ମୁମ୍ବାଇ: ଉର୍ଫି ଜାଭେଦଙ୍କୁ  'Cyber Rape' ଧମକ ଦେଇଥିବା ଯୁବକ ଗିରଫ ହୋଇଛନ୍ତି। ଅଭିନେତ୍ରୀ ତଥା 'ବିଗ୍ ବସ୍ OTT' ଫେମ୍ ଉର୍ଫି ଜାଭେଦ୍ ମଙ୍ଗଳବାର କହିଛନ୍ତି ଯେ, ସେ ଦାଖଲ କରିଥିବା ଏଫ୍ଆଇଆର୍ ଅନୁସାରେ ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନିଜ ଇନଷ୍ଟାଗ୍ରାମର ଷ୍ଟୋରୀରେ ଉର୍ଫି ଉକ୍ତ ବ୍ୟକ୍ତିଙ୍କ ଫଟୋ ସେୟାର କରି ଲେଖିଛନ୍ତି, "ଖୁସି ଖବର! ଏହି ଦୁଷ୍କର୍ମକାରୀ ହାଜତରେ ଅଛନ୍ତି! ଧନ୍ୟବାଦ  ମୁମ୍ବାଇ ପୋଲିସ୍।"


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନାନୁସାରେ, ଅଜ୍ଞାତ ବ୍ୟକ୍ତିଙ୍କ ପାଇଁ ଅଭିନେତ୍ରୀ ଉର୍ଫି ଜାଭେଦ ରବିବାର ସୋସିଆଲ ମିଡିଆରେ ଏକ ଲମ୍ବା ନୋଟ୍ ଲେଖିଥିଲେ। ତାଙ୍କୁ ଜଣେ ବ୍ୟକ୍ତି ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଅଭିନେତ୍ରୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭିଯୁକ୍ତଙ୍କ ସହ କରିଥିବା ହ୍ୱାଟସଆପ୍ ଚାଟ୍ ମଧ୍ୟ ସେୟାର କରିଥିଲେ। ସେ ଲେଖିଥିଲେ, "ତେଣୁ ଏହି ବ୍ୟକ୍ତି ମୋତେ ଏତେ ଦିନ ଧରି ହଇରାଣ କରୁଥିଲେ। ମୁଁ ଦୁଇ ବର୍ଷ ପୂର୍ବରୁ ପୋଲିସରେ ଅଭିଯୋଗ ଦାଖଲ କରିସାରିଥିଲି ଏବଂ ମୁଁ ସେହି ସମୟରେ ନର୍କ ଦେଇ ଯାଇଥିଲି।"


Also Read: ବିବାହର ୫ ବର୍ଷ ପରେ ମାଆ ହେବେ ବିପାଶା


ଏହା ବ୍ୟତୀତ ଉର୍ଫି ପୁଣି ଲେଖିଥିଲେ ଯେ, ଉକ୍ତ ବ୍ୟକ୍ତି ଜଣକ ସେହି ଫଟୋକୁ ନେଇ ବ୍ଲାକମେଲ କରି ତାଙ୍କ ସହ ଭିଡିଓ ସେକ୍ସ କରିବା ପାଇଁ କହୁଥିଲେ, ନଚେତ୍ ସେ ସେହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବେ ବୋଲି ଧମକ ଦେଇଥିବା ଅଭିନେତ୍ରୀ କହିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କୁ ସାଇବର ଦୁଷ୍କର୍ମ ବା ସାଇବର ରେପ୍ କରିବା ପାଇଁ ବ୍ଲାକମେଲ କରୁଥିଲେ ବୋଲି ଉର୍ଫି ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ମୁମ୍ବାଇ ପୋଲିସର ଏହି ମାମଲାର ତଦନ୍ତକୁ ନେଇ ଉର୍ଫି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ।


"ମୁଁ ପ୍ରଥମେ ଗୋରେଗାଓଁ  ଥାନାରେ ଏକ FIR ଦାଖଲ କରିଥିଲି। ୧୪ ଦିନ ହେଲା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ! ମୁଁ ଏତେ ନିରାଶ ହୋଇଛି" ବୋଲି ଅଭିନେତ୍ରୀ କହିଥିଲେ। ଅଭିଯୁକ୍ତଙ୍କୁ ସମାଜ ପାଇଁ ବିପଦ ବୋଲି ଉର୍ଫି କହିବା ସହ ସେ ବର୍ତ୍ତମାନ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ମୁକ୍ତ ଭାବରେ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ। କିନ୍ତୁ ମଙ୍ଗଳବାର ଅଭିଯୁକ୍ତ ଯୁବକଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିବା ଖୋଦ ଅଭିନେତ୍ରୀ ଉର୍ଫି ଜାଭେଦ କହିଛନ୍ତି।


Also Read: ଏହି ଦିନ 'ବାହୁବଳୀ' ଓ 'କ୍ରିସ୍' ମଧ୍ୟରେ ହେବ ଲଢ଼େଇ


ଅନ୍ୟପଟେ, ୱାର୍କ ଫ୍ରଣ୍ଟରେ ଉର୍ଫି 'ବଡେ ଭାୟା କି ଦୁଲହାନିଆ', 'ମେରୀ ଦୁର୍ଗା', 'ବେପନ୍ନାହ' ଏବଂ 'ପଞ୍ଚ ବିଟ୍ ସିଜନ୍ ୨' ଭଳି ଶୋ'ରେ କାମ ପାଇଁ ଜଣାଶୁଣା। ଏହା ବ୍ୟତୀତ ଷ୍ଟାଇଲିସ ତଥା ଅଜବ ପୋଷାକ ବା ଆଉଟ ଫିଟ୍ ପିନ୍ଧି ଉର୍ଫି ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି।