Akshay Kumar: ବଲିଉଡ ଅଭିନେତା ଅକ୍ଷୟ କୁମାର। ନିକଟରେ ଖିଲାଡି କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ' ରିଲିଜ୍ ହୋଇଛି। ଫିଲ୍ମଟି ବକ୍ସ ଅଫିସରେ  'ଥ୍ୟାଙ୍କଗଡ' ଅପେକ୍ଷା ଅଧିକ ରୋଜଗାର କରିଥିଲା। ଚଳିତ ବର୍ଷ,ଅଭିନେତାଙ୍କ ପାଞ୍ଚଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ସେଥିମଧ୍ୟରୁ ଚାରୋଟି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିବା ବେଳେ ଗୋଟିଏ ଚଳଚ୍ଚିତ୍ର  ଓଟିଟି (OTT) ରେ ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା। ଅଭିନେତାଙ୍କର ସମସ୍ତ ଚାରୋଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା । ଏହି କାରଣରୁ ନିର୍ମାତାମାନେ ୪୫୦ କୋଟିରୁ ଅଧିକ କ୍ଷତି ସହିଥିଲେ। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ, ଅକ୍ଷୟଙ୍କ ଆଗାମୀ ଫିଲ୍ମକୁ ନେଇ କିଛି ଅପଡେଟ ସାମ୍ନାକୁ ଆସିଛି । 


COMMERCIAL BREAK
SCROLL TO CONTINUE READING


ଖିଲାଡି କୁମାର ସେୟାର କଲେ ଭିଡିଓ :


ଅଭିନେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ  ସେୟାର କରିଛନ୍ତି। ' ଯେଉଁଥିରେ ସେ କହିଛନ୍ତି ଯେ, ସେ କିଛି ନୂଆ କରିବାକୁ ଯାଉଛନ୍ତି, ସେଥିପାଇଁ ସେ ବହୁତ କଷ୍ଟ ମଧ୍ୟ କରିଛନ୍ତି ଏବଂ ମୁଁ ଏହାକୁ ଦୀର୍ଘ ସମୟ ଧରି କରୁଛି ବୋଲି କହିଛନ୍ତି '। ଏଥିରୁ ଆପଣମାନେ ଅନୁମାନ କରିପାରୁ ଥିବା ଯେ, ଅକ୍ଷୟଙ୍କ ଆଗାମୀ ଫିଲ୍ମ ଖୁବଶିଘ୍ର ରିଲିଜ୍ ହେବ। ଯାହାର ସୁଟିଂ ଆରମ୍ଭ ହୋଇଛି । କିନ୍ତୁ ଫିଲ୍ମର ନାଁ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । 


 



ଏହାବି ପଢନ୍ତୁ : Alia Bhatt: ବିଦେଶ ରାମ୍ପରେ ଚମକିଲେ ଗଙ୍ଗୁବାଇ !


ଏହାବି ପଢନ୍ତୁ : Rashmika Mandanna: ମନର କଥା କହିଲେ ରଶ୍ମିକା, କ୍ୟାରିୟର ଆରମ୍ଭ ସମୟରେ ତାଙ୍କ ସହ ଘଟିଥିଲା ଏମିତି ଘଟଣା


ଏହାବି ପଢନ୍ତୁ : Sherlyn Chopra: 'ସମାଜ ପାଇଁ ବିପଦ ସେର୍ଲିନ୍'


ଏହାବି ପଢନ୍ତୁ : Daman Review: ଓଡିଆ ଫିଲ୍ମ ଜଗତ ପାଇଁ ସଞ୍ଜୀବନୀ 'ଦମନ'


ଅକ୍ଷୟଙ୍କ ଭିଡିଓକୁ ନେଇ ଉତ୍ସାହିତ ଫ୍ୟାନ୍ସ :


ଅକ୍ଷୟ କୁମାରଙ୍କ ଏହି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇଯାଇଛନ୍ତି। ଅଭିନେତାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, 'ସାର୍, ଆପଣ ମହାନ, ଆପଣ ଯାହା ବି କରିବେ ତାହା ସର୍ବୋତ୍ତମ ହେବ, ତୁମେ ଆମର ଆଦର୍ଶ, ଆମେ ସବୁକିଛିରେ ତୁମ ସହିତ ଅଛୁ' । ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, 'ସାର୍, ଆପଣ କେବେ 'ହେରା ଫେରି' ଘୋଷଣା କରିବେ ବୋଲି ପ୍ରଶ୍ନ କରିଛନ୍ତି ' ?


 


 


ଅକ୍ଷୟଙ୍କ କିଛି ଫିଲ୍ମ :


ବଲିଉଡ ଅଭିନେତା ଅକ୍ଷୟ କୁମାର, ତାଙ୍କର ତିନୋଟି ସୁପରହିଟ୍ ଫିଲ୍ମ 'ହେରା ଫେରି', 'ଆୱାରା ପାଗଲ ଦେୱାନା' ଏବଂ ' ଓ୍ବେଲକମ୍' ର ରିମେକ୍ ଉପରେ କାମ କରିବାକୁ ଯୋଜନା କରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଆସିନାହିଁ। ଅନ୍ୟପକ୍ଷରେ ଅକ୍ଷୟ ଖୁବ୍ ଶୀଘ୍ର 'ଓ ମାଇଁ ଗଡ ୨, 'ସେଲଫି', 'ବାଡେ ମିଆଁ ଚୋଟେ ମିଆଁ ', 'ଗୋର୍ଖା' ଓ 'ରାଉଡି ରାଥୋଡ ୨' ଇତ୍ୟାଦି ଚଳଚ୍ଚିତ୍ରରେ ନଜର ଆସିବେ।