Urvashi Rautela Post: ଭଗବାନଙ୍କ ସାମ୍ନାରେ ହାତ ଯୋଡିଲେ ଉର୍ବଶୀ, କହିଲେ ଭଗବାନଙ୍କୁ କ'ଣ ମାଗିବି, ୟୁଜର୍ସ କହିଲେ....
Advertisement

Urvashi Rautela Post: ଭଗବାନଙ୍କ ସାମ୍ନାରେ ହାତ ଯୋଡିଲେ ଉର୍ବଶୀ, କହିଲେ ଭଗବାନଙ୍କୁ କ'ଣ ମାଗିବି, ୟୁଜର୍ସ କହିଲେ....

Urvashi Rautela Post: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା । ଆଜିକାଲି ସେ ନିଜ ଫିଲ୍ମ ପାଇଁ ନୁହେଁ, ବରଂ ଋଷଭ ପନ୍ଥଙ୍କ ପାଇଁ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଉର୍ବଶୀ ଏକ ସାକ୍ଷାତକାରରେ କହିଥିଲେ ଯେ, 'ଆରପି ତାଙ୍କୁ ବାରମ୍ବାର ଫୋନ କରି ଡାକୁଛନ୍ତି ।

Urvashi Rautela Post: ଭଗବାନଙ୍କ ସାମ୍ନାରେ ହାତ ଯୋଡିଲେ ଉର୍ବଶୀ, କହିଲେ ଭଗବାନଙ୍କୁ କ'ଣ ମାଗିବି, ୟୁଜର୍ସ କହିଲେ....

Urvashi Rautela Post: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା । ଆଜିକାଲି ସେ ନିଜ ଫିଲ୍ମ ପାଇଁ ନୁହେଁ, ବରଂ ଋଷଭ ପନ୍ଥଙ୍କ ପାଇଁ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଉର୍ବଶୀ ଏକ ସାକ୍ଷାତକାରରେ କହିଥିଲେ ଯେ, 'ଆରପି ତାଙ୍କୁ ବାରମ୍ବାର ଫୋନ କରି ଡାକୁଛନ୍ତି । ଏବଂ ତାଙ୍କୁ ଦେଖା କରିବା ପାଇଁ ଚାହୁଁଛନ୍ତି । ଏବଂ ହୋଟେଲରେ ତାଙ୍କ ପାଇଁ ଅପେକ୍ଷା ମଧ୍ୟ କରୁଛନ୍ତି'। ତେବେ, ଉର୍ବଶୀ କହିଥିବା କଥା କେତେ ସତ କେତେ ମିଛ ତାହା ଏପର୍ଯ୍ୟନ୍ତ ସତ ବୋଲି ସ୍ପଷ୍ଟ ହୋଇନି । ଏ ଖବର ଭାଇରାଲ ହେବା ପରେ ଋଷଭ ପନ୍ଥ ନିଜ ପ୍ରତିକ୍ରିୟା ରଖିଥିଲେ। ସେ ନିଜ ପୋଷ୍ଚରେ ଲେଖିଥିଲେ ଯେ, 'ଝୁଟ୍ କମ୍ ବୋଲାକାରୋ ଦିଦି' । ଏହାପରେ ଋଷଭଙ୍କ ମ୍ୟାଚ୍ ଯେଉଁଠାରେ ବି ହୁଏ,ଉବର୍ଶୀ ସେଠାରେ ପହଞ୍ଚି ଯାଇଥିବା ଦେଖିବାକୁ ମିଳେ । 

ଏ-ପରିକି ଉର୍ବଶୀ ରୌତେଲା ଅନେକ ସମୟରେ ଋଷଭଙ୍କ ପାଇଁ ମଧ୍ୟ ଅନେକ ପୋଷ୍ଟ ମଧ୍ୟ କରିଛନ୍ତି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଉର୍ବଶୀ ନିଜ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି ।  ଏହି ଫଟୋରେ ଦେଖିବାକୁ ମିଳିଛି ଯେ,ଉର୍ବଶୀ ରୌତେଲା ଭଗବାନଙ୍କ ସାମ୍ନାରେ ହାତଯୋଡି ପ୍ରାର୍ଥନା କରୁଛନ୍ତି । ଏହି ଫଟୋରେ ମଧ୍ୟ ଏକ କ୍ୟାପସନ ଲେଖିଛନ୍ତି, 'ଭଗବାନଙ୍କୁ କିଛି ମାଗିବା ଉଚିତ କି? କ’ଣ ମାଗିବି? ଉର୍ବଶୀଙ୍କ ଏହି ପୋଷ୍ଟରେ ଅନେକ କମେଣ୍ଟ ଆସିଛି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଆମେ ବୁଝି ପାରୁଛୁ ଯେ, ଋଷଭ ପନ୍ଥଙ୍କ ଫର୍ମକୁ ଫେରିବାକୁ ଚାହୁଁଛନ୍ତି ? ଅନ୍ୟପକ୍ଷରେ, ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ, 'ଆରପିଙ୍କ ହାତ ମାଗ' । ଏଥି ସହିତ, ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ, 'ମ୍ୟାଡାମଙ୍କୁ ନ୍ୟୁଜିଲ୍ୟାଣ୍ଡ ପାଇଁ ଭିସା ମିଳିନି ବୋଧେ ।'

 

ଶୁଭମାନ ଗିଲ୍ କଲେ ଉର୍ବଶୀ -ଋଷଭ ପନ୍ଥଙ୍କ ମଧ୍ୟରେ ବଡ ଖୁଲାସା :
ଋଷଭ ପନ୍ଥ ନ୍ୟୁଜିଲ୍ୟାଣ୍ଡ ଟି -20 ସିରିଜ୍ ଖେଳିବାକୁ ଯାଇଛନ୍ତି । ଏଭଳି ପରିସ୍ଥିତିରେ ନିକଟରେ ଶୁଭମନ୍ ଗିଲ୍ ଏକ ସାକ୍ଷାତକାରରେ ଉର୍ବଶୀ -ଋଷଭ ପନ୍ଥ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବଡ ଖୁଲାସା କରିଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶୁଭମନ କହିଛନ୍ତି ଯେ, ଉର୍ବଶୀ ଚାହୁଛନ୍ତି ଯେ, 'ତାଙ୍କୁ ଋଷଭଙ୍କ ନାଁ ନେଇ ଚିଡା ଯାଉ କିନ୍ତୁ ଋଷଭ ଏହି ସମ୍ପର୍କ ଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି ।' 

 ଏହାବି ପଢନ୍ତୁ : Happy Birthday Karthik Aryan: ୧୧ ବର୍ଷ କ୍ୟାରିୟରରେ ୫ ଗର୍ଲଫ୍ରେଣ୍ତ, ଜାଣନ୍ତୁ କେଉଁ କେଉଁ ଅଭିନେତ୍ରୀଙ୍କ ସହ ଥିଲା Affairs ?

 ଏହାବି ପଢନ୍ତୁ : Sonu Sood: ପୁଣି ଚର୍ଚ୍ଚାରେ ସୋନୁସୁଦ୍, ଗ୍ରାଜୁଏଟ ଚାଏବାଲିକୁ କଲେ ଏପରି ସାହାଯ୍ୟ

 ଏହାବି ପଢନ୍ତୁ : Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା