2023 Upcoming Films: ପରଦାରେ ଟଲିଉଡକୁ ଟକ୍କର ଦେବ ବଲିଉଡର ଏହି ସବୁ ଫିଲ୍ମ, ଦେଖନ୍ତୁ ତାଲିକା
Advertisement

2023 Upcoming Films: ପରଦାରେ ଟଲିଉଡକୁ ଟକ୍କର ଦେବ ବଲିଉଡର ଏହି ସବୁ ଫିଲ୍ମ, ଦେଖନ୍ତୁ ତାଲିକା

The Upcoming Films On Top Actors: ୨୦୨୨ ବଲିଉଡର କିଛି ସୁପରଷ୍ଟାରଙ୍କ ପାଇଁ ସେତେ କିଛି ଖାସ୍ ନଥିଲା। କାହିଁକିନା ଗତବର୍ଷ ଖିଲାଡି କୁମାର ,ହ୍ରିତିକ ରୋଶନଙ୍କ ପରି ବଡ ତାରକାଙ୍କ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିବା ବେଳେ ଚଳିତ ବର୍ଷ ଏହି ସୁପରଷ୍ଟାରଙ୍କର କିଛି ବଡ ପ୍ରୋଜେକ୍ଟ ଅର୍ଥାତ ଫିଲ୍ମ ରିଲିଜ୍ ହେବ । ବର୍ତ୍ତମାନ ଏହି ଭେଟେରାନ୍ ତାରକାମାନେ ଚଳିତ ବର୍ଷ ବଡ ପରଦାରେ ଧମାକା ମଚେଇବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ବର୍ଷ ଏହି ଅଭିନେତାଙ୍କର ଆଗାମୀ ଫିଲ୍ମ ବକ୍ସ ଅଫିସରେ ହିଟ ହେବା ସହ କୋଟି କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା ରଖିଛନ୍ତି ।

ଶାହରୁଖ ଖାନ: ଏହି ବର୍ଷ ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ୍' ରିଲିଜ୍ ହେବ । ଚଳିତ ମାସ ୨୫ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ । ଯାହାକୁ କିଙ୍ଗ ଖାନଙ୍କ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।  ମଙ୍ଗଳବାର ୟଶରାଜ ଅଫିସିଆଲ ପେଜ୍‌ରେ ‘ପଠାନ୍‌’ର ଟ୍ରେଲର ରିଲିଜ୍‌ ହେବା ମାତ୍ରେ ପ୍ରଶଂସକଙ୍କ ଉତ୍କଣ୍ଠା ଦୁଇ ଗୁଣା ବୃଦ୍ଧି ପାଇଛି। ଟ୍ରେଲରରେ କେବର ଶାହରୁଖ ନୁହେଁ ବରଂ ଦୀପିକା ପାଦୁକୋନ, ଜନ୍‌ ଆବ୍ରାହମ୍‌ ଓ ଡିମ୍ପଲ କପାଡ଼ିଆ ମଧ୍ୟ ନଜର ଆସିଛନ୍ତି। ଏହାସହ ଶାହରୁଖଙ୍କ ଆଉ ଦୁଇଟି ଫିଲ୍ମ 'ଡଙ୍କି' (Danki)' ଓ 'ଯଓ୍ବାନ'(Jawan) ମଧ୍ୟ ପରଦାକୁ ଆସିବ ।

ଅକ୍ଷୟ କୁମାର: ଯଦି ଆମେ ଦେଖିବା ୨୦୨୨ ଖିଲାଡି କୁମାରଙ୍କ ପାଇଁ ବିଶେଷ ଖାସ୍ ନ ଥିଲା । ଗତ ବର୍ଷ ଅଭିନେତାଙ୍କ ରାମସେତୁ ଠାରୁ ଆରମ୍ଭ କରି କଟପୁତଲି ଓ ରକସା ବନ୍ଦନ ଭଳି  ଫିଲ୍ମ ଗୁଡିକ ବକ୍ସ ଅଫିସରେ ସୁପର ଫ୍ଲପ୍ ହୋଇଥିଲା । ତେବେ,ଚଳିତ ବର୍ଷ ଅଭିନେତାଙ୍କ ଫିଲ୍ମ  'ବାଡେ ମିଆଁ ଛୋଟେ ମିଆଁ' ପରଦାକୁ ଆସିବ । 

