Kabir Bedi Life Story: ୭୦ ବର୍ଷରେ କବୀର କରିଥିଲେ ଚତୁର୍ଥ ବିବାହ ,ଜାଣନ୍ତୁ ପ୍ରଥମ ପତ୍ନୀର ଓଡିଶା ସହ କ'ଣ ରହିଛି ଲିଙ୍କ?
Advertisement

Kabir Bedi Life Story: ୭୦ ବର୍ଷରେ କବୀର କରିଥିଲେ ଚତୁର୍ଥ ବିବାହ ,ଜାଣନ୍ତୁ ପ୍ରଥମ ପତ୍ନୀର ଓଡିଶା ସହ କ'ଣ ରହିଛି ଲିଙ୍କ?

Kabir Bedi Life Story: ଭେଟେରାନ ଅଭିନେତା କବୀର ବେଦୀ। ସିନେ ଜଗତର ଜଣାଶୁଣା ନାଁ । ଆଜି କବୀର ବେଦୀଙ୍କ ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛନ୍ତି ସେ। ସେ ତାଙ୍କ ଅଭିନୟ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି । ଗୋଟେ କି ଦୁଇଟି ନୁହେଁ ସେ ୪ଟି ବିବାହ କରିଛନ୍ତି କବୀର। ଚତୁର୍ଥ ଥର ବିବାହ କରି ସେ ଚର୍ଚ୍ଚାରେ ରହିଥିଲେ ।

Kabir Bedi Life Story: ୭୦ ବର୍ଷରେ କବୀର କରିଥିଲେ ଚତୁର୍ଥ ବିବାହ ,ଜାଣନ୍ତୁ ପ୍ରଥମ ପତ୍ନୀର ଓଡିଶା ସହ କ'ଣ ରହିଛି ଲିଙ୍କ?

Kabir Bedi Life Story: ଭେଟେରାନ ଅଭିନେତା କବୀର ବେଦୀ। ସିନେ ଜଗତର ଜଣାଶୁଣା ନାଁ । ଆଜି କବୀର ବେଦୀଙ୍କ ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛନ୍ତି ସେ।  ସେ ତାଙ୍କ ଅଭିନୟ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି । ଗୋଟେ କି ଦୁଇଟି ନୁହେଁ ସେ ୪ଟି ବିବାହ କରିଛନ୍ତି କବୀର। ଚତୁର୍ଥ ଥର ବିବାହ କରି ସେ ଚର୍ଚ୍ଚାରେ ରହିଥିଲେ । ତାଙ୍କୁ ଯେତେବେଳେ ୭୦ ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କ ଠାରୁ ସାନ ୨୯ ବର୍ଷ ବୟସର ସାନ ଝିଅ ପର୍ବିନ ଦୁସାଞ୍ଜଙ୍କୁ ବିବାହ କରିଥିଲେ। କବୀର ବେଦୀ ଏବଂ ପର୍ବିନ ଦୁସାଞ୍ଜ ୧୫ ଜାନୁୟାରୀ ୨୦୧୬ ରେ ବିବାହ କରିଥିଲେ।  ବିବାହକୁ ସାତବର୍ଷ ପୁରିଥିଲେ ମଧ୍ୟ ଉଭୟଙ୍କ ସଂସାର ଖୁବ ସୁରୁଖୁରୁରେ ଚାଲିଛି । 

କବୀରଙ୍କ ଚତୁର୍ଥ ପତ୍ନୀ ତାଙ୍କ ଝିଅ ଠାରୁ ମଧ୍ୟ ସାନ:
ତାଙ୍କର ଚତୁର୍ଥ ବିବାହର ଫଟୋ ଭାଇରାଲ ହେବାପରେ କବୀର ବେଦୀ ତାଙ୍କର ୭୦ ତମ ଜନ୍ମଦିନରେ ଲୋକମାନଙ୍କୁ ଏକ ବଡ଼ ଝଟକା ଦେଇଥିଲେ। ଏହି ଫଟୋ ଗୁଡ଼ିକରେ କବୀର ଜଣେ ଯୁବକ ପରି ଦେଖାଯାଉଥିଲେ। ତା’ପରେ ଏହା ଜାଣିବାକୁ ମିଳିଲା ଯେ କବୀର ବେଦୀ ନିଜ ରୁ ୨୯ ବର୍ଷ ସାନ ପାର୍ବିନ ଦୁସାଞ୍ଜଙ୍କୁ ବିବାହ କରିଛନ୍ତି। ସେତେବେଳେ କବୀରଙ୍କୁ ୭୦ ଏବଂ ପର୍ବିନଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା। ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ଏତେ ଅଧିକ ବୟସ ବ୍ୟବଧାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା ଯେ କବୀର ବେଦୀଙ୍କ ଝିଅ ପୂଜା ବେଦୀଙ୍କ ଠାରୁ ମଧ୍ୟ ସାନ ଥିଲେ ପର୍ବିନ । କିନ୍ତୁ ଉଭୟ ଏହି ସମ୍ପର୍କକୁ ନେଇ ବହୁତ ଖୁସି ଅଛନ୍ତି।

Also Read : Honey Singh: ‘ଖରାପ ସମୟରେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଅକ୍ଷୟ କୁମାର ଓ ଦୀପିକା’

 

 
 
 
 

 
 
 
 
 
 
 
 
 
 
 

A post shared by Kabir Bedi (@ikabirbedi)

କବୀର ବେଦୀ ୪ ବାହ କରିଛନ୍ତି:

ଅଭିନେତା କବୀର ପ୍ରଥମେ ୧୯୬୯ ମସିହାରେ ପ୍ରଥମେ  ଓଡିଶୀ ଡ୍ୟାନ୍ସର ପ୍ରତିମା (Odissi dancer Protima in 1969) ଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ସମ୍ପର୍କ ବେଶିଦିନ ତିଷ୍ଠି ପାରିନ ଥିଲା।  ଏହା ପରେ କବୀର ବେଦୀ ବ୍ରିଟିଶ ଫ୍ୟାଶନ ଡିଜାଇନର୍ ସୁସାନ (British fashion designer Susan )ଙ୍କୁ ବିବାହ  କରିଥିଲେ।  କିନ୍ତୁ ପୂର୍ବପରି ଏହି ବିବାହରେ ମଧ୍ୟ ଫାଟ ଦେଖାଦେଇଥିଲା। ସେହିପରି ତୃତୀୟ ଥର ୧୯୯୦ ମସିହାରେ (1990,Radio and TV representative Nikki)ଟିଭି ଓ ରେଡିଓ ଉପସ୍ଥାପିକା ନିକିଙ୍କ ସହ ହୋଇଥିଲା । ଏହି ବିବାହ ମଧ୍ୟ ତାଙ୍କର ସଫଳ ହୋଇନ ଥିଲା। ଛାଡପତ୍ରର ୧୫ ବର୍ଷ ପରେ ସେ ପର୍ବିନ ଦୁସାଞ୍ଜଙ୍କୁ ୧୫ଜାନୁୟାରୀ ୨୦୧୬ ରେ ବିବାହ କରିଥିଲେ। ଦୁହିଁଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ଅଧିକ ଥିଲେ ମଧ୍ୟ ଉଭୟ ବର୍ତ୍ତମାନ ବେଶ ଖୁସିରେ ଅଛନ୍ତି ।