Pushpa Film: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଉତ୍କୃଷ୍ଟ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ପାଇଁ ପୂରା ଦେଶ ନୁହେଁ ବିଶ୍ୱରେ ବି ଜଣାଶୁଣା । ଚଳିତ ବର୍ଷ  ଏହି ଟ୍ୟାଲେଣ୍ଟଡ ଅଭିନେତା ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହିପରି ଭାବେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରଥମ ଜାତୀୟ ପୁରସ୍କାର ବିଜେତା ଅଭିନେତା ହୋଇଛନ୍ତି ଅଲ୍ଲୁ ଅର୍ଜୁନ। ଅଭିନେତା ଅଲ୍ଲୁ ଅର୍ଜୁନ ତାଙ୍କର ୨୦୨୧ର ଚଳଚ୍ଚିତ୍ର 'ପୁଷ୍ପା ଦି ରାଇଜ୍' ରେ ଜବରଦସ୍ତ ଅଭିନୟ କରିଥିଲେ। ଆଉ ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା । ଫିଲ୍ମ (Pushpa The Rise) ରେ ଅଲ୍ଲୁ ଅର୍ଜୁନଙ୍କ ସବୁଠାରୁ ନିକଟତମ ସାଙ୍ଗ ଜଗଦୀଶ ଅର୍ଥାତ୍ କେଶବାଙ୍କୁ ବେଲ୍ ରେ ଆଣିଛି ଫିଲ୍ମ ପୁଷ୍ପାର ପ୍ରଡ୍ୟୁସର । 


COMMERCIAL BREAK
SCROLL TO CONTINUE READING

କାରଣ ଜଗଦୀଶ ଅର୍ଥାତ କେଶବାଙ୍କ ଭୂମିକା ପୁଷ୍ପା ଦ ରାଇଜ୍ ରେ ଜବରଦସ୍ତ ଥିଲା ଏହାସହ ୨୦୨୪ ଅଗଷ୍ଟ ରିଲିଜ ହେବାକୁ ଥିବା ପୁଷ୍ପା ଦ ରୁଲରେ ବି ତାଙ୍କ ଭୂମିକା ରହିଛି। ଏହି କାରଣରୁ ତାଙ୍କୁ ବେଲ୍ ରେ ଆଣିଛି ପ୍ରଡକ୍ସନ ହାଉସ।  ବ୍ଲକବଷ୍ଟର ଫିଲ୍ମ'ପୁଷ୍ପା'ରେ(Pushpa Film Keshava) କେଶବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜଗଦୀଶ ପ୍ରତାପ ଭଣ୍ଡାରୀଙ୍କୁ ଜଣେ ମହିଳା ଜୁନିଅର କଳାକାରଙ୍କ ଆତ୍ମହତ୍ୟା ଘଟଣାରେ ଡିସେମ୍ବର ୭ ତାରିଖରେ ହାଇଦ୍ରାବାଦ ପୋଲିସ ଗିରଫ କରିଥିଲା। ଅଭିନେତା କଥିତ ଭାବେ ଜଣେ ବ୍ୟକ୍ତିଙ୍କ ସହ ଜୁନିଅର ମହିଳା କଳାକାରଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଧମକ ଦେଇଥିଲେ। ସେ ମଧ୍ୟ ଜୁନିୟର କଳାକାରଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ନଭେମ୍ବର ୨୯ ରେ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ରଶି ଲଗାଇ ସେହି ମହିଳା କଳାକାର ଜଣକ ଆତ୍ମହତ୍ୟା କରିଥିଲେ। 


