର୍ଷ ପରେ ହେବ ଗଜକେଶରୀ ଯୋଗ, ୩ ରାଶିର ଚମକିବ ଭାଗ୍ୟ!