DJ Azex Death Case: ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ବିଷ୍ଟ, ଫୋନରୁ କିଭଳି ଡିଲିଟ୍ ହେଲା ଚାର୍ଟ ଆଉ...!
Advertisement
Article Detail0/zeeodisha/odisha1696902

DJ Azex Death Case: ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ବିଷ୍ଟ, ଫୋନରୁ କିଭଳି ଡିଲିଟ୍ ହେଲା ଚାର୍ଟ ଆଉ...!

DJ Azex Sucide Case News In Odia: ଡିଜେ ଆଜେକ୍ସ ମୃତ୍ୟୁ ମାମଲା (DJ Azex Death Case)। ଏହି ଘଟଣାକୁ ତିନି ମାସ ବିତି ଯାଇଥିଲେ ବି ଏବେବି ସସପେନ୍ସ ଘେରରେ ତାଙ୍କର ମୃତ୍ୟୁ । ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ଆସିଛି ଏକ ନୂଆ ଟ୍ବିଷ୍ଟ । ପୋଲିସ୍ ପାଖରେ ଥିବା ଆଜେକ୍ସଙ୍କ ମୋବାଇଲରୁ ଅନେକ ଫଟୋ, ଭିଡିଓ ଓ ଚାର୍ଟ ଡିଲିଟ ହୋଇଥିବା ଅଭିଯୋଗ ହୋଇଛି । ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

DJ Azex Sucide Case News In Odia: ଡିଜେ ଆଜେକ୍ସ ମୃତ୍ୟୁ  ମାମଲା (DJ Azex Death Case)। ଏହି ଘଟଣାକୁ ତିନି ମାସ ବିତି ଯାଇଥିଲେ ବି  ଏବେବି ସସପେନ୍ସ ଘେରରେ ତାଙ୍କର ମୃତ୍ୟୁ । ଏହି ଘଟଣାର ପୋଲିସ୍ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନି। ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ (DJ Azex Death Case)ପରିବାର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି । ପୋଲିସ୍ ମଧ୍ୟ ଘଟଣାର ଛାନଭିନ୍ ଜାରି ରଖିଛି । ତଦନ୍ତକୁ ଆଗକୁ ବଢାଇବାକୁ ପୋଲିସ୍  ଡିଜେ ଆଜେକ୍ସଙ୍କ ମୋବାଇଲ୍ ଫୋନ୍(Mobile Phone) ମଧ୍ୟ ନେଇଥିଲା। ତଦନ୍ତ ପରେ ପରିବାର ଲୋକଙ୍କୁ ଆଜେକ୍ସଙ୍କ ମୋବାଇଲ ହସ୍ତାନ୍ତର କରିଛି ପୋଲିସ । କିନ୍ତୁ ଆଜେକ୍ସଙ୍କ ମୋବାଇଲରୁ ଅନେକ ଫଟୋ, ଭିଡିଓ ଓ ଚାର୍ଟ ଡିଲିଟ ହୋଇଥିବା ଅଭିଯୋଗ କରିଛନ୍ତି ଆଜେକ୍ସଙ୍କ ବାପା ଓ ମାଆ (DJ Azex Death Family)। ଏନେଇ ଆଜେକ୍ସଙ୍କ ବାପା ଓ ମାଆ ଆଜି ଖାରବେଳ ନଗର ଥାନାକୁ ଯାଇ ଏହି ଅଭିଯୋଗ ଆଣିଛନ୍ତି । କିଏ ଓ କାହିଁକି ଡିଲିଟ କଲା ବୋଲି ପୋଲିସକୁ ପଚାରିବାକୁ ଥାନାକୁ ଯାଇଥିଲେ । କିନ୍ତୁ ଥାନାରୁ ସେଭଳି କିଛି ସନ୍ତୋଷ ଜନକ ଉତ୍ତର ପାଇ ନଥିଲେ ଉଭୟେ । 