ଅଜୟ ଦେବଗନ୍ : ୨୦୨୨ରେ ଅଜୟ ଦେବଗନ ବହୁ ପ୍ରତିକ୍ଷିତ ଫିଲ୍ମ 'ଦୃଶ୍ୟମ ୨' ରିଲିଜ୍ ହୋଇଥିଲା । ଯାହାକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥିଲେ। ୨୦୨୩ ରେ ପୁଣି ଥରେ ଦର୍ଶକଙ୍କ ହୃଦୟ ଜିତିବେ ଅଜୟ । କାହିଁକିନା ଚଳିତ ବର୍ଷ 'ରେଡ୍ ୨'ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଜୟ । 

ରଣବୀର କପୁର: ୨୦୨୨ ରଣବୀର କପୁରଙ୍କ ପାଇଁ ସେତେଟା ଖାସ୍ ନ ଥିଲା। କିନ୍ତୁ ଅଭିନେତା ଆଗାମୀ ଚଳଚ୍ଚିତ୍ର 'ଆନିମଲ' ୧୧ ଅଗଷ୍ଟରେ ରିଲିଜ୍  ହେବ। ଯେଉଁଥିରେ ରଣବୀରଙ୍କ ବିପକ୍ଷରେ ଅଛନ୍ତି ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ତେବେ ଏହି ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଷ୍ଟାରକାଷ୍ଟ ।

ହ୍ରିତିକ ରୋଶନ : ବଲିଉଡ ଗ୍ରୀଡଗଡ ହ୍ରିତିକ ରୋଶନଙ୍କ ପାଇଁ ଗତବର୍ଷ କିଛି ଖାସ୍ ନଥିଲା। କାହିଁକିନା ୨୦୨୨  ଅଭିନେତାଙ୍କ ଫିଲ୍ମ 'ବିକ୍ରମ ବେଦ' ରିଲିଜ ହୋଇଥିଲେ ମଧ୍ୟ ବକ୍ସ ଅଫିସରେ ସେତେଟା ସଫଳତା ପାଇ ନ ଥିଲା । ତେବେ, ଏବର୍ଷ ହ୍ରିତିକଙ୍କ ଫିଲ୍ମ 'ଫାଇଟର୍' ରିଲିଜ ହେବ । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ହ୍ରିତିକ।

Also Read: The Dirty Picture:‘ଦ ଡାର୍ଟି ପିକଚର’ ଦେଖିବାକୁ କାହିଁକି ଭୟ କରନ୍ତି ସୈଫ୍, କରୀନା କଲେ ବଡ ଖୁଲାସା

ପ୍ରଭାସ : ଚଳିତ ବର୍ଷ ପ୍ରଭାସଙ୍କ ବହୁ ପ୍ରିତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେବ। ଏହି ଫିଲ୍ମର ଭିଏଫଏକ୍ସ କାମ ଏବଂ ଫିଲ୍ମରେ ଥିବା ଚରିତ୍ରଙ୍କ ଲୁକକୁ ନେଇ ବିବାଦ ହେବା ପରଠାରୁ ବର୍ଷସାରା ଚର୍ଚ୍ଚାରେ ରହିଆସିଥିଲା  । ‘ଆଦିପୁରୁଷ’ ପ୍ରଭାସଙ୍କ ପ୍ରଥମ ବଲିଉଡ ପ୍ରୋଜେକ୍ଟ ହେବ। ସେ ରାଘବ (ଭଗବାନ ରାମ)ଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ସୈଫ ଅଲି ଖାନ ଲଙ୍କେଶ (ରାବଣ) ଏବଂ କ୍ରିତି ସାନନ ଏହି ଚଳଚ୍ଚିତ୍ରରେ ଜାନକୀ (ଦେବୀ ସୀତା)ଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହା ସହ ସନି ସିଂଙ୍କୁ ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଚରିତ୍ର ଦିଆଯାଇଛି। ଆଦିପୁରୁଷ, ପ୍ରଭାସଙ୍କ ସବୁଠାରୁ ଦାମୀ ଚଳଚ୍ଚିତ୍ର ହେବ। ଏହି ଫିଲ୍ମର ବଜେଟ ୩୦୦କୋଟିରୁ ଅଧିକ ବୋଲି କୁହାଯାଉଛି।

ସଲମାନ ଖାନ: ବଲିଉଡର ଦବଙ୍ଗ ଖାନଙ୍କ ଫିଲ୍ମ ‘ଟାଇଗର ୩’ ଚଳିତ ବର୍ଷ ରିଲିଜ୍ ହେବ। ଏଥିରେ ପୁଣିଥରେ ଦର୍ଶକ ସଲୁମିଆଁ ଓ କ୍ୟାଟ୍ରିନାଙ୍କ ରୋମାନ୍ସ ଦେଖିବାକୁ ପାଇବେ।