Doctor G Box Office Day 1 Collection: ଜାଣନ୍ତୁ ପ୍ରଥମ ଦିନରେ କେତେ କୋଟି କଲେକସନ୍ କଲା ଫିଲ୍ମ
Advertisement
Article Detail0/zeeodisha/odisha1396009

Doctor G Box Office Day 1 Collection: ଜାଣନ୍ତୁ ପ୍ରଥମ ଦିନରେ କେତେ କୋଟି କଲେକସନ୍ କଲା ଫିଲ୍ମ

Doctor G Box Office Day 1 Collection: ଆୟୁଷ୍ମାନ ଖୁରାନା ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ଡକ୍ଟର ଜି (Doctor G Movie ) । ଫିଲ୍ମଟି ଅକ୍ଟୋବର ୧୪ରେ  ରିଲିଜ ହୋଇଛି । 

ସୌଜନ୍ୟ : ସୋସିଆଲ ମିଡିଆ

Doctor G Box Office Day 1 Collection: ଆୟୁଷ୍ମାନ ଖୁରାନା ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ଡକ୍ଟର ଜି (Doctor G Movie ) । ଫିଲ୍ମଟି ଅକ୍ଟୋବର ୧୪ରେ  ରିଲିଜ ହୋଇଛି । ଫିଲ୍ମଟି ବକ୍ସ ଅଫିସରେ  ପ୍ରଥମ ଦିନରେ ପାଖାପାଖି ୩.୮୭ କୋଟି ଟଙ୍କା କଲେକସନ କରିଛି । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କୁ ଜଣେ ଗାଇନୋକୋଲିଜିଷ୍ଟ (gynaecologist )ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମକୁ ଅଧିକ ମାତ୍ରାରେ ଭଲପାଇବା ଦେବକୁ ରକୁଲ ଟୁଇଟ ଯୋଗ ନିଜ୍ ଫ୍ୟାନ୍ସକୁ କହିଛନ୍ତି। 

ତେବେ, ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ "ଏ" ଗ୍ରେଡର ସେନସେର ବୋର୍ଡ ଅଫ୍ ଫିଲ୍ମ ସାର୍ଟିପିକେଟ(Censor Board of Film Certification)ପାଇଛି । କମେଡି ଡ୍ରାମା ଭରା ଏ ଫିଲ୍ମଟିକୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ଆୟୁଷ୍ମାନ । ଆୟୁଷ୍ମାନ ଉଦୟଙ୍କ ଭୂମିକାରେ ନଜର ଆସିଛନ୍ତି। ଯେକି ଜଣେ ଅର୍ଥୋପେଡିକ୍ସରେ ବିଶେଷଜ୍ଞ ହେବାକୁ ଚାହାଁନ୍ତି କିନ୍ତୁ ସେ ସ୍ତ୍ରୀ ରୋଗ ବିଶେଷଜ୍ଞରେ ତାଙ୍କୁ ଦେଖିବାକୁ ମିଳେ । ପରବର୍ତ୍ତି ମୂହୁର୍ତ୍ତରେ କଣ ହୁଏ  । ତାହା ଆପଣଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ବର୍ତ୍ତମାନ, ଡାକ୍ତର ଜି ସିବିଏଫସିରୁ 'ଏ' ଏକ ସାର୍ଟିଫିକେଟ୍ ପାଇଛି । ଏହି ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକ ଅନୁଭୂତି କାଶ୍ୟପ ( Anubhuti Kashyap ) ଏକ ବିବୃତ୍ତିରେ କହିଛନ୍ତି, "ଡାକ୍ତର ଜି ଏକ କମେଡି ଡ୍ରାମା ଫିଲ୍ମ । ଏବଂ କିଭଳି ଏକ ସ୍ତ୍ରୀରୋଗ ବିଶେଷଜ୍ଞ ପୁରୁଷ ଡାକ୍ତର ତାର ଜୀବନରେ ସଂଘର୍ସ କରୁଛି । ତାହା ଏଥି୍ରେ ଦର୍ଶାଯାଇଛି । ଯେଉଁଥିରେ ଆୟୁଷ୍ମାନ ଡାକ୍ତର ଉଦୟ ଗୁପ୍ତାଙ୍କ ଭୂମିକାରେ ନଜର ଆସିବେ । ଏ ଫିଲ୍ମଟି ବିଶେଷ କରି ଯୁବବର୍ଗଙ୍କୁ ଅଧିକ ପସନ୍ଦ ଆସିବ ବୋଲି ସେ କହିଛନ୍ତି "। ଏ ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତିତ ରକୁଲ ପ୍ରୀତ ସିଂ, ସେଫାଲି ଶାହା ଓ ସେବା ଚଡ୍ଡା ମଧ୍ୟ ନଜର ଆସିବେ।  

ଏହାବି ପଢନ୍ତୁ : Tiger 3 Release Date: କାହିଁକି ବଦଳିଲା ‘ଟାଇଗର-୩’ ର ରିଲିଜ୍ ଡେଟ୍ ? ଜାଣନ୍ତୁ

ଯଦି ଆମେ ଆୟୁଷ୍ମାନ ଖୁରାନାଙ୍କ କାମର କଥା କହିବା ତେବେ ତାଙ୍କ ହାତରେ ଅନେକ ବର୍ତ୍ତମାନ ବଡ ପ୍ରୋଜେକ୍ଟ ରହିଛି ।  ଡ୍ରିମଗାର୍ଲ ୨ରେ ସେ ଅନନ୍ୟା ପାଣ୍ତଙ୍କ ସହ ନଜର ଆସିବେ । ଫିଲ୍ମଟି ଆସନ୍ତାବର୍ଷ ଜୁନ୍ ୨୯ରେ ପରଦାକୁ ଆସିବ। ସେହିପରି ଆନ ଆକ୍ସନ ହିରୋ ଫିଲ୍ମରେ ନଜର ଆସିବେ ସେ । ତାଙ୍କ ସହ ଜୟଦୀପ୍ ଆହାଲତ ମଧ୍ୟ ନଜର ଆସିବେ।  ଏହା ପୂର୍ବରୁ ବଧାଇ ହୋ, ବାଲା, ଗୁଲାବ ସୀତାବୋ , ଡ୍ରିମ୍ ଗାର୍ଲ ପାର୍ଟ ୧, ଅନେକ ଓ ଆର୍ଟିକିଲ୍ ୧୫ ଫିଲ୍ମରେ ମଧ୍ୟ ସେ ଚମକ୍କାର ଅଭିନୟ କରିଥିଲେ। ସେହିପରି ମ୍ୟାରି ପ୍ୟାରି ବିନ୍ଦୁ, ନୌଟଙ୍କି ଶାଲା, ଭିକି ଡୋନର ଓ ଶୁଭମଙ୍ଗଲ ସାବଧାନରେ ମଧ୍ୟ ସେ ଦମଦାର ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ ତୁମାରି ସଲୁ ମଧ୍ୟ ତାଙ୍କୁ ବେଶ ସଫଳତା ଦେଇଛି ।