Akshay Kumar: ବଲିଉଡ ଅଭିନେତା ଅକ୍ଷୟ କୁମାର । ନିକଟରେ ଅକ୍ଷୟଙ୍କ ଅଭିନୀତ ଫିଲ୍ମ 'ରାମସେତୁ' ରିଲିଜ୍ ହୋଇଛି। ବକ୍ସ ଅଫିସରେ ଏହି ଫିଲ୍ମଟି ଭଲ ରୋଜଗାର କରିଥିବା ବେଳେ ଅଜୟ ଦେବଗନ୍ ଫିଲ୍ମ 'ଥ୍ୟାଙ୍କଗଡ'କୁ ଟକ୍କର ଦେଉଛି। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଖିଲାଡି କୁମାର ତାଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଅକ୍ଷୟ କୁମାର ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ 'ବେଡାତ ମରାଠେ ବୀର ଦୌଲାତ୍‌ ସାତ୍‌' (Vedat Marathe Veer Daudale Saat) ସହିତ ମରାଠୀ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଏକ ଇଭେଣ୍ଟ ଆୟୋଜିତ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING


ଯେଉଁଥିରେ ସଲମାନ ଖାନ ମଧ୍ୟ ନଜର ଆସିଥିଲେ। ଏହା ଅକ୍ଷୟଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ସରପ୍ରାଇଜ୍ ବୋଲି କୁହାଯାଇପାରିବ । ଏନେଇ ଖିଲାଡି କୁମାର ପ୍ରତିକ୍ରିୟା ରଖିଛନ୍ତି, ସେ ,କହିଛନ୍ତି, 'ମୋ ପାଇଁ ଏହା ଏକ ସ୍ଵପ୍ନ ସାକାର ହେବା ପରି। ବଡ଼ ପରଦାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରକୁ ଚିତ୍ରଣ ଏବଂ ଅଭିନୟ କରିବା ବହୁତ ବଡ କଥା।   କହିବାକୁ ଗଲେ 'ବେଡାତ ମରାଠେ ବୀର ଦୌଲାତ୍‌ ସାତ୍‌ 'ରେ କେବଳ ଛତ୍ରପତି ଶିବାଜୀ ମହାରାଜ ନୁହଁନ୍ତି, ସାତଜଣ ମରାଠି ହିରୋଙ୍କ କାହାଣୀ ପରଦାରେ ପ୍ରଦର୍ଶିତ ହେବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୨୦୨୩ ଦୀପାବଳିରେ ରିଲିଜ ହୋଇପାରେ,ହେଲେ ଏ ପର୍ଯ୍ଯନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ।


ଏହାବି ପଢନ୍ତୁ : Akshara Singh: ଅକ୍ସରା ହେଲେ ଆକ୍ରୋଶର ଶିକାର, ଜାଣନ୍ତୁ କ'ଣ ଥିଲା ପୁରା ଘଟଣା


ଯଦି ଆମେ ଅକ୍ଷୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲି(Rakul Preet Singh)ରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା ।  ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଅଛି ।  ସେ 'ସେଲଫି', ସୋରାରାଇ,ପୋଟରୁ ରିମେକ୍, ଓମାଇଗଡ ୨(OMG 2), ଜଲିଏଲଏଲବି ୩,ସ୍କାଏଫୋର୍ଟ, ଖେଲ ଖେଲ ମେଁ ଓ ହେରାଫେରି ୩ରେ ନଜର ଆସିବେ । ଚଳିତ ବର୍ଷ ତାଙ୍କ ଫିଲ୍ମ(Samrat Prithviraj) ସମ୍ରାଟ ପୃଥ୍ବୀରାଜ୍ ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୨ରେ ପରଦାକୁ ଆସିଥିଲା।  ଫିଲ୍ମର ବଜେଟ ୧୫୦ ୩୦୦ କୋଟି ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ୯୦.୩୨ କୋଟି ରୋଜଗାର କରିଥିଲା। ଫିଲ୍ମରେ ଅକ୍ଷୟଙ୍କ ସହ ନାୟିକା ଭୂମିକାରେ ନଜର ଆସିଥିଲେ ୨୦୧୭ର ମିସ୍ ୱାଲର୍ଡ ମାନୁସୀ ଚ୍ଛିଲ୍ଲର୍ (Manushi Chhillar) । ଯାହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥିଲା ।