ନୂଆଦିଲ୍ଲୀ: Amitabh Bachchan: କିଛି ବର୍ଷ ଧରି ଦର୍ଶକଙ୍କ ମୁଡରେ ଟିକେ ପରିବର୍ତ୍ତନ ଆସିଛି । ସେମାନେ ବଡ଼ ପରଦାରେ ଆଉ ତାରକାଙ୍କ ବଡ଼ ନାମ ଚାହୁଁନାହାଁନ୍ତି ବରଂ ସିନେମାଟିକ୍ ଅଭିଜ୍ଞତା ଚାହୁଁଛନ୍ତି । ଏକ ଭଲ କାହାଣୀ ଓ ଭଲ ଅଭିନୟ ଚାହୁଁଛନ୍ତି । ସେଥିପାଇଁ ଗତ କିଛି ବର୍ଷ ମଧ୍ୟରେ ତିନି ଖାନଙ୍କ ରଙ୍ଗ ଟିକେ ଫିକା ପଡ଼ିଯାଇଛି । ଇଣ୍ଡିଆ ଟୁଡେ ମ୍ୟାଗେଜିନର ନୂଆ ସର୍ଭେ 'ମୁଡ୍ ଅଫ୍ ଦି ନେସନ୍'ରେ ଯେତେବେଳେ ଲୋକଙ୍କୁ ପଚରାଯାଇଥିଲା ଯେ ଦେଶର ଏକ ନମ୍ବର ଅଭିନେତା କିଏ? ତ ପ୍ରଥମ ନମ୍ୱରରେ ଶାହାରୁଖ (Shah Rukh Khan)-ସଲମାନ (Salman Khan) ନୁହେଁ, ବରଂ ଅମିତାଭ ବଚ୍ଚନ (Amitabh Bachchan) ଙ୍କ ନାମ ଏକ ନମ୍ବରରେ ଆସିଛି । ନିମ୍ନରେ ଶ୍ରେଷ୍ଠ ପାଞ୍ଚ ତାରକାଙ୍କ ତାଲିକା ଦିଆଯାଇଛି । ଆପଣ ମଧ୍ୟ ପଢ଼ନ୍ତୁ କେଉଁ ଅଭିନେତାଙ୍କୁ କେତେ ପ୍ରତିଶତ ଭୋଟ୍ ମିଳିଛି ।


COMMERCIAL BREAK
SCROLL TO CONTINUE READING

୧. ଅମିତାଭ ବଚ୍ଚନ (Amitabh Bachchan)


ଏହି ସର୍ଭେରେ ଅମିତାଭ ବଚ୍ଚନ ୨୩ ପ୍ରତିଶତ ଭୋଟ୍ ପାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ତେବେ ଜାନୁଆରୀରେ ହୋଇଥିବା ସମାନ ସର୍ଭେରେ ସେ ୩୧ ପ୍ରତିଶତ ଭୋଟ୍ ପାଇଥିଲେ । ଅମିତାଭ ବଚ୍ଚନ ଖୁବ ଶୀଘ୍ର ରଣବୀର କପୁର-ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ ।


୨. ଶାହାରୁଖ ଖାନ (Shah Rukh Khan)


ଶାହାରୁଖ ଖାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଯିଏ ଗତ କିଛି ବର୍ଷ ଧରି ଫିଲ୍ମ ସ୍କ୍ରିନରୁ ଦୂରେଇ ଅଛନ୍ତି । ତାଙ୍କୁ ଶେଷ ଥର ପାଇଁ 'ଜିରୋ' ଫିଲ୍ମରେ ଦେଖିବାକୁ ମିଳିଥିଲା । ଯାହା ବକ୍ସ ଅଫିସରେ ଅତି ଖରାପ ଭାବେ ଫ୍ଲପ୍ ହୋଇଥିଲା । କିନ୍ତୁ ଚଳିତ ବର୍ଷ ସେ ତାଙ୍କର ତିନୋଟି ଚଳଚ୍ଚିତ୍ର ଘୋଷଣା କରିଛନ୍ତି । ଯାହାର ନାମ ହେଉଛି 'ଯୱାନ୍', 'ପଠାନ୍' ଏବଂ 'ଡଙ୍କି' । ଜାନୁଆରୀ ୨୦୨୨ରେ କରାଯାଇଥିବା ସମାନ ସର୍ଭେରେ ଶାହାରୁଖ ଖାନ ମାତ୍ର ପାଞ୍ଚ ପ୍ରତିଶତ ଭୋଟ୍ ପାଇଥିଲେ ।


