Akshara Singh: ଅକ୍ସରା ହେଲେ ଆକ୍ରୋଶର ଶିକାର, ଜାଣନ୍ତୁ କ'ଣ ଥିଲା ପୁରା ଘଟଣା
Advertisement
Article Detail0/zeeodisha/odisha1423653

Akshara Singh: ଅକ୍ସରା ହେଲେ ଆକ୍ରୋଶର ଶିକାର, ଜାଣନ୍ତୁ କ'ଣ ଥିଲା ପୁରା ଘଟଣା

Akshara Singh: ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂହ ( akshara singh) । କିଛି ବିବାଦ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।

Akshara Singh: ଅକ୍ସରା ହେଲେ ଆକ୍ରୋଶର ଶିକାର, ଜାଣନ୍ତୁ କ'ଣ ଥିଲା ପୁରା ଘଟଣା

Akshara Singh: ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂହ ( akshara singh) । କିଛି ବିବାଦ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ନେଭାଦାରେ ଖେସାରି ଲାଲ ଯାଦବଙ୍କ ଷ୍ଟେଜ ଶୋ’ରେ ଉତ୍ତେଜନା ପରେ ଏବେ ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂହଙ୍କ ଷ୍ଟେଜ ଶୋ’ରେ ଏଭଳି କିଛି ଦେଖିବାକୁ ମିଳିଥିଲା। ଖବର ଅନୁଯାୟୀ ଅକ୍ସରା ସିଂହ ବଦଲାପୁର (badlapur) ମହୋତ୍ସବରେ ବହୁତ ବ୍ୟସ୍ତ ଥିଲେ। ଉତ୍ସବର ଦ୍ୱିତୀୟ ଦିନରେ ସେ ଅଭିନୟ କରିବାକୁ ପହଞ୍ଚିବା ମାତ୍ରେ ସେଠାରେ ଏକ ଉତ୍ତେଜନା ପ୍ରକାଶ ପାଇଥିଲା। 

ବଦଲାପୁର ମହୋତ୍ସବରେ ପରିଚାଳନା ତ୍ରୃତି : 
ଅକ୍ସରା ସିଂହ ଭୋଜପୁରୀର ପ୍ରମୁଖ ଅଭିନେତ୍ରୀ। କୁହାଯାଉଛି ଯେ, ବଦଲାପୁର ମହୋତ୍ସବରେ ଅକ୍ସରା ନୃତ୍ୟ ପରିବେଷଣ କରୁଥିଲେ । ଏହି ସମୟରେ ମଞ୍ଚ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନା ବଢି ଯିବାରୁ ଦର୍ଶକ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। କିଛି ଲୋକ ଅଭିନେତ୍ରୀଙ୍କ ଉପରେ ପେପର ମଧ୍ୟ ଫିଙ୍ଗିଥିଲେ।

ଏହାବି ପଢନ୍ତୁ : Amitabh Bachchan : ସୁନ୍ଦର ସ୍ବାସ୍ଥ୍ୟ ପାଇଁ ପ୍ରିୟଙ୍କୁ ଛାଡି ଦେଲେ ଅମିତାଭ,ଯୁବାବସ୍ଥାରେ କରୁଥିଲେ ପ୍ରେମ

ଏହାବି ପଢନ୍ତୁ : Himesh Reshammiya: ଏହି ଫିଲ୍ମ ପାଇଁ ଟ୍ରୋଲ ହେଲେ ହିମେଶ ରେଶମିଆ ,ଫ୍ୟାନ୍ସ କହିଲେ କିଛି ଏମିତି

ଅକ୍ସରା ସିଂହ ବାଧ୍ୟ ହୋଇ ମଞ୍ଚ ଛାଡିଲେ :

ମଞ୍ଚରେ ଦର୍ଶକଙ୍କ ଆକ୍ରୋଶର ଶୀକାର ହେବା ପରେ ଅକ୍ସରା ସିଂ ବାଧ୍ୟ ହୋଇ ମଞ୍ଚ ଛାଡିଥିଲେ। ତେବେ ଆମେ, ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଅକ୍ସରାଙ୍କ ବ୍ୟତିତ ହର ହର ଶମ୍ଭୁର ସମ୍ଭୁ ଫେମ୍ ଅଭିଲିପ୍ସା ପାଣ୍ଡେ ମଧ୍ୟ ବଦଲାପୁର ମହୋତ୍ସବରେ ଉପସ୍ଥିତ ଥିଲେ। ଉଭୟ ଅଭିନେତ୍ରୀ ମଞ୍ଚ ନିକଟରେ ହଙ୍ଗାମା ହେବା ପରେ ସେ ମଞ୍ଚ ଛାଡିଥିଲ। ଅକ୍ସରା ସିଂହ କେବେବି ଭାବି ନ ଥିଲେ ଯେ, ପ୍ରଶଂସକମାନେ ତାଙ୍କୁ ଏହିପରି ବ୍ୟବହାର କରିବେ। ସେ କ୍ରୋଧରେ ମଞ୍ଚ ଛାଡି ଦୌଡ଼ି ପଳାଇଲେ। ଏହି ଉତ୍ସବରେ ଅକ୍ଷରାଙ୍କ ବ୍ୟତୀତ ବିଜେପି ବିଧାୟକ ରମେଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଏସବୁ ପରେ ତାଙ୍କୁ ନିଜେ ମଞ୍ଚକୁ ଆସି କାର୍ଯ୍ୟକ୍ରମ ଶେଷ କରିବାକୁ ପଡିଥିଲା। 

ଏହାବି ପଢନ୍ତୁ : Janhvi Kapoor: ଜାହ୍ନବୀଙ୍କ ବେଡରୁମରେ କ'ଣ କରୁଥିଲେ ବାପା ବୋନି କପୁର, ଖୋଲିଲା ରାଜ୍

ଏହାବି ପଢନ୍ତୁ : Navya Naveli Nanda: ଅମିତାଭଙ୍କ ନାତୁଣୀଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତା, କହିଲେ ମନର କଥା

ଗତ କିଛି ଦିନ ପୂର୍ବରୁ ,ଭୋଜପୁରୀର ପ୍ରମୁଖ ଅଭିନେତ୍ରୀ ଅକ୍ସରା ସିଂହଙ୍କ, ଏମଏମଏସ ଭାଇରାଲ ହୋଇଥିଲା । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଯାହାକୁ ନେଇ ମୁହଁ ଖୋଲିଥିଲେ ଅଭିନେତ୍ରୀ।  ଅଭିନେତ୍ରୀ ନିଜ ପ୍ରତିକ୍ରିୟାରେ କହିଥିଲା ଯେ, ଆପଣ ଭିଡିଓରେ ଦେଖିଥିବା ଯୁବତୀ ଜଣକ ସେ ନୁହଁନ୍ତି ବୋଲି ସେ କହିଛନ୍ତି । ଆଉ ଏହି ଏମଏମଏସ ଲିକ ପଛରେ ଏକ ରାକେଟ କାମ କରୁଥିବା ସେ କହିଥିଲେ।