ଡିଜେ ଆଜେକ୍ସଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି । ସେନେଇ ଖୋଳତାଡ କରୁଛି ପୋଲିସ । ଏହି ଘଟଣାରେ ଦୁଇ ଜଣଙ୍କ ନାଁରେ ଖାରବେଳନଗର ଥାନା ପୋଲିସ(Police) ମାମଲା ରୁଜୁ କରିଛି। ଡିଜେ ଆଜେକ୍ସଙ୍କ (DJ Azex girlfriend)ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଆଇପିସିର ଧାରା ୩୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।  ଡିଜେ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କର ବନ୍ଧୁଙ୍କୁ ଥାନାକୁ ଡାକି ବୟାନ ରେକର୍ଡ ମଧ୍ୟ କରାଯାଇଛି । ତେବେ,‘ଡିଜେ ଆଜେକ୍ସ’ଙ୍କ ମୃତ୍ୟୁରେ ତାଙ୍କ ପ୍ରେମିକା(DJ Azex girlfriend) ଓ ବନ୍ଧୁଙ୍କ ହାତ ଥିବା  ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ଦୁହେଁ ମିଶି ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ଥାନାରେ ଅଭିଯୋଗ କରିଛନ୍ତି।  ସେପଟେ, ଏତେ ସବୁ ପ୍ରମାଣ ଥାଇ ମଧ୍ୟ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ କାହିଁକି ଗିରଫ କରିନି ବୋଲି ସେ ପ୍ରଶ୍ନ କରିଛନ୍ତି ।

Also Read: Brahmapur News: ନୂଆ ଜୀବନ ଦେଲେ MKCG ଡାକ୍ତର, ଯୁବକଙ୍କ ମଳଦ୍ୱାରରେ ଦୁବୃର୍ତ୍ତ ପୁରାଇ ଦେଇଥିଲେ ପାଇପ୍

Also Read: Road Accident: ଦିଅଁ ଦର୍ଶନ କରି ଘରକୁ ଫେରୁଥିଲେ ପରିବାର, ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳର ୬ ମୃତ

 

ସୂଚନା ଅନୁସାରେ, ମାର୍ଚ୍ଚ ୧୮ ତାରିଖରେ, ଖାରବେଳେ ନଗର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଶେଷଥର ପାଇଁ ସେ ସେହିଦିନ ସନ୍ଧ୍ୟା ସାଢ଼େ ୬ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବା ପରେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାରଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସବୁବେଳେ ବିନାଦାସ ଏବଂ ଖୁସି ମିଜାଜରେ ରହୁଥିବା ଡିଜେ ଆଜେକ୍ସ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ? ମାନସିକ ଚାପ ନା ପ୍ରେମଜନିତ ବ୍ୟାପରକୁ ଆଜେକ୍ସ ଏଭଳି ପଦକ୍ଷେପ ନେଇଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କିମାରୁଛି।

ଆଜେକ୍ସଙ୍କ ମୃତ୍ୟୁ ପରେ ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କର ଅଡିଓ ଘୁରିବୁଲୁଥିଲା । ଏହି ଅଡିଓରେ ଆଜେକ୍ସ ନିଜ ମନକଥା କହୁଥିବା ଶୁଣିବାକୁ ମିଳୁଛି। ଏହି ଅଡିଓରେ ସେ ବାରମ୍ବାର ଜିଜ୍ଞାସା ଏବଂ ରଶ୍ମିଙ୍କ ନାଁ ନେଉଛନ୍ତି। “ଗୋଟେ କଥା କହିବି,  ତମେ କହିଥିଲ ନା ସନ ରାଇଜ ହେବ ସନସେଟ ହେବ, ହେଲେ ତୁମକୁ ଜିଜ୍ଞାସା ଆଉ ମିଳିବନି। ଜିଜ୍ଞାସା ତ ରଶ୍ମିର, ସେ ତ ମୂଳରୁ ହିଁ ରଶ୍ମିର ଥିଲା, ଗୋଟେ କଥା ମନେ ରଖ, ଯେତେ ବି ସନ ସେଟ ହେଉ କି ସନରାଇଜ ହେଉ ତମକୁ ଆଉ  ଡିଜେ ଆଜେକ୍ସ ମିଳିବନି, ତମ ପାଣ୍ଡା, ପାଣ୍ଡୁ, ଖଡ଼ୁସ, କଞ୍ଜୁସ ଆଜେକ୍ସକୁ ଆଉ ଦେଖିବାକୁ ପାଇବନି। ୟୋର ଖଡ଼ୁସ ଇଜ ଡେଡ, ମନେ ରଖ। ଯେତେ ଖୋଜିଲେ ବି ଏ କଂଜୁସ ଖଡ଼ୁସକୁ ଆଉ ଦେଖିବାକୁ ପାଇବନି। କେବଳ ମୋ ଫଟୋକୁ ହିଁ ଦେଖୁଥିବ। ଆଇ ଲଭ୍ ୟୁ।” ଏମିତି ଅନେକ କିଛି ଆଜେକ୍ସଙ୍କ କୋହଭରା କଣ୍ଠରେ ଶୁଣିବାକୁ ମିଳିଛି।