ତେବେ ଜୁନିୟର ମହିଳା କଳାକାର ତାଙ୍କ ବାନ୍ଧବୀ (Jagdish Bhandari Girlfriend Death)  ବୋଲି ଚର୍ଚ୍ଚା ଜୋର ଧରିଥିଲା। ଜୁନିୟର ମହିଳା କଳାକାରଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପଞ୍ଜାଗୁଟା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଘଟଣାର ଅନୁସନ୍ଧାନ ପରେ ପୋଲିସ ଜଗଦୀଶ ଭଣ୍ଡାରୀଙ୍କୁ (Jagdish Bhandari Arrested)  ଗିରଫ କରି କୋର୍ଟରେ ହାଜର କରିଥିଲା ​​ଯେଉଁଠାରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଆରୋପୀ ଅଭିଯୁକ୍ତ ଭଣ୍ଡାରୀ ଉକ୍ତ ମହିଳାଙ୍କ ଫଟୋ (ତାଙ୍କ ଅଜାଣତେରେ) ଉଠାଇଥିଲେ। ତାଙ୍କ ବାନ୍ଧବୀ ଅର୍ଥାତ୍ ଉକ୍ତ ମହିଳା କଳାକାର ନଭେମ୍ବର ୨୭ରେ ଜଣେ ପୁରୁଷଙ୍କ ସହିତ ଥିଲେ । ଏହି ଘଟଣା ଜାଣିବା ପରେ ଜଗଦୀଶ ତାଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ପରେ ମହିଳା କଳାକାର ଜଣକ ନିଜ ଘରେ ଆତ୍ମହତ୍ୟା କରିଥିଲେ।


ଏହି ଘଟଣା ପରେ ଅଭିନେତା ଜଗଦୀଶ ଫେରାର ଥିଲେ । ହେଲେ ପୋଲିସ ବହୁ ଖୋଜାଖୋଜି କରିବା ପରେ ଡିସେମ୍ବର ୭ରେ ତାଙ୍କୁ ଗିରଫ କରିଥିଲା। ହେଲେ ଖବର ଅନୁଯାୟୀ, ପ୍ରଡ୍ୟୁସର ଜଗଦୀଶଙ୍କୁ ୧୫ ଲକ୍ଷ ଟଙ୍କାରେ ବେଲ୍ କରି ଫେରାଇ ଆଣିଛନ୍ତି । ଏହାର କାରଣ ଆଉ କିଛି ମାସ ପରେ ପୁଷ୍ପା ଦ ରୁଲ୍ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଜଗଦୀଶଙ୍କ ଭୂମିକା ଏଥିରେ ଗୁରୁତ୍ୱ ବହନ କରୁଛି । ତେଣୁ ତାଙ୍କୁ ରିପ୍ଲେସ କରିହେବନାହିଁ ଆଶଙ୍କା କରି ବେଲ୍ ରେ ଜଗଦୀଶଙ୍କୁ ପ୍ରଡ୍ୟୁସର ଆଣିଥିବା କିଛି ତେଲୁଗୁ ଚ୍ୟାନେଲରେ ପ୍ରକାଶ ପାଇଛି। ଅନ୍ୟପଟେ କିଛିଦିନ ତଳେ ଅଲ୍ଲୁ ଅର୍ଜୁନଙ୍କୁ(Allu Arjun) ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା। ଯେଉଁଠି ସେ ୧୦ କୋଟି ଅଫର ହୋଇଥିଲେ ମଧ୍ୟ ନିଶାଦ୍ରବ୍ୟ ବିଜ୍ଞାପନ କରିବାକୁ ମନା କରିଦେଇଥିଲେ। ଯାହାଫଳରେ ଫ୍ୟାନ୍ସ ମାନେ ଅଲ୍ଲୁଙ୍କ ଏଭଳି ନିଷ୍ପତ୍ତିକୁ ଖୁବ ପ୍ରଶଂସା କରିଛନ୍ତି। 


Also Read: 


Allu Arjun: ମନ ଜିଣିଲେ ଅଲ୍ଲୁ ଅର୍ଜୁନ, ମଦ ଓ ତମାଖୁ ବିଜ୍ଞାପନକୁ କଲେ ନା