Aishwarya Rai Bachchan Nashik Sinnar Tax: ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ। ବଚ୍ଚନ ପରିବାରର ବୋହୂ ତଥା ଜଣାଶୁଣା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ଜଣାଶୁଣା। ବର୍ତ୍ତମାନ ବଲିଉଡର ସେ ଆଗଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ବିଟାଉନର ସବୁଠୁ ବଡ ଧନୀ ଅଭିନେତ୍ରୀ । ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସୁନ୍ଦରତାର ତୁଳନା ନାହିଁ । କିନ୍ତୁ ଏହାରି ଭିତରେ ଐଶ୍ବର୍ଯ୍ୟା ରାୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଐଶ୍ବର୍ଯ୍ୟା ରାୟଙ୍କ ଜମି ମହାରାଷ୍ଟ୍ରର ନାଶିକରେ ରହିଛି । ହେଲେ ଅଭିନେତ୍ରୀ ଜଣକ ଟ୍ୟାକ୍ସ ଜମା ନ କରିବା ନେଇ ତାଙ୍କୁ ନାଶିକ ତହସିଲଦାର ନୋଟିସ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନାଶିକ୍ ତହସିଲଦାରଙ୍କ ତରଫରୁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନୋଟିସ ପଠାଯାଇଛି। ନାଶିକର ଏକ ଅଞ୍ଚଳରେ ଐଶ୍ବର୍ଯ୍ୟାଙ୍କ ଜମି ଅଛି । ଏହି ଜମିର ଟିକସ ୨୧,୯୬୦ ଟଙ୍କା ଭରିନାହାଁନ୍ତି ଅଭିନେତ୍ରୀ । ଏନେଇ ନାସିକ୍ ତହସିଲଦାର ତାଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ମହାରାଷ୍ଟ୍ର ନାଶିକର ଆଡଭାନି ଅଞ୍ଚଳରେ (1 hectare of land in the hilly area of Advadi) ଐଶ୍ବର୍ଯ୍ୟାଙ୍କର ପ୍ରାୟ ୧ ହେକ୍ଟର ଜମି ଅଛି ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ଜମିର ୧୨ ମାସ ପାଇଁ ବକେୟା ଟ୍ୟାକ୍ସ ଅଭିନେତ୍ରୀ ଜଣକ ଭରିନ ନାହାନ୍ତି । ଯେଉଁଥିପାଇଁ ରାଜସ୍ୱ ବିଭାଗକୁ ବର୍ତ୍ତମାନ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ରାଜସ୍ୱ ବିଭାଗ  ମାର୍ଚ୍ଚ ଶେଷ ସୁଦ୍ଧା ବକେୟା ଟିକସ ଭରିବାକୁ  ଅଭିନେତ୍ରୀଙ୍କୁ ନୋଟିସ ମାଧ୍ୟମରେ ଜଣାଇଛି । କିନ୍ତୁ ଏ-ପର୍ଯ୍ୟନ୍ତ ଅଭିନେତ୍ରୀ ଟିକସ ଭରି ପାରିନାହାଁନ୍ତି। ଏଥିପାଇଁ ଅଭିନେତ୍ରୀଙ୍କୁ ଟିକସ ଆଦାୟ ପାଇଁ ନୋଟିସ ଜାରି କରାଯିବା ସହ ସେହି ଅଞ୍ଚଳର ଅନ୍ୟ ୧୨୦୦ ଜଣଙ୍କୁ ମଧ୍ୟ ନୋଟିସ ପଠାଯାଇଛି । 


ଐଶ୍ୱର୍ଯ୍ୟା ରାୟଙ୍କୁ ଟିକସ ଦେବାକୁ ପଡିବ: ଆୟକର ବିଭାଗ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏବଂ ମାର୍ଚ୍ଚ ମଧ୍ୟରେ ଟ୍ୟାକ୍ସ ଭରିବାକୁ କହିଛି । କାରଣ ଆସନ୍ତା ମାର୍ଚ୍ଚ ମାସ ରାଜସ୍ୱ ବିଭାଗର ଫାଇନାନସିଆୟଲ ୟଅର। ଯଦି ଏଥିରେ ଐଶ୍ୱର୍ଯ୍ୟା ରାୟ ଏହି ବକେୟା ଟ୍ୟାକ୍ସ ଭରିବାରେ ବିଳମ୍ବ କରନ୍ତି । ତେବେ ବିଭାଗ ମଧ୍ୟ ଅଭିନେତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।


Also Read: Kabir Bedi Life Story: ୭୦ ବର୍ଷରେ କରିଥିଲେ ଚତୁର୍ଥ ବିବାହ, ନିଜ ଠାରୁ ୨୯ ବର୍ଷ ସାନ ଯୁବତୀଙ୍କୁ ଜୀବନ ସାଥୀ କରିଥିଲେ କବୀର


ସେହିଭଳି ଗତକିଛି ବର୍ଷ ତଳେ ଅଭିନେତ୍ରୀ ଆଉ ଏକ ବିବାଦରେ ଫସିଥିଲେ । ପାନାମା ପେପର୍‌ ଲିକ୍‌ ମାମଲାରେ ଅଭିନେତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହୋଇଥିଲା।  ଜେରା କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇ.ଡି.) ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ୍‌ ମଧ୍ୟ ଜାରି କରିଥିଲା । ବୟାନ ରେକର୍ଡ ପାଇଁ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ।  ସୂଚନାଯୋଗ୍ୟ, ପାନାମା ପେପର୍‌‌ ହେଉଛି ୨୦୧୬ ଏପ୍ରିଲ୍‌ରେ ପ୍ରକାଶିତ ସାଙ୍କେତିକ ଭାଷାରେ ପରିବର୍ତ୍ତିତ ୧୧.୫ ନିୟୁତ ଡଲାର୍‌ର ଗୁପ୍ତ ଦଲିଲପତ୍ର। ଏହା ଲିକ୍‌ ହେବା ଯୋଗୁଁ ୨୧୪,୪୮୮ଟି ବିଦେଶୀ ସତ୍ତାର ପୁଙ୍ଖାନୁପୁଙ୍ଖ ଅର୍ଥନୈତିକ ବିବରଣୀ ପଦାରେ ପକାଇ ଦେଇଥିଲା। ଲିକ୍‌ ହୋଇଥିବା କିଛି ଦଲିଲପତ୍ରରେ ରହିଛି ୧୯୭୦ ଦଶକର ତଥ୍ୟାବଳୀ ଯାହାକ, ‘ପାନାମିଆନ୍‌ ଅଫ୍‌ସୋର୍‌ ଲ’ ଫାର୍ମ’ ଏବଂ କର୍ପୋରେଟ୍‌ ସେବା ଯୋଗାଣକାରୀ ‘ମୋଜାକ୍‌ ଫନ୍‌ସିକା’ ପ୍ରସ୍ତୁତ କରିଥିଲେ। ଏହି ଦଲିଲ୍‌ରେ ରହିଛି ବିଶ୍ବର ସାମ୍ପ୍ରତିକ ଏବଂ ପୂର୍ବତନ ନେତା, ସରକାରୀ ଅଧିକାରୀ, ରାଜନେତା, ସେଲିବ୍ରିଟି ଏବଂ କର୍ପୋରେଟ୍‌ ବ୍ୟକ୍ତିତ୍ବଙ୍କ ବ୍ୟକ୍ତିଗତ ଆର୍ଥିକ ସୂଚନା।