ଏହି ଦିନ 'ବାହୁବଳୀ' ଓ 'କ୍ରିସ୍' ମଧ୍ୟରେ ହେବ ଲଢ଼େଇ
Advertisement
Article Detail0/zeeodisha/odisha1303911

ଏହି ଦିନ 'ବାହୁବଳୀ' ଓ 'କ୍ରିସ୍' ମଧ୍ୟରେ ହେବ ଲଢ଼େଇ

୨୦୨୩ ସାଧାରଣତନ୍ତ୍ର ଅବସରରେ Fighterକୁ ରିଲିଜ କରିବାକୁ ସିଦ୍ଧାର୍ଥ ଯୋଜନା କରିଥିଲେ। କିନ୍ତୁ ପରେ ତାକୁ ଗାନ୍ଧୀ ଜୟନ୍ତୀକୁ ଘୁଞ୍ଚାଇ ଦେଇଛନ୍ତି। ଗତ ମାର୍ଚ୍ଚ ୧୦ରେ ଅଭିନେତା ହ୍ରିତିକ ରୋସନ Fighterର ଏକ ମୋସନ ଭିଡିଓ ସେୟାର କରିଥିଲେ। 

 

ଏହି ଦିନ 'ବାହୁବଳୀ' ଓ 'କ୍ରିସ୍' ମଧ୍ୟରେ ହେବ ଲଢ଼େଇ

ମୁମ୍ବାଇ: ବଲିଉଡରେ ସୁପରହିରୋଙ୍କ ସୁପର ଫାଇଟ। ଖୁବଶୀଘ୍ର ସିଲଭର ସ୍କ୍ରୀନରେ  'ବାହୁବଳୀ' ଓ 'କ୍ରିସ' ମଧ୍ୟରେ ଲଢ଼େଇ ହେବ। ୭୬ତମ ସ୍ୱାଧିନତା ଦିବସ ଅବସରରେ ବାହୁବଳୀ ଫେମ୍ ପ୍ରଭାସଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ ହୋଇଛି। ଏହା ସହ ଫିଲ୍ମର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରାଯାଇଛି। ତେବେ ହ୍ରିତିକ ରୋସନଙ୍କ 'ଫାଇଟର' ଓ ପ୍ରଭାସଙ୍କ ଫିଲ୍ମ ଗୋଟିଏ ଦିନରେ ରିଲିଜ ହେବ। ଯହାକୁ ନେଇ ଏବେ ଉଭୟ 'ବାହୁବଳୀ' ଓ 'କ୍ରିସ' ଫ୍ୟାନଙ୍କ ମଧ୍ୟରେ ଏକସାଇଟମେଣ୍ଟ ବଢିଯାଇଛି।

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ Salaarର ଫାଷ୍ଟ ଲୁକ ରିଲିଜ ହୋଇଛି। ଅଗଷ୍ଟ ୧୫ରେ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ପୋଷ୍ଟର ସେୟାର କରିବା ସହ ଫିଲ୍ମ ଆସନ୍ତା ବର୍ଷ ସେପ୍ଟେମ୍ବର ୨୮ରେ ରିଲିଜ ହେବ ବୋଲି କହିଛନ୍ତି। ବିଜେୟ କିରାଗାନଦୁରଙ୍କ ପ୍ରଜୋଜିତ ହାଇଭୋଲଟେଜ୍ ଓ ଅକ୍ସନରେ ଭରପୁର Salaar ଏକ ପାନ ଇଣ୍ଡିଆ ପ୍ରୋଜେକ୍ଟ। ଏହା ୫ଟି ଭାଷାରେ ରିଲିଜ ହେବ ବୋଲି ମେକର୍ସ ସୂଚନା ଦେଇଛନ୍ତି। 