୩. ଅକ୍ଷୟ କୁମାର (Akshay Kumar)


ଅକ୍ଷୟ କୁମାର ଗୋଟିଏ ବର୍ଷରେ ଚାରି-ପାଞ୍ଚଟି ଚଳଚ୍ଚିତ୍ର କରିବା ପାଇଁ ଜଣାଶୁଣା । ଚଳିତ ବର୍ଷ ତାଙ୍କର 'ବଚ୍ଚନ ପାଣ୍ଡେ', 'ସମ୍ରାଟ ପୃଥ୍ୱୀରାଜ' ଏବଂ 'ରକ୍ଷା ବନ୍ଧନ' ଭଳି ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଛି । ଏହି ତିନୋଟି ଚଳଚ୍ଚିତ୍ର ବିଶେଷ କିଛି ଭଲ ପ୍ରଦର୍ଶନ କରିପାରିନାହାଁନ୍ତି । କିନ୍ତୁ ଦର୍ଶକଙ୍କ ମଧ୍ୟରେ ଅକ୍ଷୟଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି । ସର୍ଭେରେ ୧୦ ପ୍ରତିଶତ ଭୋଟ୍ ପାଇ ସେ ତୃତୀୟ ସ୍ଥାନରେ ଅଛନ୍ତି ।


୪. ରଜନୀକାନ୍ତ (Rajinikanth)


ଓଲ୍ଡୋ ଇଜ୍ ଗୋଲ୍ଡ । ଏହି ଫର୍ମୂଲାରେ ରଜନୀକାନ୍ତ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଜାନୁଆରୀରେ ସେ ମାତ୍ର ୪ ପ୍ରତିଶତ ଭୋଟ୍ ପାଇଥିଲେ । ଯାହା ଅଗଷ୍ଟରେ ନଅ ପ୍ରତିଶତକୁ ବୃଦ୍ଧି ପାଇଛି । ରଜନୀକାନ୍ତ ଆଜିକାଲି ତାଙ୍କ ଫିଲ୍ମ 'ଜେଲର' ରେ କାମ କରୁଛନ୍ତି । ଯେଉଁଥିରେ ତାଙ୍କର ଅପୋଜିଟିରେ ରାମିଆ କୃଷ୍ଣନ୍ ଦେଖିବାକୁ ମିଳିବ ।


ଏହା ବି ପଢ଼ନ୍ତୁ:-ଶକ୍ତି ପ୍ରଦର୍ଶନ ପୂର୍ବରୁ ଜେଡିୟୁରେ ବିଦ୍ରୋହ! ଦଳର ବିଧାୟକ ମନ୍ତ୍ରୀଙ୍କ ବିରୋଧୀରେ ଆଣିଲେ ଦାଦାବଟି ଆଦାୟ ଓ ହତ୍ୟା ପରି ଗୁରୁତର ଅଭିଯୋଗ


ଏହା ବି ପଢ଼ନ୍ତୁ:-ପତଞ୍ଜଳି ଗାଈ ଘିଅର ନମୁନା ପରୀକ୍ଷଣରେ ଫେଲ୍; ଲାବୋରେଟୋରୀ ରିପୋର୍ଟରେ କୁହାଯାଇଛି ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ


ଏହା ବି ପଢ଼ନ୍ତୁ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଆଶ୍ୱସ୍ତ; ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ କେତେ ହଜାର ପଦ ଭରିବେ ସରକାର


୫. ସଲମାନ ଖାନ (Salman Khan)


ସଲମାନ ଖାନଙ୍କୁ ଜାନୁଆରୀ ସର୍ଭେରେ ଯେମିକି ଭୋଟ ମିଳିଥିଲା, ସେତିକି ଭୋଟ ଅଗଷ୍ଟରେ ମିଳିଛି । ସଲମାନ ଖାନଙ୍କୁ ୭ ପ୍ରତିଶତ ଭୋଟ ମିଳିଛି । ସଲମାନ ଖାନ ଖୁବ୍ ଶୀଘ୍ର 'କଭି ଇଦ୍ କଭି ଦିୱାଲି' ଓ 'ଟାଇଗର ୩' ରେ ନଜର ଆସିବେ । କିଛି ଦିନ ପୂର୍ବରୁ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଯାହା ପରେ ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇଛି ।