Alia Bhatt : ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ ହେଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ଆଲିଆ ଭଟ୍ଟ ଓ ରଣବୀର କପୁର ତାଙ୍କ ଫ୍ୟାନ୍ସଙ୍କୁ ଏକ ଗୁଡ ନ୍ୟୁଜ୍ ଦେଇଛନ୍ତି । ଆଲିଆ ଭଟ୍ଟ ମାଆ ହୋଇଛନ୍ତି । ସେ  ମୁମ୍ବାଇ ସ୍ଥିତ ଏନଏଚ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ(HN Reliance Foundation Hospital )ରେ ଆଜି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଡେଲିଭରି ପାଇଁ ଆଜି ସକାଳୁ ଆଲିଆ ଓ ରଣବୀର ଏନଏଚ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ପହଞ୍ଚି ଥିଲେ। ଡାକ୍ତରଙ୍କ ଦେଇଥିବା ଡେଟ ଅନୁସାରେ, ସେ ହସପିଟାଲରେ ପହଞ୍ଚିଥିଲେ। ଗତ କିଛି ଦିନ ତଳେ ଆଲିଆଙ୍କ ଗୋଧଭରାଇ ହୋଇଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଆଲିଆ :


ରଣବୀର କପୁର ଏବଂ ଆଲିଆ ଭଟ୍ଟ ଆଜି ନିଜ କୁନି ଅତିଥିଙ୍କୁ ସ୍ୱାଗତ କରିଛନ୍ତି। ଆଲିଆ ଏବଂ ରଣବୀର କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି ।  ଏହା ପୂର୍ବରୁ ଖବର ଆସିଥିଲା ଯେ, ନଭେମ୍ବରର ଶେଷ ସପ୍ତାହରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ସେ ମାଆ ହେବେ । ତେବେ ବର୍ତ୍ତମାନର ତାଜା ଅପଡେଟ ଅନୁସାରେ, ଆଲିଆ ଭଟ୍ଟ ତାଙ୍କ ପ୍ରସବ ପାଇଁ ସକାଳ ୭ଟା ୩୦ରେ ଏନଏଚ ରିଲାଏନ୍ସ ହସ୍ପିଟାଲରେ ପହଞ୍ଚିଥିଲେ।


ଏହାବି ପଢନ୍ତୁ : Shahrukh Khan: ପୁଣି ବଲିଉଡରେ ଚୋରି ଫିଲ୍ମ !


ଏହାବି ପଢନ୍ତୁ : Boycott Pathaan: ମାଲିକ ବଦଳିଲା ପରେ ବଦଳିଲା ନିୟମ, ଟ୍ବିଟରରେ ଟ୍ରେଣ୍ତ କରୁନି #BoycottPathaan


ଏହାବି ପଢନ୍ତୁ : Palak Muchhal Wedding: ପଲକ ମୁଚାଲଙ୍କ ବାଜିଲା ଶାହାନାଇ, କାହିଁକି ଏହି କଣ୍ଠଶିଳ୍ପୀଙ୍କୁ ଜୀବନ ସାଥି କଲେ ପଲକ ? ଜାଣନ୍ତୁ କାରଣ


ସୋସିଆଲ ମିଡିଆରେ ଏହି ଖବର ଦିଆଯାଇଥିଲା :


ବିବାହର ଦୁଇମାସ ପରେ ଆଲିଆ ଗର୍ଭବତୀ ହେବାର ଖବର ନିଜ ଫ୍ୟାନ୍ସଙ୍କୁ ଦେଇଥିଲେ। ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ। ଅଭିନେତ୍ରୀ ଜଣକ ଇନଷ୍ଟା ମାଧ୍ୟମରେ ଏହି ଖବର ଜଣାଇବା ସହ ଫଟୋ ସେୟାର କରିଥିଲେ। ସେବେଠାରୁ ପ୍ରଶଂସକମାନେ ବେଶ ଉତ୍ସାହର ସହିତ ଆଲିଆଙ୍କ ଗୁଡ ନ୍ୟୁଜକୁ ଅପେକ୍ଷା କରିଥିଲେ। ଏବେ ସମସ୍ତେ ଆଲିଆ ଏବଂ ରଣବୀରଙ୍କ ଶିଶୁର ପ୍ରଥମ ଫଟୋ ଦେଖିବାକୁ ଆଗ୍ରହୀ ଅଛନ୍ତି । 


ଚଳିତ ବର୍ଷ ଅପ୍ରିଲରେ ହୋଇଥିଲା ଆଲିଆ ରଣବୀରଙ୍କ ବିବାହ :


ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଚଳିତ ବର୍ଷ ଏପ୍ରିଲ ୧୪ରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ହୋଇଥିଲା।  ଏହି ଲବବାର୍ଡ, ପରପ୍ପରକୁ ୨୦୧୮ରୁ ଡେଟିଂ କରିବା ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ଥର ପାଇଁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସେଟରେ ଭେଟିଥିଲେ। ଚାରି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ କରିଥିଲେ।