Actor Allu Arjun : ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ (Actor Allu Arjun) । ଅଭିନୟରେ ଯେମିତି ଦର୍ଶକଙ୍କ ହୃଦୟ ଜିତିଛନ୍ତି ଠିକ୍ ସେମିତି ସୋସିଆଲ ମିଡିଆରେ ମଧ୍ୟ ସେ ଖୁବ୍ ଆକ୍ଟିଭ । ନିଜ ପରିବାର ସହ ସେ କିଛି ଖୁସିର ମୂହୁର୍ତ୍ତ ବିତାଇଛନ୍ତି । ଏନେଇ ଅଲ୍ଲୁ ଅର୍ଜୁନ ନିଜ ସୋସିଆଲ ମିଡିଆରେ ନିଜ ପରିବାର କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଫ୍ୟାନ୍ସଙ୍କ ଢେର ସାରା କମେଣ୍ଟ ଆସିଛି । ପ୍ରଥମ ଫଟେରେ ଦେଖିବାକୁ  ମିଳିଛି ଯେ,  ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ପରିବାରର ସଦସ୍ୟ ବସିଛନ୍ତି । ସୁକୁମାରଙ୍କ ଚଳଚ୍ଚିତ୍ରରେ ତାଙ୍କର ଉଲ୍ଲେଖନୀୟ ଅଭିନୟ ପାଇଁ  ଅଲୁ ଅର୍ଜୁନ ଅର୍ଜୁନ ଶ୍ରେଷ୍ଠ ଅଭିନେତା ଭାବରେ ସିମା (SIIMA) ପୁରସ୍କାର ଏବଂ ଫିଲ୍ମଫେୟାର ଆୱାର୍ଡ ସାଉଥ୍ ପାଇଥିଲେ । ଭାରତୀୟ ଚଳଚ୍ଚିତ୍ରରେ ଅବଦାନ ପାଇଁ  ଅଲ୍ଲୁ ଅର୍ଜୁନଙ୍କୁ (CNN) ସିଏନଏନ ଇଣ୍ଡିଆନ୍ ଅଫ୍ ଦି ଇୟର ଭାବରେ ସମ୍ମାନିତ କରାଯାଇଥିଲା ଏହି ବର୍ଷ ଅଭିନେତାଙ୍କ ପିତା, ଚଳଚ୍ଚିତ୍ର ନିର୍ମାତା ଆଲୁ ଅରବିନ୍ଦ ଫିଲ୍ମଫେୟାର ଆୱାର୍ଡ ସାଉଥରେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ । ତାଙ୍କ ଜେଜେବାପା ସ୍ୱର୍ଗତ ତେଲୁଗୁ ଅଭିନେତା ଅଲୁ ରାମଲିଙ୍ଗାଇୟାଙ୍କ ୯୯ ତମ ଜନ୍ମ ବାର୍ଷିକୀ ଅବସରରେ  ଅଲ୍ଲୁଙ୍କ ପରିବାର ସେମାନଙ୍କର ସ୍ୱପ୍ନର ପ୍ରୟାସ ଆଲୁ ଷ୍ଟୁଡିଓର ଉଦଘାଟନ କରିଥିଲେ। ସେହି ଦିନ ପରିବାର ଅଲ୍ଲୁ ରାମଲିଙ୍ଗାୟାଙ୍କ ଉପରେ ଆଧାରିତ ଏକ ପୁସ୍ତକ ପ୍ରକାଶ କରିଥିଲେ।ପରବର୍ତ୍ତୀ ଫଟୋରେ, ଅଲ୍ଲୁ ପରିବାର ଉତ୍ସବରେ ତାଙ୍କ ପତ୍ନୀ ସ୍ନେହା, ତାଙ୍କ ପିତାମାତା, ପିଲା ଏବଂ ଅନ୍ୟମାନେ ବଗିଚାରେ ବସିଛନ୍ତି । ଫଟୋଟି ସେୟାର କରି ସେ "ପାରିବାରିକ ଉତ୍ସବ" ଲେଖିଥିଲେ। 


COMMERCIAL BREAK
SCROLL TO CONTINUE READING

୨୦୨୧ ଡିସେମ୍ବର ୧୭ରେ ପରଦାକୁ ଆସିଥିଲା ଫିଲ୍ମ ପୁଷ୍ପା । ଫିଲ୍ମଟି ବକ୍ସ ଅଫିସରେ ହିଟ୍ କରିଥିବା ବେଳେ ମୁଭିଟି ୧୭୦ -୨୦୦ କୋଟି ବଜେଟରେ ନିର୍ମାଣ ହୋଇଥିଲା। ବକ୍ସ ଅଫିସରେ ୩୫୫ ରୁ ୩୬୫ କୋଟି ରୋଜଗାର କରିଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ରହିଥିଲେ ଅଲ୍ଲୁ ଅର୍ଜୁନ (Allu Arjun) ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା । ଫିଲ୍ମର ନିର୍ଦ୍ଦେଶକ ଥିଲେ ସୁକୁମାର । ଫିଲ୍ମ 'ପୁଷ୍ପା' ର କାହାଣୀ ଆନ୍ଧ୍ରପ୍ରଦେଶର ପାହାଡରେ ନାଲି ଚନ୍ଦନ ଚୋରା ଚାଲାଣ ଉପରେ ଆଧାରିତ । ଏଥିରେ ଅଲୁ ଅର୍ଜୁନ 'ପୁଷ୍ପା' ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଲୁ ଜଣେ ଚନ୍ଦନ ଚୋରା ଚାଲାଣକାରୀ ଭୂମିକାରେ ଅଭିନୟ କରିଥିଲେ।


ଏଭଳି ପଢନ୍ତୁ : Doctor G Box Office Day 1 Collection: ଜାଣନ୍ତୁ ପ୍ରଥମ ଦିନରେ କେତେ କୋଟି କଲେକସନ୍ କଲା ଫିଲ୍ମ


ତେବେ ଏ ଫିଲ୍ମର ଦ୍ବିତୀୟ ଭାଗ (Pushpa: The Rule -Part 2) ର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଲୋକମାନେ ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ, ଚଳିତ ବର୍ଷ ଡିସେମ୍ବରରେ ଫିଲ୍ମ ପୁଷ୍ପା ପାର୍ଟ ୨ (Pushpa: The Rule - Part 2) ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ, ପୁଷ୍ପା ପାର୍ଟ ଟୁ ମଧ୍ୟ ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି  ଫିଲ୍ମର ଷ୍ଟାର କାଷ୍ଟ । ବର୍ତ୍ତମାନ ଅଲ୍ଲୁଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି। ଏଏ୨୧ (AA21) ଓ (ICON) ଆଇକନ ଭଳି ଫିଲ୍ମରେ ନଜର ଆସିବେ ଅଲ୍ଲୁ । ଅଲ୍ଲୁଙ୍କୁ ଏ ଦୁଇଟି ଫିଲ୍ମରେ ଲିଡ ରୋଲରେ ଦେଖିବାକୁ ମିଳିବ ।