Also Read: ଅମିତାଭ ବଚ୍ଚନ ନିଜ ଅତୀତକୁ ନେଇ କଲେ ବଡ ଖୁଲାସା, ଆପଣ ଜାଣି ବି ହୋଇଯିବେ ଚକିତ

ଅନ୍ୟପଟେ ପ୍ରଭାସଙ୍କ Salaar ଓ ହ୍ରିତିକ ରୋସନଙ୍କ Fighter ମୁହାଁମୁହିଁ ହେବାର ସମ୍ଭାବନା ଅଛି। ସ୍କ୍ରୀନ୍ ଓ କଲେକସନକୁ ନେଇ ଏହି ଦୁଇ ସ୍ପୁରଷ୍ଟାରଙ୍କ ଫିଲ୍ମ ଫାଇଟ୍ କରିବେ ବୋଲି ଆଶା କରାଯାଉଛି। Fighterରେ ହ୍ରିତିକଙ୍କ ସହ ଦୀପିକା ପାଦୁକୋନଙ୍କୁ ଦେଇଖିବାକୁ ମିଳିବ। ୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ War ପରେ ଉଭୟ ଷ୍ଟାର୍ ଦ୍ୱତୀୟ ଥର ପାଇଁ ଫିଲ୍ମ ନିର୍ମାତା ସିଦ୍ଧାର୍ଥ ଆନନ୍ଦଙ୍କ ସହ କାମ କରୁଛନ୍ତି।

fallback

୨୦୨୩ ସାଧାରଣତନ୍ତ୍ର ଅବସରରେ Fighterକୁ ରିଲିଜ କରିବାକୁ ସିଦ୍ଧାର୍ଥ ଯୋଜନା କରିଥିଲେ। କିନ୍ତୁ ପରେ ତାକୁ ଗାନ୍ଧୀ ଜୟନ୍ତୀକୁ ଘୁଞ୍ଚାଇ ଦେଇଛନ୍ତି। ଗତ ମାର୍ଚ୍ଚ ୧୦ରେ ଅଭିନେତା ହ୍ରିତିକ ରୋସନ Fighterର ଏକ ମୋସନ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ୨୦୨୩ ସେପ୍ଟେମ୍ବର ୨୮ରେ ଫିଲ୍ମ ରିଲିଜ ହେବ ବୋଲି କୁହାଯାଇଥିଲା। ବର୍ତ୍ତମାନ ବଲିଉଡର ବକ୍ସ ଅଫିସ କଲେକସନ୍ ସେତାଟା ଭଲ ନୁହେଁ। ତେଣୁ ପରିସ୍ଥିତିକୁ ଦେଖି ଫିଲ୍ମର ରିଲିଜ ଡେଟ୍ ପରିବର୍ତ୍ତନ କରାଯାଇପାରେ।

fallback

ବର୍ତ୍ତମାନ ସିଦ୍ଧାର୍ଥ ଅନନ୍ଦ ବହୁପ୍ରତିକ୍ଷୀତ ଫିଲ୍ମ Pathaanରେ ବ୍ୟସ୍ତ ଅଛନ୍ତି। ପଠାନରେ ଶାହରୁଖ ଖାନଙ୍କ ସହ ଦୀପିକା ଓ ଜନ ଆବ୍ରାହମଙ୍କୁ କୋଷ୍ଟାର ଭାବେ ଦେଖିବାକୁ ମିଳିବ। ଅନ୍ୟପଟେ ହ୍ରିତିକ୍, Vikram Vedhaର ହିନ୍ଦୀ ରିମୋକର ସୁଟିଂ ଶେଷ କରିଛନ୍ତି। ପ୍ରଭାସ ମଧ୍ୟ ତାଙ୍କର ଦୁଇଟି ବିଗ୍ ବଜେଟ୍ ଫିଲ୍ମ ଆଦିପୁରୁଷ ଓ ସାଲାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ବାହୁବଳୀ ଫେମଙ୍କ ପରି ଦୀପିକା ତାଙ୍କର ଦୁଇଟି ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି।