Amitabh Bachchan First Love: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡରେ ସେ ସକ୍ରିୟ ରହିଛନ୍ତି । ଅମିତାଭ ବଚ୍ଚନଙ୍କ କ୍ୟାରିଅର୍ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ଫିଲ୍ମରୁ ଆରମ୍ଭ ହୋଇଥିଲା ।  ବହୁ ଉତଥାନ ଓ ପତ୍ତନ ନେଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି ଅମିତାଭ । କିଏ କହେ ତାଙ୍କୁ ଅଲ୍‌ ଟାଇମ୍‌ ଏଙ୍ଗ୍ରି ମ୍ୟାନ୍‌ ତ କେହି କେହି କୁହନ୍ତି ବଲିଉଡ୍‌ ଶେହେନସା । ହେଲେ  ଆମେ ଆଜି ଅମିତାଭଙ୍କ ବିଷୟରେ ଏପରି କିଛି କହିବୁ, ଏହି ଘଟଣା ବିଷୟରେ ଅଧିକାଂଶ ଲୋକେ ଜାଣି ନଥିବେ । ବଲିଉଡକୁ ଆସିବା ପୂର୍ବରୁ  ଅମିତାଭ ବଚ୍ଚନ ଚାକିରି ଖୋଜିବା ପାଇଁ ୧୯୬୩ ମସିହାରେ କୋଲକାତାରେ ପହଞ୍ଚିଥିଲେ। ଏଠାରେ ଅମିତାଭ ଏକ ମଦ କମ୍ପାନୀ (liquor company Shaw Wallace) ସା ୱାଲେସରେ ପ୍ରଥମେ ଚାକିରି ପାଇଥିଲେ। 


COMMERCIAL BREAK
SCROLL TO CONTINUE READING

ଏହି ଝିଅକୁ ବିଗ ବି ମନ ଦେଇଥିଲ :
କିଛି ଦିନ ପାଇଁ ଏକ ମଦ କମ୍ପାନୀରେ କାମ କରିବା ପରେ ଅମିତାଭ ବଚ୍ଚନ ସିପିଂ ଫାର୍ମ 'ବାର୍ଡ ଆଣ୍ଡ କୋ'(shipping firm 'Bird & Co) ରେ ଚାକିରି ପାଇଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଅମିତାଭ ବଚ୍ଚନ କୋଲକାତାରେ କାମ କରୁଥିବାବେଳେ ମହାରାଷ୍ଟ୍ରର ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ। ଅମିତାଭ ବଚ୍ଚନ ମଧ୍ୟ ଏହି ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏପରିକି ସେହି ଯୁବତୀଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। କିନ୍ତୁ ଯୁବତୀ ଜଣକ ବିବାହ ପ୍ରସ୍ତାବକୁ ଏଡାଇ ଦେଇଥିଲା।  ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ,  ତେବେ ଏହି ଘଟଣା ଅମିତାଭଙ୍କୁ ଏତେ ଦୁଃଖ ଦେଇଥିଲା ଯେ, ସେ କୋଲକାତା ଛାଡି ସିଧା ମୁମ୍ବାଇ ଆସିଥିଲେ। ଅମିତାଭ ମୁମ୍ବାଇ ଆସିବା ପରେ ବଲିଉଡରେ ପାଦ ଥାପିଥିଲେ । ତେବେ, ସେହି ସମୟରୁ  ବଲିଉଡରେ ତାଙ୍କର ସଂଘର୍ଷର ଜୀବନ ଆରମ୍ଭ ହୋଇଥିଲା  । ୧୯୬୯ ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ତାପରେ ୨-୩ ଫ୍ଲପ୍‌ ସିନେମାରେ ନଜର ଆସିଥିଲେ । କାମ ପାଇ ନଥିଲେ ଅମିତାଭ । ଯେତେବେଳେ ବୟସ ୩୦ ହୋଇଥିଲା ସେତେବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍‌ ହୋଇଥିଲା ମାତ୍ର ୨ଟି। ଗୋଟିଏ ବମ୍ବେ ଟୁ ଗୋଆ ଓ ଅନ୍ୟଟି ଆନନ୍ଦ । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ ।


Also Read : 2023 Upcoming Films: ପରଦାରେ ଟଲିଉଡକୁ ଟକ୍କର ଦେବ ବଲିଉଡର ଏହି ସବୁ ଫିଲ୍ମ, ଦେଖନ୍ତୁ ତାଲିକା


୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍‌ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍‌ ଥ୍ରୀଲର୍‌ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍‌ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍‌ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାଁନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ । ବିଗଙ୍କ କ୍ୟାରିୟରକୁ ଆଉ ପାଦେ ଆଗକୁ ନେଇଥିଲା ଫିଲ୍ମ ଦିଓ୍ଵାର । ସେଥିରେ ଅମିତାଭଙ୍କ ଆକ୍ସନ ଓ ଦମଦାର ଡାଏଲଗ୍‌ ଆଜି ବି ଦର୍ଶକଙ୍କ ହୃଦୟରେ ତାଜା ରହିଛି । ଅମର ଆକବର ଆନ୍ଥୋନୀ ତାଙ୍କ କ୍ୟାରିୟରର ଅନ୍ୟତମ ସୁପର ହିଟ୍‌ ଫିଲ୍ମ । ଦମଦାର ଅଭିନୟ ପାଇଁ ପ୍ରଥମ ଥର ଫିଲ୍ମ ଫେୟାର ଆଓ୍ଵାର୍ଡ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।