K v singdeo statement: ଏନେଇ ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, କିଛି ଲୋକଙ୍କ ବେଆଇନ କାର୍ଯ୍ୟ ପାଇଁ ହାତୀ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟୁଛି। ସେମାନଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ବଦନାମ ହେଉଛି। ଏଣିକି ଏଭଳି ଲୋକଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଉପ-ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।
Trending Photos
ଭୁବନେଶ୍ଵର: ବାରହା ଶିକାରୀଙ୍କ ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଲୋକେ ବାଡ଼ରେ ବିଦ୍ୟୁତ୍ ତାର ବିଛାଉଥିବା ଏହି ତାର ସଂସ୍ପର୍ଶରେ ଆସି ହାତୀମାନଙ୍କର ମୃତ୍ୟୁ ହେଉଥିବା ନଜରକୁ ଆସୁଛି। ଆଜି ଏନେଇ ବିଧାନସଭାରେ କ୍ଷୋଭ ପ୍ରକାଶ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଆଜି ପ୍ରଶ୍ନକାଳରେ ଅତିରିକ୍ତ ପ୍ରଶ୍ନକର୍ତ୍ତା ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ଏପରି ବେଆଇନ କାର୍ଯ୍ୟ କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତ।
ଶ୍ରୀ ସିଂହଦେଓ କହିଛନ୍ତି ଯେ, ଯେଉଁ ଗାଁର ଲୋକେ ଏମିତି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସରକାର ଛାଡ଼ିବେ ନାହିଁ। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସେମାନଙ୍କ ଘରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଏନେଇ ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, କିଛି ଲୋକଙ୍କ ବେଆଇନ କାର୍ଯ୍ୟ ପାଇଁ ହାତୀ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟୁଛି। ସେମାନଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ବଦନାମ ହେଉଛି। ଏଣିକି ଏଭଳି ଲୋକଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଉପ-ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।