Bhola Teaser Out: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ୍ ୨' । ବକ୍ସ ଅଫିସରେ ଧମାଲ ମଚାଉଛି । ଅଜୟଙ୍କ ଆଗାମୀ ଫିଲ୍ମ 'ଭୋଲା' ଖୁବଶିଘ୍ର ପରଦାକୁ ଆସିବ । ଫିଲ୍ମର ମୋସନ ପୋଷ୍ଟର ସୋମବାର ରିଲିଜ୍ ହୋଇଥିବା ବେଳେ ଆଜି ଟିଜର ରିଲିଜ ହୋଇଛି। ଅଜୟ ଦେବଗନ ପୁଣିଥରେ ଅଭିନେତ୍ରୀ ତବୁଙ୍କ ସହ 'ଭୋଲା'ରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହେଉଛନ୍ତି। ଅଜୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

'ଭୋଲା'ର ଟିଜର ରିଲିଜ୍ :


ଏହି ଚଳଚ୍ଚିତ୍ରର ଟିଜରେ ଦେଖିବାକୁ ମିଳିଛି ଯେ, ପ୍ରଥମେ ଲକ୍ଷ୍ନୌରେ ଥିବା ଏକ ଅନାଥ ଆଶ୍ରମରୁ ସିନ୍ ଆରମ୍ଭ ହୋଇଛି, ଯେଉଁଠାରେ ଜ୍ୟୋତି ନାମକ ଜଣେ ଝିଅ ରହେ । କୁନି ଝିଅ  ଜ୍ୟୋତି ଖେଳୁଥିବା ସମୟରେ ଆଶ୍ରମର ଜଣେ ଓ୍ବାଡେନ୍ ତାଙ୍କ ନିକଟକୁ ଯାଆନ୍ତି । ପରେ ମହିଳା ଜଣକ ତାଙ୍କୁ ରାତିରେ ଜଲଦି ଶୋଇବାକୁ କୁହନ୍ତି । ଯେହେତୁ ପରଦିନ କେହି ଜଣେ ତାଙ୍କୁ ଭେଟିବାକୁ ଆସୁଛନ୍ତି । ହେଲେ କୁନି ଝିଅଟି, ତା' ପାଖକୁ କିଏ ଦେଖା କରିବାକୁ ଆସିବ ସେ ନେଇ ଚିନ୍ତା କରେ ? ଏ କଥା ଭାବି ରାତିରେ ଶୋଇ ପାରେ ନାହିଁ । ସେପଟେ,ଅନ୍ୟଏକ ଦୃଶ୍ୟରେ ଦେଖିବାକୁ ମିଳେ ଯେ, ଅଜୟ ଦେବଗନ୍ ଜେଲରେ ଗୀତା ପଢୁଛନ୍ତି। 


 



ଏହାବି ପଢନ୍ତୁ : Urvashi Rautela Post: ଭଗବାନଙ୍କ ସାମ୍ନାରେ ହାତ ଯୋଡିଲେ ଉର୍ବଶୀ, କହିଲେ ଭଗବାନଙ୍କୁ କ'ଣ ମାଗିବି, ୟୁଜର୍ସ କହିଲେ....


ମୋସନ ପୋଷ୍ଟର ରିଲିଜ ହୋଇଛି:


ସୋମବାର (ନଭେମ୍ବର ୨୧)ରେ ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭୋଲା'ର ମୋସନ ପୋଷ୍ଟର ରିଲିଜ କରିଛନ୍ତି। ଅଭିନେତାଙ୍କ ଏହି ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ମୋସନ ପୋଷ୍ଟରରୁ, ଆପଣ ଅନୁମାନ କରିପାରିବେ ଯେ, ଅଜୟଙ୍କ ଏହି ଫିଲ୍ମ ଆକ୍ସନ୍ ଓ ଧମାକାଧାର ହୋଇଥିବା ନିଶ୍ଚୟ । ମୋସନ୍ ପୋଷ୍ଟରରେ, ଆପଣ ତ୍ରିସୁଳ ସହ ଏକ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ବାଜୁଥିବା ଦେଖିବାକୁ ପାଇବେ । ଏହି ପୋଷ୍ଟରରେ ଅଜୟ ମଧ୍ୟ ନଜର ଆସିଛନ୍ତି , ଯେଉଁଥିରେ ସେ ପାଉଁଷ ଲଗାଉଥିବା ଦେଖିବାକୁ ମିଳିଛି । 


ଏହି ଫିଲ୍ମ ଦକ୍ଷିଣ ଚଳଚ୍ଚିତ୍ରର ଏକ ରିମେକ୍ :
ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା' ହେଉଛି ସାଉଥ୍ ସୁପରଷ୍ଟାର କାର୍ତ୍ତି ଶିବକୁମାରଙ୍କ ସୁପରହିଟ୍ ଫିଲ୍ମ 'କଇଥି'ର ରିମେକ୍। ୨୦୧୯ ମସିହାରେ ଆସିଥିବା ତାମିଲ ଚଳଚ୍ଚିତ୍ର 'କାଇଥ୍' କୁ ଦର୍ଶକଙ୍କ ଢେର ସାରା ଭଲ ପାଇବା ମିଳିଥିଲା ।  ନିକଟରେ ରିଲିଜ୍ ହୋଇଛି ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ୍ ୨'। ଫିଲ୍ମକୁ ଦର୍ଶକଙ୍କ ଢେରସାରା ଭଲ ପାଇବା ମିଳିଛି । ଫଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଯଦି ଆମେ ଅଜୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା , ତେବେ ଅଜୟଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଭୋଲା ବ୍ୟତୀତ 'ମଇଦାନ୍', 'ନୀରାଜ୍ ପାଣ୍ତେସ ନେକ୍ସଟ', 'ସିଙ୍ଗମ୍ ୩', 'ରେଡ୍ ୨' ଓ 'ଗୋଲମାଲ୍  ୫' ରେ ନଜର  ଆସିବେ।