Amitabh Bachchan News in Odia: ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ (Amitabh Bachchan) । ଦମଦାର ଅଭିନୟ ତାଙ୍କୁ ଦେଇଛି ନୂଆ ପରିଚୟ । ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନାହାଁନ୍ତି । ଅଭିନୟକୁ ଭଲ ପାଉଥିବା ଅମିତାଭ ବହୁତ ସମୟାନୁବର୍ତ୍ତୀ ।  ଯେ କୌଣସି ସ୍ଥାନକୁ କେବେ ବିଳମ୍ବରେ ପହଞ୍ଚି ନଥାନ୍ତି ସେ ।  ସେ ସୁଟିଂ ସେଟ ହେଉ କି କୈଣସି ଫଙ୍କସନ୍  । ସମୟ ପୂର୍ବରୁ ଠିକଣା ସ୍ଥାନରେ ସେ ପହଞ୍ଚି ଯାଇଥାନ୍ତି। ନିକଟରେ ଅମିତାଭ(Amitabh Bachchan)  ତାଙ୍କ ସୁଟିଂ ପାଇଁ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଆଉ ସେଥିପାଇଁ ଅମିତାଭଙ୍କୁ ଅଟକିବାକୁ ପଡ଼ିଥିଲା। ଟ୍ରାଫିକ୍ ଜାମ୍ ଥିବାରୁ ତାଙ୍କର କାର ଆଗକୁ ଯାଇ ପାରି ନଥିଲା । ଫଳରେ ସେ ଜଣେ ଯୁବକଙ୍କୁ ସାହାର୍ଯ୍ୟ ମାଗିଥିଲେ ତାଙ୍କୁ ସୁଟିଂ ସେଟକୁ ପହଞ୍ଚାଇବା ପାଇଁ । ଫଳରେ ଯୁବକ ଜଣକ ଅମିତାଭଙ୍କ (Amitabh) ଅନୁରୋଧ ରଖି ତାଙ୍କୁ ଭିଡ଼ ଭିତରୁ ନେଇ ସୁଟିଂ ସେଟରେ ପହଞ୍ଚାଇ ଦେଇଥିଲେ । ଫଳରେ ବିଗ୍ ବି ତାଙ୍କ  ଇନଷ୍ଟାରେ ଯୁବକଙ୍କ ଏକ ଫଟୋ ସେୟାର କରି ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ (Amitabh Bachchan upcoming films)'ପ୍ରୋଜେକ୍ଟ କେ'ର (Project K) ସୁଟିଂ ଚାଲିଛି । ଏ-ହି ସୁଟିଂ ପାଇଁ ବିଗବି ନିଜ ଘରୁ କାର ଯୋଗେ ବାହାରି ଥିଲେ। ହେଲେ ଦୁଭାଗ୍ୟବସତଃ ସେ ମୁମ୍ବାଇର ଟ୍ରାଫିକରେ ଫସି ଯାଇଥିଲେ। ଟ୍ରାଫିକ୍ ଏତେ ଲମ୍ବା ଥିଲା ଯେ,ସୁଟିଂ ସେଟରେ ପହଞ୍ଚିବାକୁ ପ୍ରାୟତଃ ତାଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗି ଥାନ୍ତି । ଏହା ଅନୁଭବ କରି ଅମିତାଭ ତାଙ୍କ କାର ସାଇଟରେ ବାଇକ୍ ଧରି ଠିଆ ହୋଇଥିବା  ଜଣେ ଯୁବକଙ୍କୁ ଲିପ୍ଟ ପାଇଁ ସାହାର୍ଯ୍ୟ ମାଗିଥିଲେ। ପରେ  ଯୁବକ ଜଣକ ତାଙ୍କୁ ବିନମ୍ର ସହକାରେ ସାହାର୍ଯ୍ୟ ପାଇଁ ହଁ ମାରିଥିଲେ। ଏବଂ ଯୁବକ ଜଣକ ଅମିତାଭଙ୍କୁ ନେଇ ସମୟ ପୂର୍ବରୁ ସୁଟିଂ ସେଟରେ ପହଞ୍ଚାଇ ଦେଇଥିଲେ। ପରେ ସେ ଯୁବକଙ୍କୁ ଧନ୍ୟବାଦ କହିଥିଲେ । ପରେ ବିଗ୍‌-ବି ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନ୍‌ରେ ଯୁବକ ଜଣକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫଟୋରେ ଅମିତାଭ୍‌ ବାଇକ୍‌ ପଛରେ ବସିଥିବା ଦେଖିବାକୁ ମିଳିଛନ୍ତି । 'ଧନ୍ୟବାଦ, ମୁଁ ତୁମକୁ ଜାଣିନାହିଁ, କିନ୍ତୁ ତୁମେ ମୋତେ ସାହାର୍ଯ୍ୟ କରିଛ, ମୋତେ ମୋ  ସୁଟିଂ ସେଟରେ ଠିକ୍ ସମୟରେ ପହଞ୍ଚାଇ ଥିବାରୁ,ଥ୍ୟାଙ୍କୁୟୁ,ହଳଦିଆ ଟି-ସାର୍ଟ ମାଲିକ । 


 



ଏହାବି ପଢନ୍ତୁ : DJ Azex Death Case: ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ବିଷ୍ଟ, ଫୋନରୁ କିଭଳି ଡିଲିଟ୍ ହେଲା ଚାର୍ଟ ଆଉ...!


ଏହାବି ପଢନ୍ତୁ : ଅସହାୟଙ୍କୁ ସାହା ହେଉଛନ୍ତି ଦରଦୀ ସାଂସଦ ଅନୁଭବ ମହାନ୍ତି


'୭ ମାର୍ଚ୍ଚରେ ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ହାଇଦ୍ରାବାଦରେ ଆହତ ହୋଇଥିଲେ ଅମିତାଭ୍ । ତାଙ୍କ ଗୋଡ ଓ ପଞ୍ଜିରାରେ ଗଭୀର ଆଘାତ ଲାଗିଥିଲା । ଫଳରେ ସେ ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ବିଗ୍-ବି ମୁମ୍ବାଇ ଫେରିଥିଲେ । ଚିକିତ୍ସା ପର ଦିର୍ଘ  ଦେଢମାସ ପରେ ସେ ସେଟକୁ ଫେରିଥିଲେ। ଯଦି ଆମେ ଫିଲ୍ମ ‘ପ୍ରୋଜେକ୍ଟ-କେ’(Project K) ବିଷୟରେ କଥା ହେବା । ତେବେ, ଏହା ଏକ ବଡ ବଜେଟ ଫିଲ୍ମ । ଏହି ଫିଲ୍ମର ଲିଡ୍ ରୋଲରେ ସାଉଥ୍ ଷ୍ଟାର୍ ପ୍ରଭାସ୍, ଅମିତାଭ୍ ବଚ୍ଚନ, ଦୀପିକା ପାଦୁକୋନ ଓ ଦିଶା ପାଟାନିଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଆସନ୍ତା ବର୍ଷ ଜାନୁଆରୀ ୧୨ରେ ରିଲିଜ୍ ହେବ ବୋଲି ଜଣାପଡିଛି । ଏହି ଫିଲ୍ମ ବାହୁବଳୀ ପରି ହିଟ୍ ହେବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି।